Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହିରୋଇନ କରାଇଦେବି କହି ଗଣଦୁଷ୍କର୍ମ, ଅଶ୍ଲୀଳ ଫଟୋ ଉଠାଇ ବ୍ଲାକମେଲିଂ ଅଭିଯୋଗ

Odisha

Blackmail Case / ହିରୋଇନ କରାଇଦେବି କହି ଗଣଦୁଷ୍କର୍ମ, ଅଶ୍ଲୀଳ ଫଟୋ ଉଠାଇ ବ୍ଲାକମେଲିଂ ଅଭିଯୋଗ

Bikash Mohanty
Browse all articles by Bikash Mohanty
·1 hour ago·3 min read
ହିରୋଇନ କରାଇଦେବି କହି ଗଣଦୁଷ୍କର୍ମ, ଅଶ୍ଲୀଳ ଫଟୋ ଉଠାଇ ବ୍ଲାକମେଲିଂ ଅଭିଯୋଗ
Blackmail

Key Points

ହିରୋଇନ କରିଦେବି କହି ଗଣ ଦୁର୍ଷ୍କମ,ବ୍ଲାକମେଲ ଅଭିଯୋଗ
ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ରାଜନଗରରୁ
ଅଭିଯୋଗ ପରେ ଦୁଇ ଯୁବକ ଗିରଫ

ରାଜନଗର,୩୧/୦୫: ଯାତ୍ରା ପାର୍ଟିରେ ହିରୋଇନ କରିଦେବି କହି ଗଣ ଦୁର୍ଷ୍କମ,ବ୍ଲାକମେଲ ଏଭଳି ସାଂଘାତିକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଳା ରାଜନଗରରୁ। ନିଜକୁ ଯାତ୍ରା ପାର୍ଟିର ମ୍ୟାନେଜର କହି  ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡାଙ୍କ ବିରୋଧରେ ଆସିଛି ଠକେଇ, ଦୁଷ୍କର୍ମ ଏବଂ ହତ୍ୟା ଧମକ ଭଳି ସଙ୍ଗୀନ ଅଭିଯୋଗ । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡା ଦାଣ୍ଡିସାହି ଅଞ୍ଚଳର ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି ।

ଯାତ୍ରା ପାର୍ଟିରେ ହିରୋଇନ ହେବା ପାଇଁ ଯୁବତୀଙ୍କୁ ୨ ଜଣ ଯୋଗାଯୋଗ କରିଥିଲେ । ଦୁଇ ଜଣ ଯୁବକ ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡା ସେହି ଯୁବତୀଙ୍କୁ ହୋଟେଲକୁ ଡାକିଥିଲେ । ଏହାପରେ ଯୁବତୀଙ୍କ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥିସହ ଯୁବତୀଙ୍କ କିଛି ଅଶ୍ଲିଳ ଫଟୋ ମଧ୍ୟ ଉଠାଇଥିଲେ । ଯଦି ବାହାର କିମ୍ବା କୌଣସି ସ୍ଥାନରେ ଏନେଇ ଅଭିଯୋଗ କରିବୁ, ତେବେ ଏହି ଫଟୋକୁ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲେ । ସମୟ ସମୟରେ ଅଶ୍ଲିଳ ଫଟୋ ଭାଇରାଲର କରିବାର ଧମକ ଦେଇ ଯୁବତୀଙ୍କୁ ହୋଟେଲକୁ ଡାକି ବାରମ୍ବାର ଦୁଷ୍କର୍ମ କରୁଥିଲେ । ସେହିପରି ହିରୋଇନ ହେବା ବାବଦରେ ୨ ଲକ୍ଷ ୮୦ ହଜାର ଟଙ୍କା ଠକେଇ କରିଥିବା ନେଇ ଗତ ମେ ୨୬ ତାରିଖରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତା ଯୁବତୀ ।

ସେପଟେ ଅଭିଯୋଗ ପରେ ପୋଲିସ ତୁରନ୍ତ ଆରମ୍ଭ କରିଥିଲା ତଦନ୍ତ । କେସ୍ ନମ୍ବର ରୁଜୁ କରି ପୀଡିତାଙ୍କ ଅଭିଯୋଗ ଆଧାରଣରେ ଦୁଇ ଜଣ ମ୍ୟାନେଜର ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଦୁଇ ମ୍ୟାନେଜରଙ୍କୁ କୋର୍ଟ ଚାଲାଣ କରିଛି।

ପଢନ୍ତୁ ଏହି ଖବର: ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନା. ବିଏମସି ଆଣିଲା ଗାଇଡଲାଇନ। ଗାଇଡଲାଇନ ନ ମାନିଲେ ରଦ୍ଦ ହେବ ଯାତ୍ରା କମିଟିଙ୍କ ଏନଓସି

ଏହା ପୁର୍ବରୁ ମଧ୍ୟ ନାଣ୍ଡୁ ଧଳ ଓରଫ ଅନନ୍ତ ନାରାୟଣ ଧଳଙ୍କ ବିରୋଦ୍ଧରେ ଆସିଥିଲା ଯୌନ ଶୋଷଣର ସାଂଘାତିକ ଅଭିଯୋଗ। ମୋ ପାଖରେ ଶୋଇପଡ ହିରୋଇନ ହୋଇଯିବୁ ବୋଲି କହିଥିଲେ ନାଣ୍ଡୁ ବୋଲି ଅଭିଯୋଗ କରିଥିଲେ ତୁଳସୀ ଗଣ ନାଟ୍ୟର ପୂର୍ବତନ ଅଭିନେତ୍ରୀ ପୂଜା।

ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି ପୁଜା ଅଭିଯୋଗ କରିଥିଲେ ଯେ 2024_2025 ବର୍ଷ ପାଇଁ ମୋତେ ବୁକିଂ କରିଥିଲେ ନାଣ୍ଡୁ ଧଳ। ତୁଳସୀ ଗଣନାଟ୍ୟରେ ଅଭିନୟ କରିବା ପାଇଁ ମୋ ଘରକୁ ଆସି ମୋ ମାକୁ ମିଠା ମିଠା ପ୍ରତିଶୃତି ଦେଇଥିଲେ। କହିଥିଲେ ଯେ ମୋତେ ସେ ତାଙ୍କ ଝିଅ ଭଳି ରଖିବେ! ବାର୍ଷିକ 8 ଲକ୍ଷ ରେ ସ୍ଥିର ହେବା ପରେ ମୁଁ ଆଖଡ଼ାକୁ ଯାଇଥିଲି! ସେଠାରେ ସେମାନେ 8 ଲକ୍ଷ ଜାଗାରେ 14 ଲକ୍ଷ ଟଙ୍କା ବଜେଟ ବଢ଼ାଇ ଦେଲେ! ଦୁଇଦିନ ରିହାଲସେଲ ଚାଲିବା ପରେ ତୃତୀୟ ଦିନ ଅସଲି ଖେଳ ଆରମ୍ଭ ହୋଇଗଲା ! ଆଖଡ଼ା ଘରେ ମ୍ୟାନେଜର ଟୁଲୁ ବାବୁ ଙ୍କ ମାଧ୍ୟମରେ ମୋତେ ଶାରୀରିକ ସମ୍ପର୍କ ନାଣ୍ଡୁ ଧଳ ସହିତ ରଖିବାକୁ ବାଧ୍ୟ କରାଗଲା! ହୋଟେଲକୁ ଡାକି ଯାତ୍ରାର ଝିଅ ମାନଙ୍କୁ ଶାରୀରିକ ସମ୍ପର୍କ ରଖିବାପାଇଁ ବାଧ୍ୟ କରା ଯାଉଛି! ଯେଉଁ ଝିଅ ଆରାଜି ହେଲା ତାକୁ ଯାତ୍ରାରୁ ବାହାର କରିଦେବାର ଦିଆ ଯାଉଛି ଧମକ ! ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବାକୁ ପଛଉ ନାହାନ୍ତି ନାଣ୍ଡୁ ଧଳ।

ନାଣ୍ଡୁ ବାବୁ ଜଣେ ଶୈତାନ, ମୋ ପାଖରେ ଗୋଟେ ରାତି ଶୋଇପଡ 8 ଲକ୍ଷ ଟଙ୍କା ଦରମା କୁ 14 ଲକ୍ଷ ଦେବୀ କହି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି! ନାଣ୍ଡୁ ଧଳ ଓରଫ ଅନନ୍ତ ନାରୟଣ ଧଳ ଯାତ୍ରା ନାଁ ରେ ଝିଅ ଧନ୍ଦା ଚଲାଇଥିବା କଥା କାନ୍ଦି କାନ୍ଦି କହିବା ସହ ଜୀବନ ପ୍ରତି ବିପଦ ଥିବା ପ୍ରକାଶ କରିଥିଲେ ପୁଜା।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Blackmail Case | Gang Rape & Blackmail Case: Woman Trapped with Fake Heroine Offer | Argus News