Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହୃଦ୍‌ଘାତରେ ପୁଅର ମୃତ୍ୟୁ, ଝିଅ ବାହାଘରର ୪ ଦିନ ପରେ ଝୁଲି ପଡ଼ିଲେ ଦମ୍ପତି

Odisha

Tragic Incident / ହୃଦ୍‌ଘାତରେ ପୁଅର ମୃତ୍ୟୁ, ଝିଅ ବାହାଘରର ୪ ଦିନ ପରେ ଝୁଲି ପଡ଼ିଲେ ଦମ୍ପତି

Sushanta Sahoo
Browse all articles by Sushanta Sahoo
·6 days ago·2 min read
ହୃଦ୍‌ଘାତରେ ପୁଅର ମୃତ୍ୟୁ, ଝିଅ ବାହାଘରର ୪ ଦିନ ପରେ ଝୁଲି ପଡ଼ିଲେ ଦମ୍ପତି
Ganjam Family Tragedy

Key Points

ପ୍ରଥମେ ହୃଦ୍‌ଘାତରେ ପୁଅ ଚାଲିଗଲା । ସାନ ଝିଅ ବାହାଘରର ମାତ୍ର ୪ ଦିନ ପରେ ବାପାମାଆ ନେଇଗଲେ ଚରମ ନିଷ୍ପତ୍ତି । ଘର ଭିତରେ ଚିରଦିନ ପାଇଁ ବୁଜିଦେଲେ ଆଖି ।
ଆସିକା (ଗଞ୍ଜାମ): ଘରେ ପଡ଼ିଛି ବୃଦ୍ଧ ବାପାମାଆଙ୍କ ମୃତଦେହ । ବାହୁନି ବାହୁନି କାନ୍ଦୁଛନ୍ତି ୫ ଝିଅ । କିଏ ଚେତା ହରାଉଛି ତ କିଏ ମୂର୍ଚ୍ଛା ଯାଉଛି । ହୃଦ୍‌ଘାତରେ ଏକମାତ୍ର ପୁଅର ମୃତ୍ୟୁ ପରେ ଦମ୍ପତିଙ୍କ ଆତ୍ମହତ୍ୟା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅଞ୍ଚଳରେ । ଝାଡ଼ବନ୍ଧ ପଞ୍ଚାୟତର କଳାସୂତା ଗାଁରେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ୬୬ ବର୍ଷୀୟ ସୀମାଞ୍ଚଳ ବିଷୋୟୀ ଓ ୬୧ ବର୍ଷୀୟ ନମିତା ବିଷୋୟୀ ।

ଏଥିସହ ପଢ଼ନ୍ତୁ: ପୁଅକୁ ବାପା ଦେଉଥିଲେ ଅତ୍ୟାଚାର: ଚିଠି ଲେଖି ୫ ମହଲା କୋଠାରୁ ଡେଇଁ କଲା ଆତ୍ମହତ୍ୟା

କାହିଁକି ହାରିଲେ ଜୀବନ ?

ମିଳିଥିବା ସୂଚନା ଅନୁସାରେ, ଦମ୍ପତି ଘର ଭିତରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଅତ୍ୟଧିକ ଋଣଭାର ସହି ନପାରି ଜୀବନ ହାରି ଦେଇଛନ୍ତି । ଖବର ପାଇ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଝିଅ ବାହାଘରର ୪ ଦିନ ପରେ...

ମୃତ ସୀମାଞ୍ଚଳଙ୍କ ୫ ଝିଅ, ଗୋଟିଏ ମାତ୍ର ପୁଅ । କିଛିଦିନ ତଳେ ଏକମାତ୍ର ପୁଅର ମୃତ୍ୟୁ ହୃଦ୍‌ଘାତରେ ହୋଇଥିଲା । ସେବେଠୁ ସୀମାଞ୍ଚଳ ଓ ନମିତା ଭାରାକ୍ରାନ୍ତ ହୋଇ ପଡ଼ିଥିଲେ । ଗତ ୨୧ ତାରିଖରେ ସାନ ଝିଅର ବିବାହ ମଧ୍ୟ କରିଥିଲେ ।

ଆଉ ସାନ ଝିଅ ବାହାଘରର ମାତ୍ର ୪ ଦିନ ପରେ ଦମ୍ପତିଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । କୁହାଯାଉଛି, ସୀମାଞ୍ଚଳ ଅତ୍ୟଧିକ ଋଣଭାରରେ ବୁଡ଼ି ରହିଥିଲେ । ଯାହାକୁ ନେଇ ସୀମାଞ୍ଚଳ ଓ ନମିତା ବେକରେ ରଶି ଲଗାଇ ଜୀବନ ହାରିଛନ୍ତି ।

ଏଥିସହ ପଢ଼ନ୍ତୁ: ପୁଅ ପାଇଁ ବାପା ହିନସ୍ତା; ବହେ ମାଡ଼ ଖାଇଲେ, ପରିସ୍ରା ବି ପିଆଇଲେ

ହେଲ୍ପଲାଇନ୍

ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଆଖପାଖରେ କେହି ପରିଚିତଙ୍କ ମନରେ ଆତ୍ମହତ୍ୟାର ଭାବନା ଆସୁଛି । ତାହେଲେ ଏହା ଗମ୍ଭୀର ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଅଟେ । ଏଥିପାଇଁ ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ସମ୍ପର୍କ କରନ୍ତୁ । ଟେଲିମାନସର ହେଲ୍ପଲାଇନ୍ 1800914416ରେ ମଧ୍ୟ ସମ୍ପର୍କ କରିପାରିବେ । ଏହି ହେଲ୍ପଲାଇନ୍‌ରେ ଆପଣଙ୍କ ପରିଚୟ ଗୋପନ ରଖାଯିବ ଏବଂ ବିଶେଷଜ୍ଞ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାରିବାକୁ ଲାଗି ଆବଶ୍ୟକ ପରାମର୍ଶ ଦେବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored