Ganja Smuggling / ଗଞ୍ଜେଇ ଚୋରାଚାଲାଣ: ମାଷ୍ଟରମାଇଣ୍ଡ ଇଞ୍ଜିନିୟରଙ୍କୁ ବାନ୍ଧିଲା GRP ପୋଲିସ

Key Points
କୋରାପୁଟ ରେଳ ଷ୍ଟେସନରୁ କରୁଥିଲେ ଗଞ୍ଜେଇ ଚାଲାଣ।ମାଷ୍ଟର ମାଇଣ୍ଡ ସିଭିଲ୍ ଇଞ୍ଜିନିୟର ଦୈତାରୀ ଖେମୁଣ୍ଡୁ ଛାତ୍ରଙ୍କୁ ବାନ୍ଧିଲା କୋରାପୁଟ GRP ପୋଲିସ।
ଧରାପଡ଼ିଲେ ଇଞ୍ଜିନିୟର ଛାତ୍ର। କରୁଥିଲେ ଗଞ୍ଜେଇ ଚୋରାଚାଲାର। ଯାହାକୁ ନେଇ ସବୁଠି ହେଉଛି ଆଲୋଚନା। କୋରାପୁଟ ରେଲୱେ ଷ୍ଟେସନରୁ ନିୟମିତ ଗଞ୍ଜେଇ ଚୋରାଚାଲାଣ ହେଉଛି। ଏମିତିରେ କୋରାପୁଟ ଜିଆରପି ପୋଲିସ ଗଞ୍ଜେଇ ଯୋଗାଉଥିବା ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଧରି ଗଞ୍ଜେଇ ଚୋରାଚାଲାଣ ମୁଳପୋଛ କରିବାକୁ ଲକ୍ଷ୍ୟ ରଖିଛି। ଆଜି ମାଷ୍ଟର ମାଇଣ୍ଡ ଦୈତାରୀ ଖେମୁଣ୍ଡୁ ନାମକ ଜଣେ ସିଭିଲ ଇଞ୍ଜିନିୟରକୁ କୋରାପୁଟ ଜିଆର୍ପି ପୋଲିସ ଗିରଫ କରିଥିବା କୋରାପୁଟ ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଲେ। ବିଗତ ଦିନରେ କୋରାପୁଟ ଜିଆର୍ପି ପୋଲିସ ଦୁଇ ଯୋଗାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳ, ଚଳିତ ବର୍ଷ ଏପ୍ରିଲ ମାସରେ କୋରାପୁଟ ରେଳ ଷ୍ଟେସନରୁ ବିହାରକୁ ଗଞ୍ଜେଇ ଚାଲାଣ ସମୟରେ ଅରବିନ୍ଦ କୁମାର ଶର୍ମା ନାମକ ଯୁବକକୁ ୩୪ କିଲୋ ଗଞ୍ଜେଇ ସହ ଗିରଫ କରା ଯାଇଥିଲା।
ଗିରଫ ଅଭିଯୁକ୍ତକୁ ଜେରା ସମୟରେ ମିଳିଥିବା ତଥ୍ୟ ଅନୁସାରେ, ଆଜି କୋରାପୁଟ ରେଲୱେ ଷ୍ଟେସନ ନିକଟରେ ଥିବା ଦୈତାରୀ ଖେମୁଣ୍ଡୁକୁ ଗିରଫ କରାଯାଇଛି। ଗତ ଦୁଇ ବର୍ଷ ହେବ ଏହିଭଳି ରେଲୱେ ଷ୍ଟେଶନ ନିକଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗଞ୍ଜେଇ ଯୋଗାଉଥିବା ଛାତ୍ର ଜଣକ, ଏବେ ପୋଲିସ ନିକଟରେ ସିକାର କରିଥିବା ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦୈତାରୀ ଖେମୁଣ୍ଡୁ ଜଣେ ବିଟେକ ସିଭିଲ ପାସ ଆଉଟ ଛାତ୍ର । ତାଙ୍କ ଘର କୋରାପୁଟ ବ୍ଳକ ପିତେଇ ଗ୍ରାମ ବୋଲି ପୋଲିସ ସୂଚନା ଦେଇଛି। ସେ ରେଲୱେ ନିକଟ ସରକାରୀ ଜମିରେ ଜବରଦଖଲ କରି ଘର ନିର୍ମାଣ କରି ରହି ଆସୁଥିଲେ। କୋରାପୁଟ ମଣ୍ଡଳ କାରାଗାରରେ ରାଜ୍ୟ ବାହାରୁ ଗଞ୍ଜେଇ ଚୋରାଚାଲାଣରେ କଏଦ ଥିବା ମାଫିଆ ସହ ଯୋଗାଯୋଗ କରି ବ୍ୟବସାୟ କରୁଥିଲେ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ମୁମ୍ବାଇ ୨୬/୧୧ ଆତଙ୍କବାଦୀଙ୍କ ସହ ଲଢ଼ିଥିଲେ, ଏବେ ଗଞ୍ଜେଇ ଚୋରା ଚାଲାଣର କିଙ୍ଗପିନ୍; ରହିଛି ଓଡ଼ିଶା ଲିଙ୍କ୍
ରେଲୱେ ଷ୍ଟେଶନ ପଛପଟେ କ୍ୟାମେରା ନଥିବା ସୁଯୋଗରେ ଚାଲାଣକାରୀମାନଙ୍କୁ ଗଞ୍ଜେଇ ଯୋଗାଉଥିବା ତଦନ୍ତରୁ ଜଣାପଡିଥିବା ଶ୍ରୀମତୀ ମହନ୍ତ ସୂଚନା ଦେଇଛନ୍ତି । କୋରାପୁଟରେ ତିନି ସାଙ୍ଗ ଏକାଠି ଗଞ୍ଜେଇ ବ୍ୟବସାୟ କରୁଥିବା ବେଳେ ପୂର୍ବରୁ ଦୁଇ ଜଣ ଗିରଫ ହୋଇ କୋରାପୁଟ ଜେଲରେ ଅଛନ୍ତି। ଜିଆରପି ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଆଗକୁ ଅଧିକ ତଦନ୍ତ କରାଯାଉଛି ଏହି ଗ୍ୟାଙ୍ଗରେ ଅନ୍ୟ କେହି ସମ୍ପୃକ୍ତ ଥିଲେ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories