|
logo
Live

Argus News - ଅନ୍ଧାରରେ ଭବିଷ୍ୟତ: ଚିନ୍ତା ବଢ଼ାଉଛି ଡ୍ରପ ଆଉଟଙ୍କ ସଂଖ୍ୟା

Odisha

ଅନ୍ଧାରରେ ଭବିଷ୍ୟତ: ଚିନ୍ତା ବଢ଼ାଉଛି ଡ୍ରପ ଆଉଟଙ୍କ ସଂଖ୍ୟା

Ritu Das
Browse all articles by Ritu Das
·2 years ago·2 min read
ଅନ୍ଧାରରେ ଭବିଷ୍ୟତ: ଚିନ୍ତା ବଢ଼ାଉଛି ଡ୍ରପ ଆଉଟଙ୍କ ସଂଖ୍ୟା

ଅର୍ଗସ ବ୍ୟୁରୋ: ଓଡ଼ିଶାର ପ୍ରାଚୁର୍ଯ୍ୟ ପଛର ପ୍ରକୃତ ସତ। ଅଧାରୁ ପାଠ ଛାଡ଼ୁଛନ୍ତି ପିଲା। ପାଠପଢ଼ାରେ ଡୋରି ବାନ୍ଧୁଛନ୍ତି ଛାତ୍ରଛାତ୍ରୀ  । ଦଶମ ଶ୍ରେଣୀରେ ପାଠ ଛାଡ଼ିବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ । ବିଶ୍ବସ୍ତରୀୟ ବ୍ୟବସ୍ଥାର ଏ ହେଉଛି ବିକଳ ଚିତ୍ର । ନଜର ପକାନ୍ତୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟରୁ ଲୋକସଭାରେ ରଖାଯାଇଥିବା ଏହି ରିପୋର୍ଟ ଉପରେ । ୨୦୧୮-୧୯ରେ ୧୨.୮ ପ୍ରତିଶତ ପିଲା ପାଠ ଛାଡ଼ିଥିଲେ, ସେହିପରି ୨୦୧୯-୨୦ରେ ୩୮.୩୫ ପ୍ରତିଶତ, ୨୦୨୦-୨୧ରେ ୩୯.୪ ପ୍ରତିଶତ ଏବଂ ୨୦୨୧-୨୨ରେ ୪୯.୯ ପ୍ରତିଶତ ପିଲା ଦଶମ ଶ୍ରେଣୀରେ ପାଠ ପଢ଼ା ଛାଡ଼ିଛନ୍ତି । ଅର୍ଥାତ୍ ନବମରେ ଯେତିକି ପିଲା ପଢ଼ୁଛନ୍ତି ଦଶମକୁ ଗଲା ବେଳକୁ ପାଖପାଖି ଅଧା ପିଲା ପାଠ ଛାଡ଼ୁଛନ୍ତି । ଏହା ହିଁ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଖାଲି ରଙ୍ଗ ମାରି ଶିକ୍ଷା ବିକାଶର ସ୍ବପ୍ନ ଦେଖଉଥିବା ସରକାର ଥରେ ଏହା ଦେଖିବା ଉଚିତ । ଯେଉଁଥିପାଇଁ ଏହି ପ୍ରସଙ୍ଗରେ ନିଆଁବାଣ ହୋଇଛି ବିଜେପି । 

ବିଶେଷ କରି ପ୍ରଥମରୁ ଅଷ୍ଟମ ଯାଏଁ ପୋଷାକ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ଏପିରିକି ମାଗଣା ପୁସ୍ତକ ଯୋଗାଇ ଦିଆଯାଉଛି । କିନ୍ତୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ବାଧ୍ୟ ହୋଇ ସେମାନେ ପାଠ ଛାଡ଼ୁଛନ୍ତି । ସେମିତି ଜଣେ ଛାତ୍ର ହେଉଛନ୍ତି ନୂଆପଡ଼ା ଫରଫଉଦ ଗାଁର ଖେମରାଜ ରାଉତ । ଆର୍ଥିକ ସମସ୍ୟା ପାଇଁ ଏବେ ସେ ପାଠ ଛାଡ଼଼ି ଇଟାଭାଟିରେ କାମ କରିବାକୁ ଯାଇଛନ୍ତି । ଘରକୁ କେବଳ ତାଙ୍କର ଜେଜେବାପା ଜଗି ରହିଛନ୍ତି । ଏପଟେ ମାଲକାନଗିରି ଖଇରପୁଟ ବ୍ଲକ ଝଡିଆଗୁଡ଼ା ଗ୍ରାମରେ ଅଧିକାଂଶ ପିଲା ଅଧାରୁ ପାଠ ପଢା ଛାଡି ଦେଇଛନ୍ତି। ପ୍ରାଥମିକ ବିଦ୍ୟାଳୟରୁ ବାହାରିବା ପରେ ଅନ୍ୟ ସ୍କୁଲରେ ପଡିବା ପାଇଁ ଇଚ୍ଛୁକ ଥିଲେ  ମଧ୍ୟ ପାଖରେ ଜାତି ପ୍ରମାଣ ପତ୍ର ନଥିବାରୁ ନାମ ଲେଖାରୁ ବଞ୍ଚିତ ରହୁଛନ୍ତି | ଯାହା ଫଳରେ ଅଧାରୁ ପାଠ ପଢା ଛାଡି ଗାଈ ଗୋଠରେ ସମୟ ବିତୁଛି | ସେଥିପାଇଁ କିଛି ଦିନ ଆଗରୁ ଦାଦନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ପିଲାଙ୍କୁ ସ୍କୁଲ ପ୍ରତି ଆକର୍ଷିତ କରିବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ଗ୍ରାଉଣ୍ଡରେ ଏହା ପ୍ରଭାବ କିଛି ଏମିତି ଦେଖିବାକୁ ମିଳୁଛି। ପ୍ରଶ୍ନ ଉଠୁଛି, କୁଆଡେ ଯାଉଛି ଟଙ୍କା ? ନା ପିଲାମାନଙ୍କୁ ସ୍କୁଲ ମୁହାଁ କରିବାକୁ କେବଳ ସୁଆଙ୍ଗ କରୁଛି ଗଣଶିକ୍ଷା ବିଭାଗ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
ଅନ୍ଧାରରେ ଭବିଷ୍ୟତ: ଚିନ୍ତା ବଢ଼ାଉଛି ଡ୍ରପ ଆଉଟଙ୍କ ସଂଖ୍ୟା | Argus News