Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ସାବିତ୍ରୀ ବ୍ରତ ପାଇଁ ଆକାଶ ଛୁଆଁ ଫଳ ଦର

Manini Pattanayak
Browse all articles by Manini Pattanayak
·2 years ago·1 min read
 ସାବିତ୍ରୀ ବ୍ରତ ପାଇଁ ଆକାଶ ଛୁଆଁ ଫଳ ଦର

ଭୁବନେଶ୍ୱର: ସାବିତ୍ରୀ ବ୍ରତ ପାଇଁ ଆକାଶ ଛୁଆଁ ଫଳ ଦର। ଆସନ୍ତାକାଲି ସାବିତ୍ରୀ ବ୍ରତ ପାଳନ ପାଇଁ ମହିଳାମାନେ ପ୍ରସ୍ତୁତି ଚଳାଇଥିବା ବେଳେ ଖଲ୍ଲିକୋଟ ବଜାରରେ ଆକାଶ ଛୁଆଁ ଫଳଦର ସତ୍ୟବାନ ମାନଙ୍କ ପକେଟ ଉପରେ ଚାପ ବଢ଼ି ଯାଇଥିବା ଦେଖିବାକୁ ମିଳିଛି। ସାବିତ୍ରୀ ଅମାବାସ୍ୟାକୁ ଆଖି ଆଗରେ ରଖି  ଫଳ ବ୍ୟବସାୟୀ ମାନେ ତିନି ଗୁଣା ଲାଭ ଉଠାଇବା ପାଇଁ ସକ୍ରିୟ ହୋଇ ପଡିଛନ୍ତି।

ମହଙ୍ଗା ଫଳ ବଜାର ସତ୍ୱେ ମହିଳା ମାନେ ପାରମ୍ପରିକ ସାବିତ୍ରୀ ବ୍ରତ ପାଳନ ପାଇଁ ବଜାରରେ ଫଳ ଦୋକାନ, ଲୁଗା ଦୋକାନ, ଚୁଡି ଓ ମନୋହରି ଦୋକାନରେ ପ୍ରବଳ ଭିଡ ଅନୁଭୁତ ହେଉଛି। ବଜାରରେ ନାସପାତି କିଲୋଗ୍ରାମ ୨୫୦ ଟଙ୍କା, କଦଳୀ ଡଜନ ୫୦ ରୁ ୬୦ ଟଙ୍କା, ଆମ୍ବ କିଲୋଗ୍ରାମ ୫୦ ଟଙ୍କା ହୋଇ ଥିବା ଲିଚୁ ୨୫୦ ,ପିଜୁଳି ୭୦ ,ନଡ଼ିଆ ୩୦ ଓ ଅଙ୍ଗୁର କିଲୋଗ୍ରାମ ୧୨୦,କମଳା ୧୫୦ ଟଙ୍କା ହୋଇ ଥିବା ବେଳେ ତାଳ ଗୋଟି ୧୦ ଟଙ୍କା। ଏପରି ସ୍ଥିତିରେ ମହିଳା ମାନେ ୩୦୦ରୁ ୪୦୦ ଟଙ୍କାର ଫଳ କିଣିଲେ ମଧ୍ୟ ବ୍ୟାଗର ଅଧା ଭର୍ତ୍ତି ହେଉନାହିଁ। ତଥାପି ମହିଳା ମାନେ ସିମିତ ସମ୍ବଳରେ ସାବିତ୍ରୀ ବ୍ରତ କରିବା ଦେଖିବାକୁ ମିଳିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fruits price high for sabitri brata | Argus News