ଆଜି ଗଣେଶ ପୂଜା, ସବୁଠି ଅଗ୍ରପୂଜ୍ୟଙ୍କ ଆରାଧନା
·1 year ago

ଅର୍ଗସ ବ୍ୟୁରୋ: ଆଜି ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ, ଜ୍ଞାନର ଦେବତା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆରାଧନାର ଦିନ। ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଅନେକ ଗୁରୁତ୍ବ ବହନ କରେ। ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଶ ପୂଜାର ବିଶଷ ମହତ୍ବ ରହିଛି। ଯାହାକୁ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଗଣେଶ ଚୁତୁର୍ଥୀ ବେଶ ଆଡ଼ମ୍ବର ସହ ପାଳନ କରାଯାଉଛି। ଘରଠୁ ଆରମ୍ଭ କରି ବିଭିନ୍ନ କ୍ଲବ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଶ ପୂଜାକୁ ନେଇ ବିଶେଷ ପ୍ରସ୍ତୁତି ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: