Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟସ୍ତରୀୟ ପରେଡ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହରସାଲ

Ritu Das
Browse all articles by Ritu Das
·1 year ago·1 min read
ରାଜ୍ୟସ୍ତରୀୟ ପରେଡ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହରସାଲ

ଅର୍ଗସ ବ୍ୟୁରୋ: ଗୁରୁବାର ଦେଶ ପାଳିବ ୭୮ତମ ସ୍ବାଧୀନତା ଦିବସ। ଯାହା ପାଇଁ ଆଜି ସରିଛି ପ୍ରସ୍ତୁତି। ଆଜି ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପରେଡ୍ ପାଇଁ ଫୁଲଡ୍ରେସ୍ ରିହର୍‌ସାଲ୍  ଅନୁଷ୍ଠିତ ହୋଇଛି । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଲାଗି ଗାନ୍ଧୀମାର୍ଗରେ ଆଇପିଏସ୍ ଅମ୍ରିତପାଲ୍ କୌର ପରେଡ୍ କମାଣ୍ଡ ଭାବେ ନିୟୋଜିତ ହୋଇଛନ୍ତି। ଏଥର ମୁଖ୍ୟ ବ୍ୟାଣ୍ଡକୁ ମିଶାଇ ୫୮ ଟ୍ରୁପ ପରେଡ୍‌ରେ ଅଂଶ ଗ୍ରହଣକରିଛନ୍ତି । 

ଚଳିତବର୍ଷ ଇଣ୍ଡୋ ତିବ୍ଦତିଆନ୍ ବର୍ଡର ପୁଲିସ (ଆଇଟିବିପି) ଓ ଛତିଶଗଡ଼ ଷ୍ଟେଟ୍ ଆର୍ମଡ୍ ପୁଲିସ ଯୋଗ ଦେଇଛନ୍ତି। ଏଥିସହ ୧୨୦ ବାଟାଲିୟନ୍, ବିଏସ୍ଏଫ୍, ସିଆର୍‌ପିଏଫ୍. ଆରପିଏଫ୍, ସପ୍ତମ ବାଟାଲିୟନ, ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ, ଏଓଳି ଚନ୍ଦକା, ଓଏସ୍ଏଏପ୍, ଓଆଇଏସ୍ଏଫ୍, ଓଡ୍ରାଫ୍, ଟ୍ରାଫିକ ପୁଲିସ, ଅଗ୍ନିଶମ ବିଭାଗ, ହୋମଗାର୍ଡ, ସିଭିଲ୍ ଡିଫେନ୍ସ, ଏନ୍‌ସିସି, ସ୍କାଉଟଗାଇଡ୍, ଅର୍ଦ୍ଧସାମରିକ ଓ ସାମରିକ ଭଳି ବିଭିନ୍ନ କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୫୮ଟି ଗ୍ରୁପ ଅଂଶଗ୍ରହଣ କରିଛନ୍ତି । ଏହା ସହିତ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ପରେଡ୍‌ରେ ଅଂଶ ଗ୍ରହଣ କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Full dress rehearsal | Argus News