Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚୌଦ୍ୱାରରେ ଲଜ୍ଜା, ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

Odisha

ଚୌଦ୍ୱାରରେ ଲଜ୍ଜା, ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

Smruti Parija
Browse all articles by Smruti Parija
·1 year ago·1 min read
ଚୌଦ୍ୱାରରେ ଲଜ୍ଜା, ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

କଟକ:  ଚୌଦ୍ଵାର ଥାନା କଜଳକଣାରେ ଥିବା ଶିଳ୍ପାଞ୍ଚଳରେ ଏକ ଘସି କାରଖାନାରେ ଲଜ୍ଜାଜନକ ଘଟଣା ଘଟିଛି । ଏଠାରେ କାମ କରୁଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ତିନିଜଣ କର୍ମଚାରୀ ସେହି କମ୍ପାନି ଭିତରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଚୌଦ୍ବାର ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୁଲିସ ଏହି ଘଟଣାରେ ଅଭିଯୁକ୍ତ ତିନି କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ଓ ବୟାନ ରେକର୍ଡ କରିବା ସହିତ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ  କାରଖାନାରେ ଯାଜପୁର ଜିଲ୍ଲାର ଜଣେ ୧୩ ବର୍ଷୀୟା ଆଦିବାସୀ ନାବାଳିକା ଶ୍ରମିକ ଭାବେ ଗଲା କିଛି ମାସ ହେବ କାମ କରୁଥିଲେ । କମ୍ପାନୀ ପରିସରରେ ସେହି କମ୍ପାନୀର ତିନି ଜଣ କର୍ମଚାରୀ ଏହି ଆଦିବାସୀ ନାବାଳିକାଙ୍କୁ ସେଠାରେ ଗଣଦୁଷ୍କର୍ମ କରିଥିଲେ  ।  ପୀଡିତାଙ୍କ ବୟାନ ରେକର୍ଡ ପରେ ପୋଲିସ ତାକୁ ବସୁନ୍ଧରାରେ ଛାଡିଛନ୍ତି । କାରଖାନା ମାଲିକ ଫେରାର ଥିବାବେଳେ ପୋଲିସ ତାକୁ ଖୋଜୁଥିବା ଜଣାପଡିଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
gang-rape-in-cuttack-chaudwar-thana-area | Argus News