Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମ୍ବଲପୁରରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ 374 କୋଟି 17 ଲକ୍ଷ ଟଙ୍କା ମଞ୍ଜୁର

Odisha

ସମ୍ବଲପୁରରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ 374 କୋଟି 17 ଲକ୍ଷ ଟଙ୍କା ମଞ୍ଜୁର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସମ୍ବଲପୁରରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ 374 କୋଟି 17 ଲକ୍ଷ ଟଙ୍କା ମଞ୍ଜୁର

ଅର୍ଗସ ବ୍ୟୁରୋ: ସମ୍ବଲପୁରବାସୀଙ୍କୁ ମୋଦି ସରକାରଙ୍କ ଭେଟି। ସମ୍ବଲପୁରରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ 374 କୋଟି 17 ଲକ୍ଷ ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡକରୀ। ସମ୍ବଲପୁର ଜିଲ୍ଲାରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଅଇଁଠାପାଲି ଜଙ୍କସନ୍ ଠାରେ ୬ ଲେନ୍ ବିଶିଷ୍ଟ ସାଢ଼େ ତିନି କିଲୋମିଟର ଲମ୍ଵା ଫ୍ଲାଏଓଭର ଏବଂ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଦୁଇ ଲେନ୍ ବିଶିଷ୍ଟ ଗୋଟିଏ ସଡ଼କ ଓଭର ବ୍ରିଜ୍ ବା ଆରଓବି ନିର୍ମାଣ କରାଯିବ।

ଏନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ସେ କହିଛନ୍ତି, ପ୍ରସ୍ତାବିତ ୬ ଲେନ୍ ବିଶିଷ୍ଟ ଫ୍ଲାଏଓଭର ନିର୍ମାଣ ଦ୍ବାରା ଅଇଁଠାପାଲି ଛକରେ ହେଉଥ‌ିବା ଟ୍ରାଫିକ୍ ଭିଡ଼ ହ୍ରାସ ପାଇବ। ଏହାବ୍ୟତୀତ, ୫୩ ନମ୍ବର ଜାତୀୟ ରାଜପଥ ଉପରେ ତେଲେଇବଣି-ସମ୍ବଲପୁର ୪ ଲେନ୍ ବିଶିଷ୍ଟ ପ୍ରକଳ୍ପରୁ ବାଦ୍ ଦିଆଯାଇଥ‌ିବା ୨ ଲେନ୍ ବିଶିଷ୍ଟ ସଡ଼କ ଓଭର ବ୍ରିଜ୍ ପ୍ରକଳ୍ପ ନିର୍ମାଣ କରାଯିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Gadkari sanctions Rs 374.17 crore for NH projects in Odisha’s Sambalpur | Argus News