|
logo
Live
Argus News App
GET APP

Argus News - ଗଜପତି ମହାରାଜା କହିଥିଲେ ଚାଉଳ ଓ ଗୁଆ ନିଷ୍ପତ୍ତି ରାଜ୍ୟ ସରକାରଙ୍କର

Odisha

ଗଜପତି ମହାରାଜା କହିଥିଲେ ଚାଉଳ ଓ ଗୁଆ ନିଷ୍ପତ୍ତି ରାଜ୍ୟ ସରକାରଙ୍କର

Manini Pattanayak
Browse all articles by Manini Pattanayak
·2 years ago·1 min read
ଗଜପତି ମହାରାଜା କହିଥିଲେ ଚାଉଳ ଓ ଗୁଆ ନିଷ୍ପତ୍ତି ରାଜ୍ୟ ସରକାରଙ୍କର

 ଭୁବନେଶ୍ୱର:  ଅର୍ପଣରଥରେ ଚାଉଳ ଗୁଆ ସଂଗ୍ରହକୁ ନେଇ ଏବେ ବିବିଦ ଚରମସୀମାରେ। ଗଜପତି ମହାରାଜା ଏଭଳି ସଂଗୃହୀତ ଚାଉଳ ନିଷ୍ପତ୍ତି ମନ୍ଦିର ପ୍ରଶାସନର ନୁହେଁ ବୋଲି ସଫାସଫା କହିବା ପରେ ମହାପ୍ରଭୁଙ୍କୁ ନେଇ ସରକାର କରୁଥିବା ହୀନ ରାଜନୀତି ଏବେ ପଦାରେ ପଡିଛି।

ସେପଟେ ସଂଗୃହୀତ ଚାଉଳକୁ ଶ୍ରୀମନ୍ଦିର ରୋଷଶାଳାରେ ରନ୍ଧାଯାଇ ଅନ୍ନ,ଖେଚୁଡି କରାଯିବ ବୋଲି ସୁଆରମହାସୁଆର ନିଯୋଗ ପ୍ରତିକ୍ରିୟା ରଖିବା ପରେ ଅନ୍ୟ ନିଯୋଗ ସେବାୟତଙ୍କ ସମେତ ପୁରୀ ବିଧାୟକ ଏହାକୁ ବିରୋଧ କରିଛନ୍ତି। ଅନ୍ୟପଟେ ସଂଗୃହୀତ ଚାଉଳକୁ ନେଇ ସବୁଆଡୁ ବିବାଦ ଉପୁଜିବା ପରେ ସୁଆରମହାସୁଆର ନିଯୋଗକୁ ଚାପ ପକେଇ ଅନ୍ନ,,ଖେଚୁଡି ରନ୍ଧାଯିବା ନିଷ୍ପତ୍ତି ରାଜ୍ୟ ସରକାର ନେଇଥିବା ଜ୍ୟୋତିର୍ବିଦ କହିଥିବା ବେଳେ ଏ ପ୍ରସଙ୍ଗରେ ଅର୍ଗସ ବୁମ୍ ଦେଖି ମୁହଁ ବୁଲାଇ ପଳାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।  

 ତେବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ପ୍ରତିକ୍ରିୟା ରଖିବା ପରିବର୍ତ୍ତେ ଅର୍ଗସ ବୁମ୍ ଦେଖି ମୁହଁ ଏଡାଇ ପଳାଇଛନ୍ତି।  ଅନ୍ୟପଟେ ଗୁଆ ଚାଉଳ କୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଅର୍ପଣରଥରେ ସଂଗୃହୀତ ଚାଉଳ,ଗୁଆ କିଭଳି ବ୍ୟବହାର କରାଯିବ,,,ଶ୍ରୀମନ୍ଦିର ଭିତରେ ତାହା ପ୍ରବେଶ ହୋଇପାରିବ କି ନାହିଁ,, ଶ୍ରୀମନ୍ଦିର ରୋଷଶାଳାରେ ଚାଉଳ ରନ୍ଧାଯାଇ ପାରିବ କି ନାହିଁ ସେ ସମ୍ପର୍କରେ ଛତିଶାନିଯୋଗ ଓ ପରିଚାଳନା କମିଟିର ବୈଠକରେ ଆଲୋଚନା ହେବା ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।ୂ ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗଜପତି ମହାରାଜା କହିଥିଲେ ଚାଉଳ ଓ ଗୁଆ ନିଷ୍ପତ୍ତି ରାଜ୍ୟ ସରକାରଙ୍କର | Argus News