|
logo
Live
Argus News App
GET APP

Argus News - ଦଣ୍ଡନାଚରେ ହେବନି ଅଶ୍ଳୀଳ ନୃତ୍ୟ , ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

Odisha

obscene dance / ଦଣ୍ଡନାଚରେ ହେବନି ଅଶ୍ଳୀଳ ନୃତ୍ୟ , ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

Bikash Mohanty
Browse all articles by Bikash Mohanty
·2 weeks ago·2 min read
ଦଣ୍ଡନାଚରେ ହେବନି ଅଶ୍ଳୀଳ ନୃତ୍ୟ , ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ
Danda

Key Points

ଦଣ୍ଡନାଚରେ ହେବନି ଅଶ୍ଳୀଳ ନୃତ୍ୟ
SOP ଜାରି କଲା ଜିଲ୍ଲା ପ୍ରଶାସନ
ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ
ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନାଚରେ ହେବନି ଅଶ୍ଳୀଳ ନୃତ୍ୟ। SOP ଜାରି କଲା ଜିଲ୍ଲା ପ୍ରଶାସନ। ଧୂଳିଦଣ୍ଡରୁ ରାତ୍ରି ମଞ୍ଚ ପର୍ଯ୍ୟନ୍ତ କେବଳ ପାରମ୍ପରିକ କଳା ଓ ଲୋକସଙ୍ଗୀତକୁ ଅନୁମତି। ଦ୍ୱିଅର୍ଥ ବୋଧକ ଶବ୍ଦ କିମ୍ବା ଅପସଂସ୍କୃତି ଦେଖାଗଲେ ହେବ କଠୋର କାର୍ଯ୍ୟନୁଷ୍ଠାନ। ଅନୁମତି ବିନା ମଞ୍ଚରେ ନାହିଁ ପ୍ରବେଶ ଥାନାରୁ ଅଗ୍ରିମ କ୍ଲିୟାରେନ୍ସ ବାଧ୍ୟତାମୂଳକ। ଡିଜେ ଓ ଶବ୍ଦ ପ୍ରଦୂଷଣ ସମ୍ବନ୍ଧୀୟ ନିୟମ କଡାଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ।

ଗଞ୍ଜାମ ଜିଲ୍ଲାର ସର୍ବପୁରାତନ ତଥା ଜିଲ୍ଲାବାସୀଙ୍କ ଧାର୍ମିକ ଚିନ୍ତାଧାରା ଓ ବିଶ୍ୱାସକୁ ନେଇ ଲୋକ ପରମ୍ପରା ଦଣ୍ଡନାଚ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ । ଦଣ୍ଡନାଚରେ ଅଶ୍ଳୀଳତା, ଅପସଂସ୍କୃତି ଓ ଅସମାଜାକି ତତ୍ତ୍ବର ନିରାକରଣ ତଥା ଜିଲ୍ଲାରେ ଦଣ୍ଡନାଚ ସୁପରିଚାଳନା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଏସଓପି ଜାରି କରାଯାଇଛି। ଦଣ୍ଡନାଚରେ ଅଶ୍ଳୀଳ, ଅପସଂସ୍କୃତି ଓ ଅସାମାଜିକ ତତ୍ତ୍ବର ପ୍ରାଦୁର୍ଭାବ ପରିପ୍ରେକ୍ଷୀରେ ଏହାର ସୁସମାଧାନ ନିମନ୍ତେ ଏହି ଏସଓପି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି। ଦଣ୍ଡନାଚ ପରିବେଷଣ ବେଳେ ଏସଓପିରେ ବ୍ୟତିକ୍ରମ ଘଟିଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କାର୍ତିଭାସନ୍ ସୂଚନା ଦେଇଛନ୍ତି।

ଜାରି ହୋଇଥିବା ଏସ୍ୱପିରେ ଧୂଳିଦଣ୍ଡ ସମୟରେ ପାରମ୍ପରିକ ଢ଼ଗଢ଼ମାଳି ଏବଂ ଲେଜାସଙ୍ଗୀତର ବ୍ୟବହାର ଅନୁମୋଦିତ କୌଣସି ଅଶାଳୀନ ଏବଂ ଦିଅର୍ଥ ବୋଧକ ଶବ୍ଦର ପ୍ରୟୋଗ ନିଷିଦ୍ଧ । ରାତିରେ ସାଂସ୍କୃତିକ ମଞ୍ଚରେ କେବଳ ପାରମ୍ପରିକ କଳା ଅନୁମୋଦିତ କରାଯାଇଛି I
ଦଣ୍ଡନାଚର ମୁଖ୍ୟ ପରିଚାଳକ ଦଣ୍ଡନାଚ ପୂର୍ବରୁ ଆବଶ୍ୟକୀୟ ସର୍ତ ପୂରଣ କରି ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି। ଅନୁମତି ଦରଖାସ୍ତରେ ଦଣ୍ଡନାଚର ସବିଶେଷ ତଥ୍ୟ ଯଥା ନାଟକ ସମ୍ପକରେ ସମ୍ପୂର୍ଣ ତଥ୍ୟ, କଳାକାରଙ୍କ ନାମ ଠିକଣା, କେତେ ଦିନ କେଉଁ କେଉଁ ସ୍ଥାନରେ ଦଣ୍ଡନାଚ ପରିବେଷଣ କରିବେ ତାହାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି।

ଗତ ବର୍ଷ ଗଂଜାମର ଦିଗପହଣ୍ଡିରେ ରାମାୟଣ ଷ୍ଟେଜ୍‌ରେ ହୋଇଥିଲା ଅଶ୍ଳୀଳତା । ଆଇଟମ୍ ଗର୍ଲ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଏହା ସହ ସୀତାଙ୍କୁ ଷ୍ଟେଜ୍ ଉପରେ ଉଲଗ୍ନ କଲେ ରାବଣ । ହରଣ କରିବା ଛଳରେ ଶରୀରର ଅନେକ ଅଙ୍ଗକୁ ସମସ୍ତଙ୍କ ସାମ୍ନାରେ ସ୍ପର୍ଶ କରି କାମୁଡିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ରାମାୟଣ ଭଳି ପବିତ୍ରତାରେ ଏଭଳି ଅପସଂସ୍କୃତିକୁ ବାରଣ କରିବା ପରିବର୍ତ୍ତେ ତାହା ଷ୍ଟେଜ୍‌ରେ ପରିବେଷଣ କରାଯାଇଛି । ଏଭଳି ଭିଡିଓ ଏବେ ବେଶ୍ ଭାଇରାଲ୍ ହେବା ସହ ଅନେକ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଦିଜୀବି ଦାବି କରିଥିଲେ।

ପଢନ୍ତୁ ଏହି ଖବର: ଶ୍ରୀମନ୍ଦିର ନୀଳଚକ୍ର ଉପରେ ଶହଶହ ଚିଲ: ଲାଗି ରହିବ କି ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
obscene dance: ଦଣ୍ଡନାଚରେ ହେବନି ଅଶ୍ଳୀଳ ନୃତ୍ୟ , ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ | Argus News