Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ନୂଆ ଉପବାଚସ୍ପତି

Odisha

ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ନୂଆ ଉପବାଚସ୍ପତି

Smruti Parija
Browse all articles by Smruti Parija
·2 years ago·1 min read
ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ନୂଆ ଉପବାଚସ୍ପତି

ଭୁବନେଶ୍ୱର: ଆଜିଠୁ ଶୀତଅଧିବେଶନ ।  ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି । ଗୃହରେ ମୋସନ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପବାଚସ୍ପତି ଭାବରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ସାଲୁଗା ପ୍ରଧାନ । ଗୃହରେ ଉପ ବାଚସ୍ପତି ଆସନରେ ବସିଲେ ସାଲୁଗା ପ୍ରଧାନ । ଗୃହର ସବୁ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ସେହିପରି ସାଲୁଗା ପ୍ରଧାନଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା । 

ଅଧିକ ପଢନ୍ତୁ: ଆଦିବାସୀ କାର୍ଡ ଖେଳିପାରେ ବିଜେଡି: ସାଲୁଗା ପ୍ରଧାନ ଉପବାଚସ୍ପତି

ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ସ୍ଥିତିର ଯାଞ୍ଚ କରିଛନ୍ତି ପୋଲିସ ଡିଜି । ବ୍ୟବସ୍ଥା ଅନୁଯାୟୀ 3 ସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ରହିବ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା । ଆବଶ୍ୟକ ସ୍ଥଳେ DRONE ବ୍ୟବହାର କରିବ କମିଶନରେଟ ପୋଲିସ ବୋଲି କହିଛନ୍ତି ଡିଜି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

Painting
Sponsored
G. Udayagiri MLA Saluga became the new Vice President | Argus News