Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଲିସର ଚଢ଼ାଉ, ହଜାର ହଜାର ଗଞ୍ଜେଇ ଗଛ ନଷ୍ଟ

Odisha

ପୋଲିସର ଚଢ଼ାଉ, ହଜାର ହଜାର ଗଞ୍ଜେଇ ଗଛ ନଷ୍ଟ

Banajyotshna Ray
Browse all articles by Banajyotshna Ray
·2 years ago
ପୋଲିସର ଚଢ଼ାଉ, ହଜାର ହଜାର ଗଞ୍ଜେଇ ଗଛ ନଷ୍ଟ

ଅର୍ଗସ ବ୍ୟୁରୋ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ମନମୁଣ୍ଡା ପୋଲିସର ଏକ ଟିମ୍ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅଧିନ ଭରୁଆ ଗ୍ରାମ ନିକଟ ଜଙ୍ଗଲରେ ଚଢ଼ାଉ କରି ବେଆଇନ ଭାବରେ ଚାଷ ହୋଇଥିବା ହଜାର ହଜାର ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଛି। ଜଙ୍ଗଲର 21ଏକର ପରିମିତ ଜାଗାରେ ବେଆଇନ ଭାବରେ ଚାଷ ହୋଇଥିବା ଖବର ପାଇ  ସେଠାରେ ପହଞ୍ଚି ପୋଲିସ 32ହଜାର  ଗଞ୍ଜେଇ ଗଛକୁ କାଟି ପୋଡ଼ି ସଂପୂର୍ଣ୍ଣ ନଷ୍ଟ କରିଦେଇଛି । ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ବଜାର ମୂଲ୍ୟ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ganja seized in police | Argus News