Videos
|
Odisha

ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବ

Manini Pattanayak
Browse all articles by Manini Pattanayak
·2 years ago·1 min read
ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବ

ଭୁବନେଶ୍ୱର: ବଙ୍ଗଳାଦେଶ ଓ ତତସଂଲଗ୍ନ ଅଂଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ। ଘୁର୍ଣ୍ଣିବଳୟ ଟି ଅଧିକ  ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଉପକୂଳବର୍ତୀ ବଙ୍ଗଳାଦେଶ ଓ ତାର ପାଶ୍ୱବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି  ହେବାର  ସମ୍ଭାବନା ଦେଇଛି ପାଣିପାଗ  ବିଭାଗ। ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବା ସହ ୪୮ ଘଣ୍ଟାରେ ତୀବ୍ର ହୋଇ ଅବପାତରେ ପରିଣତ ହେବ। ପରେ ଅଧିକ ଘନୀଭୂତ  ହୋଇ  ଗଭୀର ଅବପାତ ରେ ବି ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଶେଷ ଭାବେ ୧୩ , ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଗୋଟେ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୨୪ ଘଣ୍ଟା  ପାଇଁ କିଛି କିଛି ସ୍ଥାନରେ ବିଜୁଳି  ଘଡଘଡି ସହ ହାଲୁକରୁ  ମଧ୍ୟମ ଧରଣର ବର୍ଷା ହେବାର  ସମ୍ଭାବନା  ରହିଛି। ବିଶେଷ କରି ଉପକୂଳ  ଓଡ଼ିଶାରେ ରହିବ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ମକାନଗିରି, କୋରାପୁଟ ଓ ନବରଙ୍ଗପୁର ପାଇଁ  ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା କୁ ନେଇ ସତର୍କ ସୂଚନା ଜାରି କରିଛି  ପାଣିପାଗ କେନ୍ଦ୍ର। ଆସନ୍ତାକାଲି ଠାରୁ ବର୍ଷାର  ପରିମାଣ ବଢିବା ସହ ଅତି ପ୍ରବଳ ବର୍ଷା ପାଇଁ କଳାହାଣ୍ଡି ରେ ଅରେଞ୍ଜ ଓ୍ୱାର୍ଣ୍ଣିଙ୍ଗ  ଜାରି କରାଯାଇଥିବା  ବେଳେ ପ୍ରବଳ ବର୍ଷା ପାଇଁ  ୧୪ ଜିଲ୍ଲା ନବରଙ୍ଗପୁର ,କୋରାପୁଟ ,ମାଲକାନଗିରି ,ମୟୁରଭଞ୍ଜ,  କେନ୍ଦୁଝର , ସୁନ୍ଦରଗଡ, ବାଲେଶ୍ୱର , ଭଦ୍ରକ, ଯାଜପୁର , କେନ୍ଦ୍ରାପଡା, କଟକ, ଜଗତସିଂହପୁର, ରାୟଗଡା ଓ ଗଜପତି କୁ   ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: