ଶ୍ରୀମନ୍ଦିରରେ ଲାଗି ହେଲା ମାଳ, ମହାପ୍ରସାଦ ନେଇ ପାଞ୍ଚ ଜଣିଆ ଟିମ୍ କଟକ ଅଭିମୁଖେ ଯାତ୍ରା
·2 years ago·1 min read

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି । ଏଥିପାଇଁ ଆଜି ଶ୍ରୀମନ୍ଦିରରୁ ଲାଗି
ମାଳ ମହାପ୍ରସାଦ ନେଇ ପାଞ୍ଚ ଜଣିଆ ଟିମ୍ କଟକ ଅଭିମୁଖେ ଯାତ୍ରା କରିଛନ୍ତି । କଟକ ଖପୁରିଆ ସ୍ଥିତ ସହ ମିଲରେ ଆଜିର ପବିତ୍ର ରାମନବମୀ ତିଥିରେ ମାଳମହାପ୍ରସାଦ ଲାଗି ପରେ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ ହେବ ।
ରଥ କାଠ ତତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଟିମ୍ କଟକରେ ପହଁଚି ଚିରଟ ପ୍ରକ୍ରିୟାର ଅନୁକୂଳ କରିବେ। ତିନିଟି ଧଉରା କାଠକୁ ଆଜିର ଦିନରେ ମାଳ ମହାପ୍ରସାଦ ଲାଗି କରାଯାଇ ଚିରଟ କାର୍ଯ୍ୟ ଆରମ୍ଭ ହେବ । ଗତ ସରସ୍ୱତୀ ପୂଜାରେ ରଥକାଠ ପୂଜାର୍ଚନା କରାଯାଇଥିବାବେଳେ ଆସନ୍ତା ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି। ସେପଟେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ କି କରତକଳକୁ ଫାସୀ କାଠ ପହଞ୍ଚି ପାରିନାହିଁ ବୋଲି କହିଛନ୍ତି ତିନିରଥ ତତ୍ୱାବଧାରକ ସୁଦର୍ଶନ ମେକାପ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: