ଜି. ଉଦୟଗିରି ୯.୪, ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ
·2 years ago·1 min read

ଅର୍ଗସ ବ୍ୟୁରୋ: ଶୀତରେ ଥରୁଛି ସାରା କନ୍ଧମାଳ । ଶୀତ ଯୋଗୁଁ ସମଗ୍ର କନ୍ଧମାଳବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି l ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି। ଜି. ଉଦୟଗିରି ର ତାପମାତ୍ରା ୯.୪ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡ଼ିର ତାପମାତ୍ରା ୧୦.୫ଡିଗ୍ରୀ ରହିଛି l ସକାଳୁ ସକାଳୁ ଘନ କୁହୁଡ଼ି ଲାଗିରହିଥିବାବେଳେ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି।
କନ୍ଧମାଳର ଜି. ଉଦୟଗିରି ସମେତ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଅଞ୍ଚଳରେ ଗତକାଲି ଠାରୁ ପ୍ରବଳ ଶୀତ ଲାଗି ରହିଛି। ପ୍ରବଳ ଶୀତ ପାଇଁ ଲୋକେ ଘରୁ ବାହାରିବାକୁ ବି ଡରୁଛନ୍ତି। ଲୋକେ ଥଣ୍ଡାରୁ ରକ୍ଷା ପାଇବାକୁ ନିଆଁ ପୋଉଁଛନ୍ତି। ଆଭ୍ୟନ୍ତରୀଣ ଇଲାକାରେ ଶୀତର ପ୍ରକୋପ ଆହୁରି ଅଧିକ ରହୁଥିବା ଜଣା ପଡ଼ିଛି। ତେବେ ଆଗକୁ ଆହୁରି ଶୀତ ବଢ଼ିବ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: