ISKCON Controversy / ଗଜପତି ମହାରାଜାଙ୍କ ଚେତାବନୀ, ଇସ୍କନ୍ ଅଦିନିଆ ରଥଯାତ୍ରା କଲେ ନିଆଯିବ ଆଇନର ଆଶ୍ରୟ
·5 months ago·2 min read

Key Points
୮୦ ସ୍ଥାନରେ ଅଦିନିଆ ରଥଯାତ୍ରା
ଗଜପତି ମହାରାଜାଙ୍କ ବଡ଼ ପଦକ୍ଷେପ
ଅଦିନିଆ ରଥଯାତ୍ରା କଲେ ନିଆଯିବ ଆଇନର ଆଶ୍ରୟ
ଗଜପତି ମହାରାଜାଙ୍କ ବଡ଼ ପଦକ୍ଷେପ
ଅଦିନିଆ ରଥଯାତ୍ରା କଲେ ନିଆଯିବ ଆଇନର ଆଶ୍ରୟ
ଅମାନିଆ ଇସ୍କନ । ନିୟମ ନ ମାନି ବାରମ୍ବାର କରୁଛି ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା । ଶ୍ରୀକ୍ଷେତ୍ର ମୂଳପୀଠ ପରମ୍ପରାର ବ୍ୟତିକ୍ରମ କରୁଛି ଇସ୍କନ୍ । ଭାରତ ବାହାରେ ଇସ୍କନ ମନ୍ଦିରଗୁଡିକ ବର୍ଷସାରା ଅନିୟମିତ ତାରିଖରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରୁଛନ୍ତି । ଇସ୍କନ ମୁଖ୍ୟ କାର୍ଯ୍ୟାଳୟ (ମାୟାପୁର)ର ୧୯ ଅକ୍ଟୋବର ୨୦୨୫ର ନିଷ୍ପତ୍ତି ପରେ ବିଦେଶରେ ୮୦ଟି ସ୍ଥାନରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇସାରିଛି ବା ଚଳିତବର୍ଷ ହେବାକୁ ଯାଉଛି । ସେହିପରି ଅତିକମ୍ରେ ୧୦ଟି ସ୍ଥାନରେ ସ୍ନାନଯାତ୍ରା ମଧ୍ୟ ହୋଇଛି । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ବହୁ ଆଚାର୍ଯ୍ୟ ଶାସ୍ତ୍ରୀୟ ମତ ଆଧାରରେ ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ରଥଯାତ୍ରା କରିବା ପାଇଁ ପରାମର୍ଶ ଦେଇଛନ୍ତି । କିନ୍ତୁ ଇସ୍କନ ଏହାକୁ ଅବମାନନା କରି ବାରମ୍ବାର ଅଦିନିଆ ରଥଯାତ୍ରା କରୁଛି ।
ତେବେ ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଐକ୍ୟ ସ୍ଥାପନ ମଣ୍ଡଳୀ ବୈଠକ । ସମସ୍ତ ଜଗନ୍ନାଥ ମନ୍ଦିର ଏବଂ ରାଜ୍ୟ, ତଥା ଦେଶ ଏବଂ ଦେଶ ବାହାରେ ମୂଳ ପୀଠ ଆଧାରରେ ତିଥିରେ ହିଁ ଯାନି ଯାତ୍ରାପାଳନ କରିବାକୁ ନିଷ୍ପତ୍ତି ହୋଇଛି ।
ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ସମେତ ଅନ୍ୟ ପ୍ରାୟ ୨୫ଟି ନୀତିକୁ ପାଳନ କରିବା ବିଧେୟ ବୋଲି ନିଷ୍ପତ୍ତି ହୋଇଛି । ଯେହେତୁ ଶ୍ରୀମନ୍ଦିରରେ ପାଳିତ ସମସ୍ତ ନୀତି ସମସ୍ତ ଜଗନ୍ନାଥ ମନ୍ଦିରରେ ପାଳନ କରିବା ସମ୍ଭବ ନୁହେଁ ବୋଲି ବିଚାର କରାଯାଇଛି । ତେବେ ରାଜ୍ୟ, ଦେଶ, ତଥା ଦେଶ ବାହାରେ ମୂଳପୀଠ ଆଧାରରେ ଗୋଟିଏ ତିଥିରେ ନୀତି ପାଳନ ନେଇ ଆଚାର୍ଯ୍ୟମାନେ ମତ ରଖିଛନ୍ତି ।
୧୯ ଅକ୍ଟୋବର ୨୦୨୫ରେ ଇସ୍କନ ମୁଖ୍ୟାଳୟ ଚିଠି ଅନୁସାରେ, ଭାରତ ଭିତରେ ଇସ୍କନ ଗୋଟିଏ ତିଥିରେ ହିଁ ପାଳନ କରି ଆସୁଛି ରଥଯାତ୍ରା । କିନ୍ତୁ ଭାରତ ବାହାରେ ବିଭିନ୍ନ ସମୟରେ ପାଳନ କରିପାରିବେ । କିନ୍ତୁ ଶାସ୍ତ୍ରୀୟ ମତ କହୁଛି ମହାପ୍ରଭୁ କେବଳ ଦୁଇଟି ତିଥିରେ ହିଁ ବାହାରକୁ ଆସିପାରିବେ । ଗୋଟିଏ ଜ୍ୟେଷ୍ଠ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ତିଥିରେ । ଅନ୍ୟଟି ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ପୁରୀରେ ଅନୁଷ୍ଠିତ ଐକ୍ୟ ସ୍ଥାପନ ମଣ୍ଡଳୀ ବୈଠକ ପରେ ଗଜପତି ମହାରାଜା କହିଛନ୍ତି, ''ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଆଲୋଚନା କରାଯିବ । ଇସ୍କନ୍ ମାୟାପୁର୍ କର୍ତ୍ତୃପକ୍ଷଙ୍କୁ ପୁର୍ନବାର ଚିଠି ଲେଖାଯିବ । ସବୁ ପ୍ରକାର ପଦକ୍ଷେପ ନେବା ସତ୍ତ୍ୱେ ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରା କଲେ ଆଇନର ଆଶ୍ରୟ ନିଆଯିବ''।
ସେହିପରି ଆସନ୍ତା ପଣା ସଂକ୍ରାନ୍ତିରୁ ଶ୍ରୀମନ୍ଦିର କ୍ୟାଲେଣ୍ଡର ପ୍ରଚଳିତ ହେବାକୁ ଯାଉଛି । କ୍ୟାଲେଣ୍ଡରରେ ଉଲ୍ଲେଖ ହୋଇଥିବା ତାରକା ଚିହ୍ନ ଅନୁସାରେ ଭାରତରେ ଥିବା ସବୁ ଜଗନ୍ନାଥ ମନ୍ଦିର ଏହା ପାଳନ କରିବା ବାଧ୍ୟତାମୂଳକ । ଭାରତ ଭିତରେ ସବୁ ଜଗନ୍ନାଥ ମନ୍ଦିର ମୂଳ ପୀଠ ବା ଶ୍ରୀମନ୍ଦିର କ୍ୟାଲେଣ୍ଡର ଅନୁସାରେ ପର୍ବପର୍ବାଣି ଓ ନୀତିକାନ୍ତି ପାଳନ କରିବାକୁ ଗଜପତି ପରାମର୍ଶ ଦେଇଛନ୍ତି ।

Related Topics
Explore more stories