Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଗଣେଶ୍ୱର ବେହେରା

Smruti Parija
Browse all articles by Smruti Parija
·2 years ago·1 min read
କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଗଣେଶ୍ୱର ବେହେରା

ଭୁବନେଶ୍ୱର: କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି ଗଣେଶ୍ୱର ବେହେରା । ସାଂସଦ ସସ୍ମିତ ପାତ୍ର, ପ୍ରତାପ ଜେନା, ଶଶୀଭୂଷଣ ବେହେରାଙ୍କ ଉପସ୍ଥିତରେ ବିଜେଡିରେ ମିଶିଛନ୍ତି ଗଣେଶ୍ୱର । ବିଜେଡିରେ ମିଶିବା ପରେ ଗଣେଶ୍ୱର ବେହେରା କହିଛନ୍ତି ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିକାଶ ପୁରୁଷ ।

ଓଡ଼ିଶାର ସମ ବିକାଶରେ ସେ ବିଶ୍ୱାସ କରନ୍ତି । ସମସ୍ତଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ତେଣୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡି ଦଳରେ ସାମିଲ ହୋଇଛି ବୋଲି କହିଛନ୍ତି ଗଣେଶ୍ୱର ବେହେରା ।  କେନ୍ଦ୍ରପଡା ବିକାଶ ପାଇଁ ମୁଁ ବିଜେଡିରେ ସାମିଲ ହୋଇଛି । ମୋତେ ଦଳରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧକ୍ଷ ଭି. କେ ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଉଛି । କେନ୍ଦ୍ରାପଡା ଲୋକଙ୍କ ସେବା କରିବା ମୋର ଏକମାତ୍ର ଇଛା । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ganeswar-behera-joins-bjd | Argus News