Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଇଂରାଜୀ ପରେ ଗଣିତ କୋଶ୍ଚିନ୍‌ ଭାଇରାଲ

Odisha

ଇଂରାଜୀ ପରେ ଗଣିତ କୋଶ୍ଚିନ୍‌ ଭାଇରାଲ

Manini Pattanayak
Browse all articles by Manini Pattanayak
·2 years ago·2 min read
ଇଂରାଜୀ ପରେ ଗଣିତ କୋଶ୍ଚିନ୍‌ ଭାଇରାଲ

କଟକ: ପୁରା କଡ଼ା ବ୍ୟବସ୍ଥା ହୋଇଛି, AI ଜଗିଛି, କେଉଁଠି କିଛି ବି ତ୍ରୁଟି ହେବନି। ମାଟ୍ରିକ୍ ପରୀକ୍ଷାକୁ ନେଇ ଏମିତି ବାହାସ୍ଫଟ ମାରିଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ଅପାରଗତା ଧରାପଡ଼ିଛି। ଦୁଇ ଦୁଇ ଥର ପ୍ରଶ୍ନପତ୍ର ଲିକ୍ ହେବା ପରେ ସାମ୍ନାକୁ ଆସିଛି ମାଟ୍ରିକ୍ ପରୀକ୍ଷା ପରିଚାଳନାରେ ଘୋର ଅବ୍ୟବସ୍ଥା। ଇଂରାଜୀ ପରେ ଗଣିତ କୋଶ୍ଚିନ୍‌ ଭାଇରାଲ ହୋଇଛି, କଟକ ଭୁବନେଶ୍ବରର ସମେତ କେନ୍ଦୁଝରରୁ ଏହାର ପ୍ରମାଣ ମିଳିଛି। ପିଲା କହୁଛନ୍ତି ପରୀକ୍ଷା ଦେଇଥିବା ପ୍ରଶ୍ନ ସହ ଭାଇରାଲ୍ ପ୍ରଶ୍ନପତ୍ର ସମାନ, କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ମାନିବାକୁ ତୟାର ନୁହନ୍ତି। ଅନ୍ୟପଟେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷାର୍ଥୀଙ୍କ ମାନସିକ ଚାପ ବଢୁଛି। ସମୟ ସକାଳ-8.30... ପରୀକ୍ଷା ଆରମ୍ଭ ପୂର୍ବରୁ ମୋବାଇଲକୁ ଘୁରି ବୁଲିଲା  ଗଣିତ ପ୍ରଶ୍ନପତ୍ର। କେନ୍ଦୁଝରରୁ ପ୍ରଥମେ ଆସିଲା ଖବର... ଭାଇରାଲ ହୋଇଛି ଗଣିତ ସି- ସେଟର ପ୍ରଶ୍ନ... ପ୍ରଥମ ତିନୋଟି ପ୍ରଶ୍ନ ହିଁ ହୋଇଥିଲା ଭାଇରାଲ.. ଆଉ ପରୀକ୍ଷା ସରିବା ପରେ ପିଲା କହିଲେ ପ୍ରଶ୍ନପତ୍ରରେ ଥିଲା ସମାନ ସି ସେଟର ସମାନ ପ୍ରଶ୍ନ..  କେବଳ ଭୁବନେଶ୍ବର ନୁହେଁ କଟକ ଓ କେନ୍ଦୁଝରରେ ବି ପିଲା କହିଲେ ସମାନ କଥା..  ପରୀକ୍ଷା ଚାଲିଥିବା ବେଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ସେମାନେ ଦେଇଥିବା ଗଣିତ ପରୀକ୍ଷାର ପ୍ରଶ୍ନପତ୍ର ସମାନ ଥିଲା.. ପିଲା କହୁଛନ୍ତି ପ୍ରଶ୍ନପତ୍ର ସମାନ .. ହେଲେ ମାନୁନାହାଁନ୍ତି ବୋର୍ଡ କର୍ତ୍ତୁପକ୍ଷ । 

23 ତାରିଖରେ ଇଂରାଜୀ ସି ସେଟ ପ୍ରଶ୍ନପତ୍ର ଲିକ ନେଇ ଆସିଥିଲା ଅଭିଯୋଗ.. ଏ ହେଉଛି.. ଭାଇରାଲ ପିଲା ଦେଇଥିବା ପରୀକ୍ଷା ପ୍ରଶ୍ନପତ୍ର ସି ସେଟର ଅବଜେକଟିଭ ପ୍ରଶ୍ନର ନକଲ... ସେଦିନ ବି ବୋର୍ଡ କର୍ତ୍ତୃପକ୍ଷ ଲିକ କଥାକୁ ଖଣ୍ଡନ କରିଥିଲେ.. ମାଟ୍ରିକ ପରୀକ୍ଷା ବିଭ୍ରାଟକୁ ନେଇ ଛାତ୍ର ସଂଗଠନ ରାସ୍ତାକୁ ଓହ୍ଲାଇଥିଲେ.. ଦୁଇ ଦିନର ବିଭ୍ରାଟ ପରେ ଅଭିଭାବକ ଓ ଶିକ୍ଷକ  କହିଛନ୍ତି ପିଲାଙ୍କର ବଢିଛି ମାନସିକ ଚାପ  ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ  ଏଥର ଏଆଇ ବ୍ୟବସ୍ଥା ସହ ସିସିଟିଭି ଲାଇଭ କ୍ୟାମେରା ବ୍ୟବାହାର କରାଯାଉଛି...  ପରୀକ୍ଷା ହଲକୁ ନା ଶିକ୍ଷକ ନା ପିଲା କେହି ବି ମୋବାଇଲ ନେଇ ଯାଇପାରିବେ ନାହିଁ... କେବଳ ପରୀକ୍ଷା ସୁପରିଟେଣ୍ଡଙ୍କୁ ମୋବାଇଲ ନେବା ଅନୁମତି ଅଛି.. ଓଏମ ଆର ସିଟିକୁ ଛାଡିଦେଲେ ପରୀକ୍ଷାର୍ଥୀ ସବଜେକଟିଭ ପ୍ରଶ୍ନ ପତ୍ର ବାହାରକୁ ଆଣିପାରିବେ  ନାହିଁ.. ଏତେ କଟକଣା ପରେ ବି  ଗଣିତର ସବଜେକଟିଭ ପ୍ରଶ୍ନପତ୍ର କେମିତି ଆସିଲା ବାହରକୁ... ପରୀକ୍ଷା ହଲରେ  ହିଁ ପ୍ରଶ୍ନପତ୍ର ଖୋଲାଯିବାର ନିୟମ ଅଛି.. ତେବେ ପରୀକ୍ଷା ପୂର୍ବରୁ କେମିତି ପ୍ରଶ୍ନପତ୍ର ଲିକ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ।

ଅଧିକ ପଢନ୍ତୁ ଓଡ଼ିଶା ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Fully regulated, AI guarded, nothing will go wrong. | Argus News