କଂଗ୍ରେସ ଛାଡିଲେ ଗଣେଶ୍ୱର ବେହେରା
·2 years ago

ଅର୍ଗସ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତେ ସରଗରମ ହେଉଛି । ରାଜ୍ୟରେ ଦଳଡିଆଁ ରାଜନୀତି ଚାଲିଛି । ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ନେତା । କିଏ ଟିକେଟ୍ ଆଶାରେ ଅନ୍ୟ ଦଳରେ ସାମିଲ ହେଉଛି ତ ଆଉ କିଏ ଦଳରେ ଅଲୋଡା ହୋଇ ଦଳ ଛାଡୁଛି । ଆଉ ଏହାରି ଭିତରେ ଆଉ ଜଣେ ବରିଷ୍ଠ ନେତା କଂଗ୍ରେସ ଦଳ ଛାଡିବା ଘଟଣା ସାମ୍ନାକୁ ଆସିଛି ।
କଂଗ୍ରେସ ଛାଡିଛନ୍ତି ବରିଷ୍ଠ ନେତା ଗଣେଶ୍ୱର ବେହେରା । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କୁ ଏନେଇ ଇସ୍ତଫାପତ୍ର ପଠାଇଛନ୍ତି । ତେବେ ଗଣେଶ୍ୱର ବେହେରା ଦଳ ଛାଡିବା ପରେ ତାଙ୍କର ଆଗାମୀ ପଦକ୍ଷେପ କଣ ରହିବ ତା’ଉପରେ ନଜର।
ଅଧିକ ପଢ଼ନ୍ତୁ ରାଜନୀତି ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: