Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ନେଇ ତେଜୁଛି ଅସନ୍ତୋଷ

Odisha

ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ନେଇ ତେଜୁଛି ଅସନ୍ତୋଷ

Ritu Das
Browse all articles by Ritu Das
·2 years ago·2 min read
ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ନେଇ ତେଜୁଛି ଅସନ୍ତୋଷ

ଅର୍ଗସ ବ୍ୟୁରୋ: ଆଶା ନିରାଶା ପାଲଟିବାରୁ ଏ ଆକ୍ରୋଶ। ଜଳସେଚନର ପ୍ରତିଶ୍ରୁତି ଧୋକା ପାଲଟିବାରୁ ଏ ପ୍ରତିବାଦ। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ନେଇ ଲୋକଙ୍କ ଅନେକ ଆଶା କରିଥିବା ଚାଷୀମାନଙ୍କ ମୁହଁ ଶୁଖିଯାଉଛି। ନିଜେ ନିଜକୁ କୋଷୁଛନ୍ତି। ଆଉ ଭୋଟ୍ ବର୍ଜନର ଧମକ ଦେଉଛନ୍ତି।

ବରଗଡ଼ ବିଜେପୁରର ଇଏ ସେହି ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ଯାହାକୁ ଆସନ୍ତାକାଲି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଉଦଘାଟନ ପୂର୍ବରୁ ତେଜିଛି ବିରୋଧର ସ୍ବର। ଅଞ୍ଚଳବାସୀଙ୍କ ଅଭିଯୋଗ, ସରକାରଙ୍କ ପାଣି ପ୍ରତିଶ୍ରୁତି ପ୍ରତାରଣା ପାଲଟିଛି।  ଏହାର କାରଣ ହେଲା ଦୀପ ତଳ ଅନ୍ଧାର ରହିବ, ଏହି ପ୍ରକଳ୍ପର ଲାଭ ପାଇବେନି ବିଜେପୁର ବ୍ଲକର 11 ପଞ୍ଚାୟତର ଚାଷୀ। ବିଜେପୁର ବ୍ଲକର ଭଇଁରୁକୋଟ, ବୁଡ଼ାପାଲି ଭଳି ୩୭ଟି ଗାଁର ଚାଷ ଜମିକୁ ଏହି ପ୍ରକଳ୍ପରୁ ପାଣି ମାଡ଼ିବ ନାହିଁ।  

ଇଏ ସେହି ବିଜେପୁର, ଯେଉଁଠାରୁ  2019ରେ ନିର୍ବାଚନ ଲଢ଼ିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେତେବେଳେ ବିଜେପୁରବାସୀଙ୍କୁ ନବୀନ ଦେଇଥିଲେ ଜଳସେଚନ ପ୍ରକଳ୍ପର ନିର୍ଭର ପ୍ରତିଶ୍ରୁତି । ପରେ ରୀତା ସାହୁଙ୍କ ପାଇଁ ବିଜେପୁର ଆସନ ଛାଡ଼ିଲେ ନବୀନ। କିନ୍ତୁ ଏଠାକାର ବିକାଶ ପାଇଁ ଧ୍ୟାନ ଦେବେ ବୋଲି ବାରମ୍ବାର ଦୋହରାଇଲେ। କିନ୍ତୁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପରୁ ବାଦ ପଡୁଥିବା ଅଞ୍ଚଳବାସୀଙ୍କ ଅନୁସାରେ ସେମାନଙ୍କୁ ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଶ୍ନ କରିଛନ୍ତି ଯଦି ଚାଷୀଙ୍କ ଜମିକୁ ପାଣି ମାଡ଼ିବନି ତେବେ କାହା ସ୍ବାର୍ଥରେ ଏତେ ବଡ଼ ପ୍ରକଳ୍ପ। ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ ବ୍ଲକର ଚାଷୀ ବି ପ୍ରକଳ୍ପରୁ ବାଦ ପଡ଼ିଥିବାରୁ ସେମାନେ ଜାହିର କରୁଛନ୍ତି ଅସନ୍ତୋଷ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସରକାରଙ୍କ ପ୍ରତାରଣାର ଶିକାର ଏହି 11ଟି ପଞ୍ଚାୟତର ଲୋକେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି କିଛି ଲାଭ ହୋଇନାହିଁ। ବିଜେଡିକୁ ଭୋଟ୍ ଦେଇ ଥରେ ଭୁଲ ହୋଇଛି ଆଉ ସେ ଭୁଲ କରିବେ ନାହିଁ ବୋଲି ରୋକ୍ ଠୋକ୍ କହୁଛନ୍ତି ଅଞ୍ଚଳବାସୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Painting
Sponsored
gangadhar meher | Argus News