Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି

Smruti Parija
Browse all articles by Smruti Parija
·2 years ago·1 min read
ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜ ।  ଆଉ ଦିନ କେଇଟା ପରେ ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଥିବାବେଳେ ଏହା ମଧ୍ୟରେ ଗଜପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । 

ରଥଯାତ୍ରା ଅବ୍ୟବହିତ ପୂର୍ବରୁ ରାଜ୍ୟ ଅତିଥିଭବନଠାରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମଧ୍ୟରେ ଆଲୋଚନା ହୋଇଛି । 

ଆଲୋଚନାକୁ ନେଇ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି ଗଜପତିଙ୍କ ବହୁ ମୂଲ୍ୟବାନ ପରାମର୍ଶ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି । ସମୟ ନିର୍ଘଣ୍ଟ ଅନୁସାରେ ସବୁ ସମାପନ କରିବାକୁ ନିଷ୍ପତ୍ତି ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଲୋଚନା ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସମ୍ପୂର୍ଣ୍ଣ ତଥ୍ୟ ଆସିଲା ପରେ ଆରେଞ୍ଜମେଣ୍ଟ କରାଯିବ । ଯେଭଳି ଭାବେ କୌଣସି ଅସୁବିଧା ନହେବ ସେନେଇ ଆଲୋଚନା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଭକ୍ତ ବଢିଲେ ଆମେ ଖୁସି ହେବୁ । ଆମ ପାଇଁ ଏହା ଚ୍ୟାଲେଞ୍ଜ ନୁହେଁ । ଭକ୍ତମାନେ କେମିତି ଶୃଙ୍ଖଳା ସହ ଦର୍ଶନ କରି ପୁରୀରୁ ଫେରିବେ ତାହା ପାଇଁ ଚାଲେଞ୍ଜ । ରତ୍ନଭଣ୍ଡାର ଖୋଲିବା ନେଇ ଆମେ ନିଷ୍ପତ୍ତି ନେଇଛୁ । ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ବ୍ୟତିକ୍ରମ ହେବ ନାହିଁ ।  ଖୁବ କମ ଦିନ ଭିତରେ କେଉଁ ତାରିଖରେ ଖୋଲିବ ରତ୍ନଭଣ୍ଡାର ତାହା ଘୋଷଣା ହେବ ।

ରତ୍ନଭଣ୍ଡାର ଖୋଲିବା ଏକ ସ୍ପର୍ଷକତାର ବିଷୟ । କେଉଁମାନେ ଉପସ୍ଥିତ ରହିବେ, କିଭଳି ବ୍ୟବସ୍ଥା କରାଯିବ ସେନେଇ ଥାକ ଥାକ ହୋଇ ପଦକ୍ଷେପ ନିଆଯିବ । ଦାୟିତ୍ୱରେ କିଏ ରହିବେ ତାହା ନେଇ ରତ୍ନଭଣ୍ଡାର ଖୋଲି ଓ ଗଣତି କରିବା ତାହା ଯତ୍ନର ସହ କରିବା ଉପରେ ଗୁରୁତ୍ୱ ଦିଆଯିବ । ସବୁ କାମ ଭଗବାନଙ୍କ ଦୟାରେ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।

ଆହୁରି ପଢନ୍ତୁ ଓଡିଶା ଖବର... 
 

Sponsored
gajapati-maharaja-met-cm-mohan-majhi | Argus News