Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାତିରୁ ତ୍ରାହି; ଝିପିଝିପି ବର୍ଷାକୁ ଶୀତୁଳିଆ ପବନ

Smruti Parija
Browse all articles by Smruti Parija
·2 years ago·1 min read
ତାତିରୁ ତ୍ରାହି; ଝିପିଝିପି ବର୍ଷାକୁ ଶୀତୁଳିଆ ପବନ

ଭୁବନେଶ୍ୱର:  ରାଜ୍ୟରେ ବଦଳିଛି ପାଗର ମିଜାଜ । ରାଜ୍ୟର ଗଜପତି ଜିଲ୍ଲାର ୨ ଟି ସ୍ଥାନରେ ଗୋଶାଳୀ ଏବଂ ହୁମାରେ ପ୍ରବଳ ବର୍ଷା ହୋଇଛି । ପାଖାପାଖି ୭ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ୩୦ ଟି ସହରରେ ୧ ସେଣ୍ଟିମିଟରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୩ ଦିନ ପାଇଁ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । 

ଏମିତିକି କିଛି କିଛି ସ୍ଥାନରେ ଝଡ଼ ତୋଫାନ ସହିତ ୪୦ ରୁ ୫୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି ।  ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ମୟୂରଭଞ୍ଜ, କେନ୍ଦୁଝର ବାଲେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡଘଡି ମାରିବା ସମ୍ଭାବନା ରହିଛି । 

ସେପଟେ  ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିବା ସହିତ ଆଜି ଟ୍ୱିନସିଟିରେ ବି  ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । 
ଅନ୍ୟପଟେ ପ୍ରଚଣ୍ଡ ତାତି ପରେ ଏବେ ମେଘୁଆ ପାଗ ଯୋଗୁଁ ଲୋକେ ଖୁବ ଆଶ୍ୱସ୍ତି ହୋଇଛନ୍ତି । ଶିତୁଳିଆ ପାଗକୁ ମନଭରି ଉପଭୋଗ କରୁଛନ୍ତି । ତାପମାତ୍ରା କମିଥିବାରୁ ମଣିଷଠୁ ପଶୁପକ୍ଷୀ ସମସ୍ତେ ଆଶ୍ୱସ୍ତ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...
 

Sponsored
gajapati-records-7-cm-rainfall | Argus News