Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଖେଇ ଆସୁଛି ଗଣେଶ ପୂଜା, ସଜେଇ ହେଉଛି ପୂଜା ବଜାର 

Odisha

ପାଖେଇ ଆସୁଛି ଗଣେଶ ପୂଜା, ସଜେଇ ହେଉଛି ପୂଜା ବଜାର 

Manini Pattanayak
Browse all articles by Manini Pattanayak
·1 year ago·1 min read
ପାଖେଇ ଆସୁଛି ଗଣେଶ ପୂଜା, ସଜେଇ ହେଉଛି ପୂଜା ବଜାର 

ଝାରସୁଗୁଡା: ପାଖେଇ ଆସୁଛି ଗଣେଶ ପୂଜା, ସଜେଇ ହେଉଛି ପୂଜା ବଜାର । ହିନ୍ଦୁ ଧର୍ମରେ ୧୨ ମାସରେ ୧୩ ପର୍ବ ପର୍ବଣୀ ପାଳନ କରାଯାଇଥାଏ । ମାଟିରେ ମୂର୍ତ୍ତି ତିଆରି କରିବା ପାଇଁ ମାସେ ସମୟ ଲାଗୁଥିବା ବେଳେ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ମୂର୍ତ୍ତି ଗୁଡିକୁ ରଙ୍ଗ ଦେବା ସହ ସାଜସଜା କରିବା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ଆଣି ମୂର୍ତ୍ତି ତିଆରି କରିବାରେ କାରିଗର ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ସନାତନ ଧର୍ମରେ ପ୍ରଭୁ ଶ୍ରୀ ଗଣେଶ ଙ୍କୁ ସର୍ବ ପ୍ରଥମେ ପୂଜା କରାଯାଇଥାଏ । ସବୁ ଶୁଭ କାମରେ ପ୍ରଥମେ ଗଣେଶଙ୍କୁ ସ୍ମରଣ କରାଯାଇଥାଏ । ସକଳ ସିଦ୍ଧିଦାତା, ସର୍ବ ପାପ ବିନାସନ, ସକଳ ଦୁଃଖ ବିମୋଚନ ଭାବରେ ପ୍ରଭୁ ଶ୍ରୀ ଗଣେଶ ଙ୍କୁ ଅଗ୍ର ଭାବରେ ପୂଜା କରାଯାଇଥାଏ । ତେବେ ଗଣେଶ ଚତୁର୍ଥୀ ପାଖେଇ ଆସିବାକୁ ଆଉ ମାତ୍ର କିଛି ଦିନ ବାକି ଅଛି ।

ସେଥିପାଇଁ ମୂର୍ତ୍ତି ଗଢା ଶେଷ ହେଉଛି ପୂଜା ପାଇଁ ବଜାରରେ ଏବେ ମୂର୍ତ୍ତି ଗଢା କାର୍ଯ୍ୟ ଜୋର୍ଦାର ଶେଷ ପର୍ଯ୍ୟାୟରେ ଚାଲିଛି । ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଛକରେ ଜିଲ୍ଲା ଓ ଜିଲ୍ଲା ବାହାର କାରିଗର ମାନେ ଦିନ ରାତି ପରିଶ୍ରମ ଏକ କରି ମୂର୍ତ୍ତି ଗଢିବାରେ ଲାଗିଛନ୍ତି । ବହୁତ୍ ସୁନ୍ଦର୍ ସୁନ୍ଦର୍ ମୂର୍ତ୍ତି ଗଢା ହେଉଥିବାର ଦେଖିବାକୁ ମିଳୁଛି । ମୂର୍ତ୍ତି ଗୁଡିକ ୧୦ - ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଗଢା ହେଉଥିବା ବେଳେ ଏହାର ମୂଲ୍ୟ ରହିଛି ୨୦୦ ଶହ ଟଙ୍କାରୁ ୧୨ ହଜାର ପର୍ଯ୍ୟନ୍ତ ରହିଛି । ଏହି ମୂର୍ତ୍ତି ଗଢି ନିଜର ପେଶା ଭାବରେ ପରିବାର ପୋଷୁଥିବା କହିଛନ୍ତି କାରିଗର । ଏହିପରି ବିଭିନ୍ନ ପର୍ବ ପର୍ବାଣୀ ରେ ବିଭିନ୍ନ ପ୍ରତିମୂର୍ତ୍ତି ତିଆରି କରି ରୋଜଗାର କରିଥାନ୍ତି କାରିଗରମାନେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Ganesh Puja is approaching, Puja Bazaar is getting decorated. | Argus News