Videos
|
Odisha

ମତଦାନ କଲେ ଗଜପତି ମହାରାଜା ଏବଂ ରାଣୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମତଦାନ କଲେ ଗଜପତି ମହାରାଜା ଏବଂ ରାଣୀ

ପୁରୀ : ଆଜି ଓଡିଶାରେ ତୃତୀୟ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମତଦାନ କଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ମତଦାନ କରିବା ପରେ ଗଣମାଧ୍ୟମରେ ରଖିଲେ ପ୍ରତିକ୍ରିୟା। 
ସେ କହିଛନ୍ତି, ଭୋଟ ଦେଇ ଆମେ ଆମର ସମ୍ବିଧାନ କର୍ତ୍ତବ୍ୟକୁ ପୂରଣ କରିବା । ସମସ୍ତେ ଖୁସିର ସହ ଏହି ପର୍ବରେ ସାମିଲ ହୁଅନ୍ତୁ । ସମସ୍ତେ ନିଜ ନିଜର ବିବେକ ନିଜର ଚିନ୍ତାଧାରା ଅନୁସାରେ ଭୋଟ ଦିଅନ୍ତୁ । ଦେଶର ତଥା ରାଜ୍ୟର ଉନ୍ନତି କରନ୍ତୁ । ଦେଶର ଭବିଷ୍ୟତକୁ ଆଖି ଆଗରେ ରଖି ନିଶ୍ଚିନ୍ତ ଭୋଟ ଦିଅନ୍ତୁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । 

ଅଧିକ ପଢନ୍ତୁ :ଭୋଟ୍ ଦେଲେ, ସମସ୍ତଙ୍କୁ ଭୋଟ୍ ଦେବାକୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

ଆଜି ୪୪୭ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା। ଦିନ ୧୧ଟା ସୁଦ୍ଧା ୨୧.୩୨ ପ୍ରତିଶତ  ମତଦାନ ହୋଇଛି।   ଅନୁଗୁଳରେ  ୨୨.୮୫,  କଟକ ୨୦.୧୩% ମତଦାନ ହୋଇଛି।  ସେହିପରି ଦେବଗଡରେ ୨୪%, ଢେଙ୍କାନଳ ରେ ୨୦.୯୨% ମତଦାନ ହୋଇଥିବାବେଳେ କେନ୍ଦୁଝରେ ୨୦.୮୪% ମତଦାନ ହୋଇଛି।  ସେହିପରି ଖୋର୍ଦ୍ଧାରେ ୨୧.୬୧% ମତଦାନ ହୋଇଛି। ମୟୂରଭଞ୍ଜରେ ୨୧.୨୪% ମତଦାନ ହୋଇଥିବାବେଳେ  ନୟାଗଡରେ  ୧୯.୩୦% ମତଦାନ ହୋଇଛି।    
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: