Odisha News / ଦଣ୍ଡନାଚରେ ହେବନି ଅଶ୍ଲୀଳ ନୃତ୍ୟ, ନ ମାନିଲେ ହେବ ଆକ୍ସନ
·3 months ago·3 min read

Key Points
ଦଣ୍ଡନାଚ ପାଇଁ ଆସିଲା କଟକଣା
ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ଏବଂ ଗୀତ ଉପରେ କଟକଣା
କଟକଣା ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ

ଦଣ୍ଡନାଚ ପାଇଁ ଆସିଲା କଟକଣା । ଏଥର ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ଏବଂ ଗୀତ ଉପରେ କଟକଣା ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଯଦି ଏଥିରେ କେହି ଖିଲାପୀ କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦିଗପହଣ୍ଡି ଅଞ୍ଚଳରେ ଦଣ୍ଡନାଚ ପରିବେଶଷ ନେଇ ସ୍ଥାନୀୟ ଏନ୍ଏଏସି ପକ୍ଷରୁ ଏହି ନିୟମାବଳୀ ଜାରି କରାଯାଇଛି ।
ଦଣ୍ଡନାଚରେ କୌଣସି ପ୍ରକାର ଅଶ୍ଲୀଳ, ଅପସଂସ୍କୃତି ଭରା ନୃତ୍ୟ କିମ୍ବା ଗୀତ ପ୍ରଦର୍ଶନ କରାଯାଇପାରିବ ନାହିଁ । କୌଣସି ଅଶାଳନୀ ଏବଂ ଦ୍ୱିଅର୍ଥ ବୋଧକ ଶବ୍ଦର ପ୍ରୟୋଗ କରାଯିବନାହିଁ । ରାତିରେ ଅନୁଷ୍ଠିତ ନାଚ ମଞ୍ଚରେ କେବଳ ପାରମ୍ପରିକ କଳା, ନୃତ୍ୟ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇପାରିବ । ସେହିପରି ଦଣ୍ଡନାଚ ପୂର୍ବରୁ ମୁଖ୍ୟ ପରିଚାଳକ ଆବଶ୍ୟକୀୟ ସର୍ତ୍ତପୂରଣ କରି ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ଅନୁମତି ନେବା ବାଧ୍ୟମୂଳକ । ଦଣ୍ଡନାଚ ପରିବେଷଣ ସମୟରେ ଉପରୋକ୍ତ ପରିଚାଳନା ପ୍ରଣାଳୀରେ ବ୍ୟତିକ୍ରମ ଘଟିଲେ ଉଲ୍ଲଂଘନକାରୀ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।
ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନାଚରେ ହେବନି ଅଶ୍ଳୀଳ ନୃତ୍ୟ। ପୁର୍ବରୁ SOP ଜାରି କରିଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ। ଧୂଳିଦଣ୍ଡରୁ ରାତ୍ରି ମଞ୍ଚ ପର୍ଯ୍ୟନ୍ତ କେବଳ ପାରମ୍ପରିକ କଳା ଓ ଲୋକ ସଙ୍ଗୀତକୁ ଅନୁମତି। ଦ୍ୱିଅର୍ଥ ବୋଧକ ଶବ୍ଦ କିମ୍ବା ଅପସଂସ୍କୃତି ଦେଖାଗଲେ ହେବ କଠୋର କାର୍ଯ୍ୟନୁଷ୍ଠାନ। ଅନୁମତି ବିନା ମଞ୍ଚରେ ନାହିଁ ପ୍ରବେଶ ଥାନାରୁ ଅଗ୍ରିମ କ୍ଲିୟାରେନ୍ସ ବାଧ୍ୟତାମୂଳକ। ଡିଜେ ଓ ଶବ୍ଦ ପ୍ରଦୂଷଣ ସମ୍ବନ୍ଧୀୟ ନିୟମ କଡାଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲା ଜିଲ୍ଲା ପ୍ରଶାସନ।
ଗଞ୍ଜାମ ଜିଲ୍ଲାର ସର୍ବପୁରାତନ ତଥା ଜିଲ୍ଲାବାସୀଙ୍କ ଧାର୍ମିକ ଚିନ୍ତାଧାରା ଓ ବିଶ୍ୱାସକୁ ନେଇ ଲୋକ ପରମ୍ପରା ଦଣ୍ଡନାଚ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ । ଦଣ୍ଡନାଚରେ ଅଶ୍ଳୀଳତା, ଅପସଂସ୍କୃତି ଓ ଅସମାଜାକି ତତ୍ତ୍ବର ନିରାକରଣ ତଥା ଜିଲ୍ଲାରେ ଦଣ୍ଡନାଚ ସୁପରିଚାଳନା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଏସଓପି ଜାରି କରାଯାଇଛି। ଦଣ୍ଡନାଚରେ ଅଶ୍ଳୀଳ, ଅପସଂସ୍କୃତି ଓ ଅସାମାଜିକ ତତ୍ତ୍ବର ପ୍ରାଦୁର୍ଭାବ ପରିପ୍ରେକ୍ଷୀରେ ଏହାର ସୁସମାଧାନ ନିମନ୍ତେ ଏହି ଏସଓପି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି। ଦଣ୍ଡନାଚ ପରିବେଷଣ ବେଳେ ଏସଓପିରେ ବ୍ୟତିକ୍ରମ ଘଟିଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କାର୍ତିଭାସନ୍ ସୂଚନା ଦେଇଥଲେ।
ପଢନ୍ତୁ ଏହି ଖବର: ନିଜ ଦେହରେ କିରୋସିନ ଢାଳି ଜଳିଗଲେ ଯୁବତୀ, ଗୁରୁତର ଅବସ୍ଥାରେ MKCG ମେଡିକାଲରେ ଭର୍ତ୍ତି
ଜାରି ହୋଇଥିବା SOPରେ ଧୂଳିଦଣ୍ଡ ସମୟରେ ପାରମ୍ପରିକ ଢ଼ଗଢ଼ମାଳି ଏବଂ ଲୋକସଙ୍ଗୀତର ବ୍ୟବହାର ଅନୁମୋଦିତ କୌଣସି ଅଶାଳୀନ ଏବଂ ଦିଅର୍ଥ ବୋଧକ ଶବ୍ଦର ପ୍ରୟୋଗ ନିଷିଦ୍ଧ । ରାତିରେ ସାଂସ୍କୃତିକ ମଞ୍ଚରେ କେବଳ ପାରମ୍ପରିକ କଳା ଅନୁମୋଦିତ କରାଯାଇଛି I
ଦଣ୍ଡନାଚର ମୁଖ୍ୟ ପରିଚାଳକ ଦଣ୍ଡନାଚ ପୂର୍ବରୁ ଆବଶ୍ୟକୀୟ ସର୍ତ ପୂରଣ କରି ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି। ଅନୁମତି ଦରଖାସ୍ତରେ ଦଣ୍ଡନାଚର ସବିଶେଷ ତଥ୍ୟ ଯଥା ନାଟକ ସମ୍ପକରେ ସମ୍ପୂର୍ଣ ତଥ୍ୟ, କଳାକାରଙ୍କ ନାମ ଠିକଣା, କେତେ ଦିନ କେଉଁ କେଉଁ ସ୍ଥାନରେ ଦଣ୍ଡନାଚ ପରିବେଷଣ କରିବେ ତାହାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି।
ଗତ ବର୍ଷ ଗଂଜାମର ଦିଗପହଣ୍ଡିରେ ରାମାୟଣ ଷ୍ଟେଜ୍ରେ ହୋଇଥିଲା ଅଶ୍ଳୀଳତା । ଆଇଟମ୍ ଗର୍ଲ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଏହା ସହ ସୀତାଙ୍କୁ ଷ୍ଟେଜ୍ ଉପରେ ଉଲଗ୍ନ କଲେ ରାବଣ । ହରଣ କରିବା ଛଳରେ ଶରୀରର ଅନେକ ଅଙ୍ଗକୁ ସମସ୍ତଙ୍କ ସାମ୍ନାରେ ସ୍ପର୍ଶ କରି କାମୁଡିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ରାମାୟଣ ଭଳି ପବିତ୍ରତାରେ ଏଭଳି ଅପସଂସ୍କୃତିକୁ ବାରଣ କରିବା ପରିବର୍ତ୍ତେ ତାହା ଷ୍ଟେଜ୍ରେ ପରିବେଷଣ କରାଯାଇଛି । ଏଭଳି ଭିଡିଓ ଏବେ ବେଶ୍ ଭାଇରାଲ୍ ହେବା ସହ ଅନେକ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଦିଜୀବି ଦାବି କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories