Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠାରୁ ରାଜଧାନୀରେ ସ୍ୱଚ୍ଛସାଥିଙ୍କ କାମ ବନ୍ଦ ଆନ୍ଦୋଳନ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜିଠାରୁ ରାଜଧାନୀରେ ସ୍ୱଚ୍ଛସାଥିଙ୍କ କାମ ବନ୍ଦ ଆନ୍ଦୋଳନ 

ଭୁବନେଶ୍ୱର:  ଆଜି ଠାରୁ ରାଜଧାନୀରେ ସ୍ୱଚ୍ଛସାଥି ମାନେ କାମ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ରାଜଧାନୀର ସମସ୍ତ ୱାର୍ଡରେ ସ୍ୱଚ୍ଛସାଥି ମାନେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମାସକୁ ପାରିଶ୍ରମିକ ରାଶି ୭,୦୦୦ଟଙ୍କା ରୁ ଟ.୧୫,୦୦୦ଟଙ୍କା ବୃଦ୍ଧି ନିମନ୍ତେ ଦାବି କରିଛନ୍ତି । ମହାନଗର ନିଗମର ସଚ୍ଛତା କାର୍ଯ୍ୟକ୍ରମକୁ ସୁଚାରୁ ରୂପ ତୁଲାଇ ଭୁବନେଶ୍ଵର କୁ ସ୍ୱଚ୍ଛ ସୁନ୍ଦର ଓ ସବୁଜ କରିବାରେ ସ୍ୱଚ୍ଛ ସାଥି ମାନେ ହିଁ ଅଗ୍ରଣୀ ଭୂମିକା ଗ୍ରଣ କରିଆସୁଅଛନ୍ତି।  

ପ୍ରତ୍ୟେକ ବ୍ୟକ୍ତି/ ପରିବାର କୁ ସଚେତନ କରାଇବା ପ୍ରତ୍ୟେକ ଘର ବୁଲି QR Code/ Holding Tax, ଅଳିଆ ପୃଥକୀ କରଣ ଜୈବିକ ସାର ଉତ୍ପାଦନ କରିବାରେ ସାହାଯ୍ୟ କରିବା, ମହାନଗର ନିଗମର ପ୍ରତ୍ୟେକ ନିୟମ କାନୁନ ନାଗରିକକୁ ସଚେତନ କାର୍ଯ୍ୟକ୍ରମ କୁ ଲୋକମାନଙ୍କ ପାଖରେ ପହଂଚାଇବା ପ୍ରତ୍ୟେକ କାର୍ଯ୍ୟକୁ ସୂଚାର ରୂପେ ପାଳନ କରିବା କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଉ ଥିବା ସେମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ସେମାନଙ୍କ ଦାବି ପୂରଣ ନହୁଏ ଆଗାମୀ ଦିନରେ କାମ ବନ୍ଦ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ସ୍ୱଚ୍ଛ ସାଥି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
From today, Swachhsathi workers will stop work in the capital | Argus News