Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଧାନମନ୍ତ୍ରୀଙ୍କ ପାଇଁ ବଦଳିଲା ଭୁବନେଶ୍ଵର ଗାଡକଣ ସ୍ଥିତ ଶବର ସାହିର ରୂପରେଖ

Smruti Parija
Browse all articles by Smruti Parija
·1 year ago·2 min read
ପ୍ରଧାନମନ୍ତ୍ରୀଙ୍କ ପାଇଁ ବଦଳିଲା ଭୁବନେଶ୍ଵର ଗାଡକଣ ସ୍ଥିତ ଶବର ସାହିର ରୂପରେଖ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ପାଇଁ ବଦଳିଲା ଭୁବନେଶ୍ଵର ଗାଡକଣ ସ୍ଥିତ ଶବର ସାହିର ରୂପରେଖ । ଯେଉଁଠି ଦିନେ ସଚିବ, କମିଶନରଙ୍କ ପାଦ ପଡ଼ିନଥିଲା ସେଠି ପଡ଼ିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ । ସେଥିପାଇଁ ତ ସଜେଇ ହୋଇଛି ଗାଡକଣ ସ୍ଥିତ ଶବର ସାହି । ମୋଦିଙ୍କୁ ସ୍ବାଗତ ଜଣାଇବା ପାଇଁ ଶବର ସାହି ବାସିନ୍ଦାଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।

ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଅପେକ୍ଷାରେ ଭୁବନେଶ୍ବର ଗାଡ଼କଣର ଅନ୍ତର୍ଯ୍ୟାମୀ ନାୟକ । ମଙ୍ଗଳବାର ଓଡ଼ିଶା ଗସ୍ତ ଅବସରରେ ଅନ୍ତର୍ଯ୍ୟାମୀଙ୍କ ପିଏମ ଆବାସ ଉଦଘାଟନ କରିବେ ନିଜେ ପ୍ରଧାନମନ୍ତ୍ରୀ ମୋଦି । ଏ ଖବର ଶୁଣିବା ପରେ ଅନ୍ତର୍ଯ୍ୟାମୀଙ୍କ ପରିବାରରେ ଖୁସି କହିଲେ ନସରେ । କେବଳ ଅନ୍ତର୍ଯ୍ୟାମୀ ନୁହନ୍ତି ଗାଡ଼କଣ ଅଞ୍ଚଳର ଅନ୍ୟ ୩୭ ଜଣ ପିଏମ ଆବାସ ହିତାଧିକରୀଙ୍କୁ ଭେଟି ସେମାନଙ୍କ ମଧ୍ୟ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଏହାକୁ ନେଇ ପୂରା ଗାଡ଼କଣ ଅଞ୍ଚଳର ଲୋକେ ଉତ୍ସାହିତ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରବିବାର ଗଡ଼କଣ ଯାଇ ହିତାଧିକାରୀଙ୍କ ଘର ବୁଲି ଦେଖିବା ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ନିଜ ଜନ୍ମଦିନରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଖୁବ୍ ଉତ୍ସାହିତ ମହିଳା । ଏହା ସହ ଦେଶର 10 ଲକ୍ଷ ଆବାସ ହିତାଧିକାରୀଙ୍କୁ ମଧ୍ୟ ପ୍ରଥମ କିସ୍ତି ଟଙ୍କା ଦେବେ ମୋଦି । ଆବାସ ପ୍ଲସ୍ 2024 ଆପର ମଧ୍ୟ ଉନ୍ମୋଚନ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ କାରକେଡ୍ ରିହର୍ସଲ ହୋଇଛି । ରାଜଧାନୀରେ ବ୍ଲୁ ବୁକ ସିକ୍ୟୁରିଟି ଆଧାରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏୟାରପୋର୍ଟରୁ ଜନତା ମୈଦାନ ପର୍ଯ୍ୟନ୍ତ 11 ଜଣ ଡିସିପି ରାଙ୍କର ଅଧିକାରୀ, 22 ଜଣ ଅତିରିକ୍ତ ଡିସିପି, 66 ଜଣ ଏସିପି, 100 ଜଣ ଆଇଆଇସି, 300 ଜଣ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ । ଲକ୍ଷାଧିକ ମହିଳାଙ୍କ ସମାଗମ ହେବାର କାର୍ଯ୍ୟକ୍ରମ ଥିବାରୁ ବ୍ୟାପକ ମହିଳା ପୋଲିସ ଅଧିକାରୀ ମଧ୍ୟ ମୁତୟନ କରାଯିବ । ଏହା ସହ STU, ଓଡ୍ରାଫ ଟିମ ସହ ଦୁଇ କମ୍ପାନୀ CRPF ମଧ୍ୟ ମୁତୟନ ହେବେ । ସାଧା ପୋଷାକ ଧାରୀ ପୋଲିସ, ଡଗ ସ୍କ୍ବାର୍ଡ଼, ବମ ସ୍କ୍ୱାର୍ଡ କୁ ମୋଦୀଙ୍କ ଗସ୍ତ ବେଳେ ମୁତୟନ କରାଯିବ । ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟରୁ ଜନତା ମୈଦାନ ଏବଂ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଙ୍ଗ ଜୋନ କରାଯାଇଛି । 
 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
gadakana-people-eagerly-waiting-for-the-welcome-of-pm-modiji | Argus News