Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗାଁଠୁ ସହର ସବୁଆଡ଼େ ଜମିବ ପଖାଳ କଂସାର ଆସର

Odisha

ଗାଁଠୁ ସହର ସବୁଆଡ଼େ ଜମିବ ପଖାଳ କଂସାର ଆସର

Ritu Das
Browse all articles by Ritu Das
·2 years ago·2 min read
ଗାଁଠୁ ସହର ସବୁଆଡ଼େ ଜମିବ ପଖାଳ କଂସାର ଆସର

ଅର୍ଗସ ବ୍ୟୁରୋ: କୃଷିପ୍ରଧାନ ରାଜ୍ୟ ଓଡ଼ିଶା । ଆଉ ଆମ ଓଡ଼ିଆ ଘରର ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆଙ୍କ ସବୁ ଖାଦ୍ୟ ଭିତରେ ପଖାଳର ସ୍ଥାନ ସ୍ବତନ୍ତ୍ର। ସାଉଥ୍ ଇଣ୍ଡିଆନ କହିଲେ ଯେମିତି ଇଡଲି, ସମ୍ବର, ଚାରୁପାଣି ନ ହେଲେ ଦୋଷା ଆମ ମନକୁ ଆସିଯାଏ, ସେମିତି ଓଡ଼ିଆ କହିଲେ ଯେଉଁ ପ୍ରଥମ ଖାଦ୍ୟଟି ଆମ ମନକୁ ଆସେ, ତାହା ହେଲା ପଖାଳ।

ଅନେକ ସମୟରେ ଆମ ଭିତରେ ଅନେକ କହୁ, ପଖାଳଖିଆ ଓଡ଼ିଆ । ପ୍ରତିଟି ଓଡ଼ିଆ ପାଇଁ ଏହା ହିଁ ମୁଖ୍ୟ ପରିଚୟ ଯାହା ପାଇଁ ଓଡ଼ିଆ ଲୋକ ଗର୍ବ କରନ୍ତି । ସେଥିପାଇଁ ତ ଖଟିଖିଆର ଭାତହାଣ୍ଡିରୁ ଆରମ୍ଭ କରି ସୌଖିନ ହୋଟେଲ ପର୍ଯ୍ୟନ୍ତ, ସବୁଠି ରହିଛି ଏହାର ଚାହିଦା । ଟେଷ୍ଟିଂ ପାଇଁ ପଖାଳ ସହ ଏକାଧିକ ରୁଚିପୂର୍ଣ୍ଣ ଉପାଦାନ ଯୋଡ଼ାଯାଇଥିଲେ ମଧ୍ୟ କେବେହେଲେ ପଖାଳ ତାର ମୌଳିକତା ହରାଇନି ।  ଆଉ ଏହି ପାରମ୍ପରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ମାନେ ଆଜିର ଦିନକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି । କେହିକେହି ହୁଏତ ଯୁକ୍ତି ବାଢ଼ନ୍ତି ଯେ ଖରାଦିନ ଆସିଗଲେ ଓଡ଼ିଆଙ୍କ ଘରେଘରେ ଖୋଜାପଡ଼େ ଏହି ସହଜିଆ ଆଉ ଅଳ୍ପ ଖର୍ଚ୍ଚରେ ତିଆରି ଖାଦ୍ୟଟି । ହେଲେ ଆମେ ସମସ୍ତେ ଜାଣନ୍ତି, ଓଡ଼ିଆଙ୍କ ଘରେ ବର୍ଷକ ବାରମାସ ପଖାଳ ହିଁ ଖିଆଯାଏ। ଏ ଖାଦ୍ୟ ଆମକୁ ବଳ ଦିଏ, ଶାନ୍ତି ଦିଏ।

ପଖାଳ କଂସାଏ ସାଙ୍ଗକୁ ବାଇଗଣ ପୋଡ଼ା, ଆଳୁଭର୍ତ୍ତା, ବଡ଼ିଚୁରା କିମ୍ବା ମାଛଭଜା ହୋଇଗଲେ କଥା ନିଆରା । କିଛି ନ ହେଲେ ବି ପିଆଜ ଓ ଲଙ୍କା ସହ ପଖାଳ କଂସାଏ ଖାଇ ତୋରାଣି ଢୋକେ ପିଇଦେଲେ ଯେଉଁ ଶାନ୍ତି ମିଳେ, ତା ଆଜିକାଲିର କୌଣସି ଫାଷ୍ଟଫୁଡରେ ସତରେ କେବେ ବି ମିଳିବ ନାହିଁ ।   ଆଉ ଏପଟେ ଦେଖନ୍ତୁ ୨୦୨୦ରେ ନିଜ ପଖାଳ ଭିଡିଓ ସେୟାର କରି ୟୁଟୁବ ଚାନେଲ ଆରମ୍ଭ କରିଥିଲେ ସମ୍ବଲପୁର ବାବୁପାଲି ଗାଁର ଇଶାକ ମୁଣ୍ଡା । ଯାହା ଖୁବ ଭାଇରାଲ ହୋଇଥିଲା । ବିଶ୍ବ ଦରବାରରେ ପଖାଳକୁ ମିଳିଥିଲା ସ୍ବତନ୍ତ୍ର ପରିଚୟ । ଦେଶ ବିଦେଶ ସବୁଠି ଲୋକେ ଜାଣିଲେ ପଖାଳ କଣ । ଆଉ ଇସାକଙ୍କ ଏହି ପଖାଳ ଭିଡିଓ ଦେଖି 2021 ଜୁଲାଇ 25ରେ ମନ କି ବାତରେ ତାଙ୍କର ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଆଙ୍କ ଏହି ମୁଖ୍ୟ ଖାଦ୍ୟଟି ଭାରତର ଅନ୍ୟ କିଛି ରାଜ୍ୟରେ ମଧ୍ୟ ସାମୟିକ ଭାବେ ଖିଆଯାଏ । ଯେମିତିକି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ, ଛତିଶଗଡ଼ ଓ ତାମିଲନାଡ଼ୁ । ଏମିତିକି ମିଆଁମାର ଓ ନେପାଳରେ ମଧ୍ୟ ଲୋକେ ପଖାଳ ଖାଆନ୍ତି ବୋଲି ଶୁଣାଯାଏ । ସବୁଦୃଷ୍ଟିରୁ ପଖାଳ ମଧ୍ୟ ଦେହ ପ୍ରତି ସ୍ବାସ୍ଥ୍ୟପ୍ରଦ । ପାଶ୍ଚାତ୍ୟମୁଖୀ ହୋଇ ଓଡ଼ିଆମାନେ ନିଜର ସଂସ୍କୃତି, ପରମ୍ପରା ଓ ଖାଦ୍ୟକୁ ଭୁଲିଯାଉଥିବା ବେଳେ ପଖାଳକୁ କିନ୍ତୁ କେବେ ଭୁଲି ନାହାନ୍ତି । ପଖାଳର ଇତିହାସ ଓଡ଼ିଆ ଜାତିର ଇତିହାସ ସାଙ୍ଗରେ ସମାନ । ଯଦିଓ ଏହାର ନିର୍ଦ୍ଦିଷ୍ଟ ସମୟସୀମା କେଉଁଠି ଲିପିବଦ୍ଧ ହୋଇନାହିଁ, କିନ୍ତୁ ଓଡ଼ିଆଙ୍କ ଇଷ୍ଟଦେବତା ମହପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ ହେଉଥିବାରୁ ଏହାର ବୟସ ବେଶ ପୁରୁଣା ବୋଲି ଧରିନେବାକୁ ହେବ ।  ବଡ଼ ସିଂହାର ବେଶରେ ପଖାଳ ଖାଇ ନିଦ୍ରା ଯାଇଥାନ୍ତି ମହାପ୍ରଭୁ। ଆଉ ସମସ୍ତଙ୍କ ପ୍ରିୟ ଟଙ୍କ ତୋରାଣି ତ ସେହି ପଖାଳର ତୋରାଣିରୁ ତିଆରି । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Raja Festival
Sponsored
From the village to the city, | Argus News