Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛେରା ପହଁରା ନୀତି ସମ୍ପର୍ଣ୍ଣ କରିବାକୁ ଆସିଲେ ମହାରାଜା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଛେରା ପହଁରା ନୀତି ସମ୍ପର୍ଣ୍ଣ କରିବାକୁ ଆସିଲେ ମହାରାଜା

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀ ଛାଡ଼ି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁ। ଭାବରେ ଭିଜୁଛି ବଡଦାଣ୍ଡ । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଭକ୍ତ ଆଗରେ ଗାଧୋଇଛନ୍ତି ଶ୍ରୀଜୀଉ । ଚର୍ମଚକ୍ଷରୁ ମହାପ୍ରଭୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ । ବର୍ଷାରେ ଭିଜି ଭିଜି ବ୍ରହ୍ମାଣ୍ଡ ଠାକୁରଙ୍କ ଦିବ୍ୟ ସ୍ନାନ ଦେଖିଛନ୍ତି ଶ୍ରଦ୍ଧାଳୁ । ଛେରା ପହଁରା ପାଇଁ ପହଞ୍ଚିଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ ଗଜପତି ମହାରାଜା । ସ୍ନାନଯାତ୍ରାର ଅନନ୍ୟ ପରମ୍ପରା ହେଉଛି ପୁରୀ ଗଜପତିଙ୍କ ଛେରାପହଁରା। ଆଜି ଏହି ନୀତି ସମାପନ କରିବାକୁ ରାଜନଅରରୁ ଆସିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ତାମଯାନରେ ବସି ଗଜପତି ରଥପାଖକୁ ଆସିଥିଲେ। ବର୍ତ୍ତମାନ ଏହି ଛେରାପହଁରା ନୀତି ଆରମ୍ଭ ହୋଇଛି।

ଭୋର ୫ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ଧାଡ଼ି ପହଣ୍ଡିରେ ଆସି ସ୍ନାବେଦିରେ ବିରାଜିଲେ ବଡ଼ଠାକୁର । ବଡ଼ଠାକୁରଙ୍କ ପଛେପଛେ ପହଣ୍ଡିରେ ଆସି ରତ୍ନବେଦିରେ ବିରାଜିଛନ୍ତି ମହାପ୍ରଭୁ ଜଗନ୍ନାଥ । ଶେଷରେ ରତ୍ନବେଦି ଚାଡ଼ି ସ୍ନାନବେଦିରେ ବିରାଜିଛନ୍ତି ଦେବୀ ସୁଭଦ୍ରା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
gajapati maharaja dibyasingha deb chhera pahanra on the snana yatra | Argus News