Videos
|
Odisha

Odisha News / କଟକରେ ବଡ଼ ଧରଣର ଅଗ୍ନିକାଣ୍ଡ; ଜଳିପୋଡ଼ି ପାଉଁଶ ହୋଇଗଲା ୮ଟି ବସ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କଟକରେ ବଡ଼ ଧରଣର ଅଗ୍ନିକାଣ୍ଡ; ଜଳିପୋଡ଼ି ପାଉଁଶ ହୋଇଗଲା ୮ଟି ବସ୍
8 Buses Reduced to Ashes

Key Points

  • କଟକରେ ଜଳିପୋଡ଼ି ପାଉଁଶ ହୋଇଗଲା ୮ଟି ବସ୍
  • ଅରୁଣୋଦୟ ନଗର ଅଞ୍ଚଳରେ ଥିବା ଗ୍ୟାରେଜ୍‌ରେ ଅଗ୍ନିକାଣ୍ଡ
  • ପାର୍କିଂରେ ଥିବା ୪ଟି ଘରୋଇ ବସ୍ ସହ ୪ଟି ସ୍କୁଲ୍ ବସ୍‌ରେ ନିଆଁ
  • କେହି ଜାଣିଶୁଣି ବସ୍‌ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ
କଟକ: ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ । ଜଳିଗଲା ୮ଟି ବସ୍ । କଟକର ଅରୁଣୋଦୟ ନଗର ଅଞ୍ଚଳରେ ଥିବା ଓଏସଏଲ ଟାୱାର ପାର୍କିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଜଳି ଯାଇଛି ୮ଟି ବସ୍ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିବା ବେଳେ କୌଣସି ବ୍ୟକ୍ତି ବିଶେଷଙ୍କ କିଛି କ୍ଷତି ହୋଇ ନାହିଁ ।

ମିଳିଥିବା ସୂଚନା ଅନୁସାରେ, ଅରୁଣୋଦୟ ନଗର ଅଞ୍ଚଳରେ ଥିବା ଓଏସଏଲ ଟାୱାର ପାର୍କିଂରେ ଥିବା ଗ୍ୟାରେଜରେ ୪ଟି ଘରୋଇ ବସ୍ ସହ ୪ଟି ସ୍କୁଲ୍ ବସ୍ ରହିଥିଲା । ମଙ୍ଗଳବାର ରାତି ପ୍ରାୟ ୧୧ଟା ପରେ ଅଗ୍ନିକାଣ୍ଡ ଘଟିଛି । ତେବେ କେଉଁ ପରିସ୍ଥିତିରେ କିଭଳି ବସ୍‌ରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।

ଏଥିସହ ପଢ଼ନ୍ତୁ: ୨ ଦିନର ଆଶା ଓ ଆଶଙ୍କାରେ ପଡ଼ିଲା ଦୁଃଖଦ ପୂର୍ଣ୍ଣଚ୍ଛେଦ…ଜଙ୍ଗଲରୁ ମିଳିଲା କୁନି ଦେବୀକାର ଖଣ୍ଡବିଖଣ୍ଡ ମୃ*ତଦେହ 

ନିଆଁ ଲାଗିଥିବା ସ୍କୁଲ୍‌ ବସ୍‌ର ଜଣେ ଡ୍ରାଇଭର କହିଛନ୍ତି, "ଗାଡ଼ିର ଫିଟନେସ୍ ଲାଗି ଗ୍ୟାରେଜକୁ ବସ୍ ଆସିଥିଲା । ମଙ୍ଗଳବାର ବସ୍ ଗ୍ୟାରେଜକୁ ଆସିଥିବା ବେଳେ ରାତିରେ ନିଆଁ ଲାଗିଥିବା ଖବର ପାଇଥିଲୁ । କିଭଳି, କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଜାଣିନୁ ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଲା ନା କିଏ ନିଆଁ ଲଗାଇଦେଲା ? ଏବେ ସେ ଦିଗରେ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ତଦନ୍ତ କରାଯାଉଛି । ୮ଟି ବସ୍‌ରେ ନିଆଁ ଲାଗିଥିବା ବେଳେ ଏକାଧିକ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଛି ।

ଏଥିସହ ପଢ଼ନ୍ତୁ: କୋଟିଆରେ ପୁଣି ଆନ୍ଧ୍ରର ଚାଲ…୫୮ ଜଣଙ୍କ ନାମାଙ୍କନ ପରେ ଓଡ଼ିଶା-ଆନ୍ଧ୍ର ସୀମାରେ ଉତ୍ତେଜନା 

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏଠାରେ ଦୀର୍ଘଦିନ ଧରି ବସ୍ ଗ୍ୟାରେଜ୍ ରହିଛି । ଏକାଥରରେ ୮ଟି ବସ୍ ଜଳିଯିବା ସାଧାରଣ କଥା ନୁହେଁ । ଜାଣିଶୁଣି କେହି ବସ୍‌ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପେଟ୍ରୋଲ୍ ଢାଳି କେହି ନିଆଁ ଲଗାଇ ଦେଇଥିବା ଲୋକେ ସନ୍ଦେହ କରୁଛନ୍ତି ।