Odisha News / ମଞ୍ଚରେ ଅଭିନୟ କରୁ କରୁ ଆସିଲା ହୃଦ୍ଘାତ; ଦର୍ଶକଙ୍କ ଆଗରେ ଚାଲିଗଲା ଜୀବନ
·46 mins ago·1 min read

Key Points
ରାମାୟଣ ନାଟକ ମଞ୍ଚସ୍ଥ ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଦୃଶ୍ୟ ଆଗକୁ ବଢ଼ୁଥିଲା । ଆଉ ସେହି ସମୟରେ ହଠାତ୍ ସମସ୍ତେ ସ୍ତବ୍ଧ ହୋଇଗଲେ । ହନୁ ବେଶରେ ଅଭିନୟ କରୁଥିବା ହଠାତ୍ ଜଣେ କଳାକାର ମଞ୍ଚରେ ହିଁ ଟଳିପଡ଼ିଲେ ।
ଦିଗପହଣ୍ଡି (ଗଞ୍ଜାମ): ଦୁଲୁକୁଥିଲା ମଞ୍ଚ । ଡାଇଲଗରେ କମ୍ପୁଥିଲା ପରିବେଶ । ଚରିତ୍ରରେ ନିମଗ୍ନ ହୋଇ ଯାଇଥିଲେ କଳାକାର । ରାମାୟଣ ନାଟକ ମଞ୍ଚସ୍ଥ ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଦୃଶ୍ୟ ଆଗକୁ ବଢ଼ୁଥିଲା । ଆଉ ସେହି ସମୟରେ ହଠାତ୍ ସମସ୍ତେ ସ୍ତବ୍ଧ ହୋଇଗଲେ । ହନୁ ବେଶରେ ଅଭିନୟ କରୁଥିବା ହଠାତ୍ ଜଣେ କଳାକାର ମଞ୍ଚରେ ହିଁ ଟଳିପଡ଼ିଲେ ।
ହନୁ ଭୂମିକାରେ ଅଭିନୟ କରୁଥିବା ଅଭିନେତା ମିଥୁନ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ମିଥୁନ ହୃଦ୍ଘାତରେ ଆଖି ବୁଜିଥିବା ସୂଚନା ମିଳିଛି । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା କଉଡ଼ିଆ ଗାଁରେ ମଞ୍ଚସ୍ଥ ହେଉଥିଲା ରାମାୟଣ ନାଟକ ।
ଏଥିସହ ପଢ଼ନ୍ତୁ: କଟକରେ ବଡ଼ ଧରଣର ଅଗ୍ନିକାଣ୍ଡ; ଜଳିପୋଡ଼ି ପାଉଁଶ ହୋଇଗଲା ୮ଟି ବସ୍
ନାଟକରେ ହନୁ ଭୂମିକାରେ ଅଭିନୟ କରୁଥିଲେ କଳାକାର ମିଥୁନ ପ୍ରଧାନ । ଅଭିନୟ କରୁଥିବା ବେଳେ ହଠାତ୍ ମଞ୍ଚ ଉପରେ ମିଥୁନ ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ । ଉପସ୍ଥିତ ଅନ୍ୟ କଳାକାର ଓ ଆୟୋଜକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲ୍କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମିଥୁନଙ୍କ ମୃତ୍ୟୁ ପରେ କଉଡ଼ିଆ ଗାଁରେ ଶୋକର ଛାୟା ଖେଳି ଯାଇଛି । ମିଥୁନଙ୍କ ଅନ୍ତିମ ଅଭିନୟର ଦୃଶ୍ୟ ମୋବାଇଲ୍ରେ କଏଦ ହୋଇଥିବା ବେଳେ ଏବେ ଭାଇରାଲ୍ ହେବାରେ ଲାଗିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: