Videos
|
Odisha

ଫିଲ୍ମ ଷ୍ଟାଇଲରେ ହେଉଛି ଗଞ୍ଜେଇ ଚାଲାଣ

Jitendra Dash
Browse all articles by Jitendra Dash
·2 years ago·1 min read
ଫିଲ୍ମ ଷ୍ଟାଇଲରେ ହେଉଛି ଗଞ୍ଜେଇ ଚାଲାଣ

ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ
ପୁରା ଦେହରେ ଜରି ଟ୍ୟାପ୍‌
ତା'ଭିତରେ ଭର୍ତ୍ତି ହୋଇଥିଲା ଗଞ୍ଜେଇ
 

ଅର୍ଗସ ବ୍ୟୁରୋ : ଗୋଟିଏ କଥା ଜାଣିଲେ ଆପଣଙ୍କ ମୁଣ୍ଡ ଝାଏଁ ଝାଏଁ ମାରିବ, ବୁଦ୍ଧି ଗୁଡୁମ ହେବ । କାରଣ ଦେହରେ ସେଲୋ ଟେପ ଲଗାଇ ଚାଲଣ ହେଉଛି ଗଞ୍ଜେଇ । ହଁ, ଅଭିନବ ଉପାୟରେ ଗଞ୍ଜେଇ ଚୋରି । ସେଇଥି ଲାଗି ତ ବାବୁ ଏମିତି ବୁଦ୍ଧି ଆପଣାଇଛନ୍ତି । ଯାହାକୁ ନେଇ ଏବେ ଜୋର ଧରିଲାଣି ଚର୍ଚ୍ଚା ।

ପୁଷ୍ପା ଫିଲ୍ମର ଚନ୍ଦନ କାଠ ଚୋରି ଠାରୁ ବଳିଗଲା ଏ ଚୋରି । ପୁରା ଫିଲ୍ମ ଷ୍ଟାଇଲରେ ଚୋରି । ଗଞ୍ଜେଇ ଚାଲାଣ କରିବାର ଏ ହେଉଛି ନୂଆ ତରିକା । ଯାହାକୁ ମଧ୍ୟ ଫିଲ୍ମ ଷ୍ଟାଇଲ ମାଡ଼ି ବସିଛି ପୋଲିସ । ଏମିତି ଘଟଣା ରଚିଛନ୍ତି ଛତିଶଗଡ ବସ୍ତର ବାସିନ୍ଦା ମଣିକାନ୍ତ । ଯାହାଙ୍କୁ ଗିରିଫ କରିଛି ପୋଲିସ । ସାର୍ଟ ତଳେ ରହିଛି ଗଞ୍ଜେଇ । ନିଜ ଦେହରେ ୭ କେଜି ଗଞ୍ଜେଇ ଭର୍ତ୍ତି କରି ସେଲୋ ଟେପ୍ ଦ୍ୱାରା ଗୁଡେ଼ଇ ହୋଇଛି । ଏବଂ ସେଲୋ ତଳେ ରହିଛି ଗଞ୍ଜେଇ । ତା ସହ ଗୋଟାଏ ବ୍ୟାଗରୁ ମଧ୍ୟ ୧୫ କେଜି ଗଞ୍ଜେଇକୁ ଜବତ କରିଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

କୌଣସି ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସଡିପିଓ ଙ୍କ ନେତୃତ୍ୱରେ ପାଡୁଆ ପୋଲିସ ବସକୁ ଅପେକ୍ଷା କରିବା ସମୟରେ ମାଡ଼ି ବସିଥିଲା ପୋଲିସ। ଜବତ ଗଞ୍ଜେଇର ୧ ଲକ୍ଷ ଟଙ୍କାରୁ ଅଧିକ ହେବ । ଉକ୍ତ ଯୁବକକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।

ganja smuggling case | Argus News