Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ୱାନ ନେସନ ୱାନ ଇଲେକ୍ସନକୁ ପୁରା ସମର୍ଥନ : ହିମନ୍ତ ବିଶ୍ବଶର୍ମା

Ritu Das
Browse all articles by Ritu Das
·1 year ago·1 min read
ୱାନ ନେସନ ୱାନ ଇଲେକ୍ସନକୁ ପୁରା ସମର୍ଥନ : ହିମନ୍ତ ବିଶ୍ବଶର୍ମା

ଅର୍ଗସ ବ୍ୟୁରୋ: ୱାନ ନେସନ ୱାନ ଇଲେକ୍ସନକୁ ପୁରା ସମର୍ଥନ ରହିଛି। ଓଡ଼ିଶାରେ ଏକ ସାଙ୍ଗରେ ନିର୍ବାଚନ ହେଉଛି । କିନ୍ତୁ ଆମ ପ୍ରଦେଶରେ ଏଭଳି ହେଉନାହିଁ । ଯେଉଁ ବର୍ଷରେ  ନିର୍ବାଚନ ହୁଏ ସେହି ପ୍ରାୟତଃ ସମୟରେ ବିକାଶ କାମ ସାଧାରଣତଃ ଅଟକି ଯାଏ। ତେଣୁ ବାରମ୍ବାର ନିର୍ବାଚନ ବଦଳରେ ଗୋଟିଏ ନିର୍ବାଚନ ଉପରେ ଗୁରୁତ୍ବ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି।  

ଦୁଇ ତୃତୀୟାଂଶ ମେଜରିଟି ସହ ଏହି ସାମ୍ବିଧାନିକ ସଂଶୋଧନ ନିଶ୍ଚୟ କରିବେ ପ୍ରଧାନମନ୍ତ୍ରୀ ।ଆସାମରେ ୨୦୨୬ରେ ନିର୍ବାଚନ ରହିଛି। ଯଦି କୋବିନ୍ଦଜୀଙ୍କ ରିପୋର୍ଟ ସ୍ଵୀକୃତି ପାଇଲେ ୨୦୨୯ ରେ ପୁନର୍ବାର ନିର୍ବାଚନ ହେବ। ଫଳରେ ୩ ବର୍ଷ ସରକାର ରହିବ। ପରେ ୫-୫ବର୍ଷ ପାଇଁ ସରକାର ପୁଣି ହେବ। କିନ୍ତୁ ଏହି ସାମ୍ବିଧାନିକ ସଂଶୋଧନ ନିଶ୍ଚୟ କରିବାକୁ ପଡ଼ିବ ବୋଲି  ହିମନ୍ତ ବିଶ୍ଵଶର୍ମା କହିଛନ୍ତି। 

ବିଜେଡି ଇତିହାସ ଶେଷ ହୋଇ ସାରିଛି। ସରକାର ଭଲ କାମ କରୁଛନ୍ତି। ଆଗାମୀ ୫୦ ବର୍ଷ ଯାଏ ଓଡ଼ିଶାରେ ଶାସନ କରିବ ବିଜେପି। ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଦେଶରେ NRC ଭଳି ଡକ୍ୟୁମେଣ୍ଟ ବନିବାର ଆବଶ୍ୟକତା ରହିଛି ।ଯାହାଫଳରେ କିଏ ଭାରତୀୟ କିଏ ଅନୁପ୍ରବେଶକାରୀ ତାହା ଧରାପଡ଼ିବ। ଆସାମରେ ପ୍ରତ୍ୟେକ ଦିନ ଅନୁପ୍ରବେଶକାରୀ ଚିହ୍ନଟ ହେଉଛନ୍ତି ।NRC ଆବେଦନ ନକରିଥିଲେ ଆଧାର ନମ୍ବର ମିଳିବ ନାହିଁ ବୋଲି ଆସାମରେ ନୂଆ ନିୟମ କରାଯାଇଛି। ଏଭଳି ନିୟମ ଲାଗୁ କରିବାର ଆବଶ୍ୟକତା ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତ ଓଡ଼ିଶା ଖବର 
 

Sponsored
Full support for One | Argus News