Videos
|
Odisha

ନିରାଶ କପା ଚାଷୀ, ନା ଅଛି ବଜାର ବ୍ୟବସ୍ଥା ନା ଅଛି ମଣ୍ଡି ବ୍ୟବସ୍ଥା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନିରାଶ କପା ଚାଷୀ, ନା ଅଛି ବଜାର ବ୍ୟବସ୍ଥା ନା ଅଛି ମଣ୍ଡି ବ୍ୟବସ୍ଥା

ଅର୍ଗସ ବ୍ୟୁରୋ:  ବାଲିଗୁଡା ଉପଖଣ୍ଡ  କୋଟଗଡ଼ ବ୍ଲକ ର5 ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବର ପ୍ରତ୍ୟେକ ବର୍ଗର ଲୋକ କପା ଚାଷ କରନ୍ତି। ଚାଷ ଠାରୁ ଆରମ୍ଭ କରି ବିକ୍ରି କରିବା ପର୍ଯ୍ୟନ୍ତ ,ଏତେ ସହଜ ନୁହେଁ, ଏହା  ଏକ ଜଟିଳ ପ୍ରକ୍ରିୟା ଅଟେ। କିନ୍ତୁ ଏତେ ପରିଶ୍ରମ କରି ଯେଉଁ କପା ଚାଷ କରାଯାଉଛି ତାହାର ଉଚିତ୍ ମୂଲ୍ୟ ମିଳୁ ନାହିଁ କପା ଚାଷୀଙ୍କୁ । ଦିନକୁ ଦିନ ଅଭାବୀ ବିକ୍ରି ବୃଦ୍ଧି ପାଉଛି। ରାଜ୍ୟ ସରକାରଙ୍କ କୃଷି ବିଭାଗ ର ରେକର୍ଡ ଅନୁଯାୟୀ କୋଟଗଡ଼ ବ୍ଳକ ର ବିଭିନ୍ନ ପଞ୍ଚାୟତରେ 500 ହେକ୍ଟର ରୁ ଉର୍ଦ୍ଧ୍ବ ଚାଷ ଜମି ରେ କପା ଚାଷ କରାଯାଉଛି, କିନ୍ତୁ ସରକାର ଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ସେଥିପାଇଁ କପା ଚାଷୀ ମାନେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଉପରେ ନିର୍ଭର କରନ୍ତି ଓ କ୍ଷତି ସହୁଛନ୍ତି କପା ଚାଷୀ।

କୋଟଗଡ଼ ବ୍ଳକର ମାଦାଗୁଡା, ଯୁଡ଼ାବାଲି, ଧରାକୋଟ, ଦୁର୍ଗାପାଙ୍ଗା ପଞ୍ଚାୟତ ର ଲୋକମାନେ କପା ଚାଷ ଉପରେ ନିର୍ଭର କରିଥାନ୍ତି। କପା ଏକ ଅର୍ଥକାରୀ ଫସଲ।  ଏ ବ୍ଲକ ର କପା ବାହାର ରାଜ୍ୟ ସୁଦୂର ଗୁଜୁରାଟକୁ ଯାଉଛି। କୋଟଗଡ଼ ବ୍ଳକ ର କପା ର ଚାହିଦା ଅଧିକ। କିନ୍ତୁ କପା ଚାଷ ର ଅଭାବୀ ବିକ୍ରି ଦିନକୁ ଦିନ ବୃଦ୍ଧି ପାଉଛି। ବର୍ତ୍ତମାନ କପା ଚାଷୀ ମାନଙ୍କ ଭାଗ୍ୟ ବନ୍ଧା ପଡ଼ିଛି କିଛି ସ୍ଥାନୀୟ ଦଲାଲ ଓ ମୁଷ୍ଟିମେୟ ବେପାରୀଙ୍କ ହାତରେ ।

ଆମେ ଏ ଅଭିଯୋଗ ନେଇ ଭେଟିଥିଲୁ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସେନାପତି ଙ୍କୁ। କୋଟଗଡ଼ ଅଞ୍ଚଳରେ କପାର ଅଭାବୀ ବିକ୍ରି ଓ ଚାଷୀ ଉଚିତ୍ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା ଖବର କୁ ଗ୍ରହଣ କରିଥିଲେ। ଯଦି ଆମ ଜିଲ୍ଲା ରେ କପା ଚାଷ ପାଇଁ ମଣ୍ଡି ହୋଇଥାନ୍ତା ତାହେଲେ ଆମ ଚାଷୀ ମାନେ ଉପକୃତ ହୋଇଥାନ୍ତେ ବୋଲି କ୍ୟାମେରା ସମ୍ମୁଖ ରେ ସୂଚନା ଦେଇଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Frustrated cotton farmers, there is no market system of mandi system | Argus News