Videos
|
Odisha

Fuel Panic / ରାଜ୍ୟରେ ନାହିଁ ତେଲ ସଂକଟ; ପେଟ୍ରୋଲିୟମ ସଂଘର ଦୃଢ଼ୋକ୍ତି 'କାଲି ସନ୍ଧ୍ୟା ସୁଦ୍ଧା ସୁଧୁରିବ ସ୍ଥିତି'

Sushanta Sahoo
Browse all articles by Sushanta Sahoo
·2 months ago·2 min read
ରାଜ୍ୟରେ ନାହିଁ ତେଲ ସଂକଟ; ପେଟ୍ରୋଲିୟମ ସଂଘର ଦୃଢ଼ୋକ୍ତି 'କାଲି ସନ୍ଧ୍ୟା ସୁଦ୍ଧା ସୁଧୁରିବ ସ୍ଥିତି'
Fuel Supply Normal in Odisha

Key Points

ପର୍ଯ୍ୟାପ୍ତ ଅଛି ପେଟ୍ରୋଲ ଓ ଡିଜେଲ
ବାରମ୍ବାର ଘୋଷଣା ସତ୍ବେ ସୁଧୁରୁ ନାହାନ୍ତି ଲୋକେ
ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ଵର: ରାଜ୍ୟରେ ତେଲ ସଂକଟ ନାହିଁ । ପର୍ଯ୍ୟାପ୍ତ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି । ବାରମ୍ବାର ଘୋଷଣା ସତ୍ତ୍ବେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲଗାଇ ଚାଲିଛନ୍ତି ଲୋକେ । ଯେଉଁଥିପାଇଁ ଅସମ୍ଭାଳ ସ୍ଥିତି ସୃଷ୍ଟି ହେଉଛି ।

ସେପଟେ ଏହାର ଫାଇଦା ଉଠାଇ କିଛି ଲୋକ କଳାବଜାରୀ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ଉପରେ ସରକାର କଡ଼ା ଆକ୍ସନ ନେଉଛନ୍ତି । ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସି ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ସେପଟେ ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ସ୍ଥିତି ସୁଧାରିବା ନେଇ ଦୃଢ଼ୋକ୍ତି ବାଢିଛି ପେଟ୍ରୋଲିୟମ ସଂଘ ।

ଏଥିସହ ପଢ଼ନ୍ତୁ: ତେଲ ସଙ୍କଟ ପାଇଁ ଲୋକେ ଏବେ EV ମୁହାଁ, EV ବୁକିଂ ୧୦ଗୁଣ ବୃଦ୍ଧି 

ଯେତେ ବୁଝାଇଲେ ମାନୁ ନାହାନ୍ତି ଲୋକେ, ମନରୁ ଦୂର ହେଉନି ତେଲ ଛନକା, ରାତି ଦିନ ସବୁ ଏକାକାର, ତେଲ ଟାଙ୍କିରେ ଲମ୍ବା ଧାଡ଼ି, ଧସ୍ତାଧସ୍ତି ଦେଖିବାକୁ ମିଳୁଛି । ତେଲ ବୋହି ନେବାକୁ ଯେମିତି ଚାଲିଛି ପ୍ରତିଯୋଗିତା । ସାରା ରାଜ୍ୟରୁ ଲଗାତାର ତୃତୀୟ ଦିନରେ ବି ସାମ୍ନାକୁ ଆସୁଛି ତେଲ ପାଇଁ ଭୟ, ଭ୍ରାନ୍ତିର ଚିତ୍ର ।

କେନ୍ଦ୍ରାପଡ଼ା ଆଳିରେ ପେଟ୍ରୋଲ ଅଭାବ ନେଇ ଗୁଜବ ଖେଳିଲା, ତା ପରେ ଜିଲ୍ଲାର ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି । ଗାଡ଼ି ଧରି ଲମ୍ବା ଧାଡ଼ି ଲଗାଇବା ସହ ଜାରକିନ ଭର୍ତ୍ତି କରିବାକୁ ବି ଲୋକେ ବ୍ୟସ୍ତ ।

ରାଜଧାନୀ ଭୁବନେଶ୍ବରର ମଧ୍ୟ ପ୍ରବଳ ଖରାକୁ ଖାତିର ନ କରି ଲୋକେ ଧାଡ଼ି ଲଗାଇଛନ୍ତି । ଆଉ ଭଦ୍ରକରେ ଗତ ରାତିରେ ଏକ ପେଟ୍ରୋଲ ଟାଙ୍କି ନିକଟରେ ଜଣେ ଯୁବକ କଳା ବଜାରୀ କରିବା ବେଳେ ପୋଲିସ ଉଠାଇ ନେଇଛି ।

ପେଟ୍ରୋଲ ଟାଙ୍କିରେ କଳା ବଜାରୀ କଲେ ବା ପ୍ଲାଷ୍ଟିକ ଜାରରେ ତେଲ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । ତୈଳ ସଙ୍କଟ ସ୍ଥିତିର ମୁକାବିଲା ନେଇ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଘରେ ବସିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ବୈଠକ ।

ଏଥିସହ ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ କେଉଁଠି ମହଙ୍ଗା, ଶସ୍ତା ଜାଣନ୍ତୁ... 

ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି ବିକ୍ରି ବୃଦ୍ଧି ଯୋଗୁଁ ସମସ୍ୟା ହୋଇଛି । ସ୍ଥିତି ସ୍ବାଭାବିକ କରିବାକୁ ରବିବାର ଦିନ ମଧ୍ୟ ତୈଳ ଡିପୋ ଖୋଲା ରହିବ । ସୋମବାର ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ ।

ଆଇଓସିଏଲର ସିଜିଏମ୍ କମଲ ସିଲଙ୍କ ଅନୁସାରେ, ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ମହଜୁଦ୍ ଅଛି । ୨ ଦିନ ଅତ୍ୟଧିକ ବିକ୍ରି ପାଇଁ ସମସ୍ୟା ଦେଖା ଦେଇଥିଲା । କିନ୍ତୁ ଏବେ ସମାଧାନ ପାଇଁ ବ୍ୟବସ୍ଥା ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: