Videos
|
Odisha

ବିକାଶ ଅପେକ୍ଷାରେ ଗଣ୍ତିଖୋଲବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିକାଶ ଅପେକ୍ଷାରେ ଗଣ୍ତିଖୋଲବାସୀ

ଅର୍ଗସ ବ୍ୟୁରୋ:  ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାମ୍ ପଞ୍ଚାୟତର ପଡା ଗଣ୍ତିଖୋଲର। ସ୍ୱାଧୀନତାର ବହୁ ବର୍ଷ ବିତି ଯାଇଥିଲେ ସୁଦ୍ଧା ମୈଳିକ ସୁଵିଧାରୁ ଵଞ୍ଚିତ ଉପାନ୍ତଵାସୀ। ଏହା ସହ ଗଣ୍ତିଖୋଲରେ ୩୩ରୁ ଅଧିକା ଜୁଆଙ୍ଗ ସଂପ୍ରଦାୟର ଆଦିଵାସୀ ପରିଵାର ଵସଵାସ କରୁଥିଵା ଵେଳେ ମାଟି ରାସ୍ତା ସାଙ୍ଗକୁ କାଠ ପୋଲ ସାଜିଛି ଏମାନଙ୍କର ନିତି ଦିନର ଚଲାପଥ।

ଭଲ ରାସ୍ତା ଅଭାଵ ସାଙ୍ଗକୁ ସୁଦ୍ଧ ପାନୀୟଜଳ ମଧ୍ୟ ଏହି ଅଞ୍ଚଳର ଆଉ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଉନ୍ନତି ନାଁରେ ସରକାର ପକ୍ଷରୁ ଵହୁ ଅର୍ଥ ଵିନିଯୋଗ ହେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇଵାରେ ଵିଫଳ ଜିଲ୍ଳା ପ୍ରଶାସନ। ଏପଟେ ଝରଣାର ପାଣି ଶୋଷ ମେଣ୍ଟାଉଛି ଗ୍ରାମଵାସୀଙ୍କର..। ସେହିପରି ଭାବରେ ଉକ୍ତ ଗ୍ରାମରେ ଥିବା ତିନିଟି ନଳକୂପ ଅଚଳ ଅଵସ୍ଥାରେ ପଡିରହିଛି। ଏଗୁଡିକୁ ସଜାଡିବା ପାଇଁ ବିଭାଗୀୟ ଅଧିକାରୀ କୌଣସି ତତ୍ପରତା ଦେଖାଉନଥିବା ହଇଛି ଅଭିଯୋଗ।

୨୪ ବର୍ଷର ବିଜେଡି ସରକାର ଗରିଵ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରିଥିଲେ ସୁଦ୍ଧା ଏହା ଲାଭ ପାଇ ପାରୁନାହାଁନ୍ତି ପ୍ରକୃତ ହିତାଧିକାରୀ। ଯୋଜନା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆସୁଛି ସତ କିନ୍ତୁ ଏହା ଵାଟ ମାରଣା ହେଉଥିବା ନେଇ ହେଉଛି ବଡ଼ ଅଭିଯୋଗ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
gandikholabasi waiting for development | Argus News