Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime News / ନିଜ ଦେହରେ କିରୋସିନ ଢାଳି ଜଳିଗଲେ ଯୁବତୀ, ଗୁରୁତର ଅବସ୍ଥାରେ MKCG ମେଡିକାଲରେ ଭର୍ତ୍ତି

Bikash Mohanty
Browse all articles by Bikash Mohanty
·3 months ago·2 min read
ନିଜ ଦେହରେ କିରୋସିନ ଢାଳି  ଜଳିଗଲେ ଯୁବତୀ, ଗୁରୁତର ଅବସ୍ଥାରେ MKCG ମେଡିକାଲରେ ଭର୍ତ୍ତି
Young Woman

Key Points

ଦେହରେ କିରୋସିନ ଢାଳି ହୋଇ ଜଳିଗଲେ ଯୁବତୀ
ଆସିକା ଭେଟନଈ ଗ୍ରାମରେ ଘଟିଛି ଅଭାବନିୟ ଘଟଣା 
ଦେହର ୬୦ ପ୍ରତିଶତ ଭାଗ ସମ୍ପୂର୍ଣ ଜଳି ଯାଇଛି

ଦେହରେ କିରୋସିନ ଢାଳି ହୋଇ ଜଳିଗଲେ ଯୁବତୀ l ଆସିକା କୋଟିନଡା ଥାନା ଅନ୍ତର୍ଗତ ଭେଟନଈ ଗ୍ରାମରେ ଘଟିଛି ଅଭାବନିୟ ଘଟଣା l ଗୁରୁତର ଯୁବତୀ ଜଣକ ଆସିକା ଅଞ୍ଚଳର।  ତାଙ୍କ ଦେହର ୬୦ ପ୍ରତିଶତ ଭାଗ ସମ୍ପୂର୍ଣ ଜଳି ଯାଇଛି l ଗୁରୁତର ଅବସ୍ଥାରେ ପରିବାର ଲୋକେ ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସ୍ବାସ୍ଥ୍ୟଵସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଯୁବତୀ ଜଣକ ଜଳିବାର କାରଣ ଅସ୍ଵଷ୍ଟ ରହିଛି। ଘଟଣା ସ୍ଥଳରେ କୋଟିନଡା ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି l

ସେପଟେ ରାଜଧାନୀରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ପେଟ୍ରୋଲ ଢାଳି ନିଜକୁ ଜାଳି ଦେଇଛନ୍ତି ଜଣେ ଯୁବକ । କ୍ୟାପିଟାଲ ଥାନା ଅନ୍ତର୍ଗତ ରାଜମହଲ ଛକ ନିକଟରେ ଏହି ଘଟଣା ଘଟିଛି । ଗୁରୁତର ଯୁବକ ହେଲେ ସୁଶାନ୍ତ ନାୟକ । ରାଜଧାନୀରେ ନିର୍ମାଣ ଚାଲିଥିବା ସ୍ୱରେଜ ଲାଇନ୍‌ରେ ସେ ମିସ୍ତ୍ରୀ ଭାବେ କାମ କରନ୍ତି । ତାଙ୍କ ଘର କେଦାରପଲ୍ଲୀ ବସ୍ତି ଅଞ୍ଚଳରେ ବୋଲି ଜଣାପଡିଛି । ପାରିବାରିକ କଳହରୁ ସେ ଆତ୍ମାହୁତି ଉଦ୍ୟମ ଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୁଶାନ୍ତଙ୍କ ଶରୀର ପ୍ରାୟ ୩୦ ପ୍ରତିଶତ ପୋଡି ଯାଇଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପଢନ୍ତୁ ଏହି ଖବର: ପାରିବାରିକ କଳହରୁ କରୁଣ ପରିଣତି,ନିଆଁ ଲଗାଇ ଜୀବନ ହାରିଲେ ମହିଳା

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭ଟା ୩୦ ବେଳେ ସେ ରାଜମହଲ ଛକ ପାଖ ଏକ ହୋଟେଲ ନିକଟସ୍ଥ ପାର୍କିଂରେ ଥିଲେ । ଏକ ବ୍ୟାଗରେ ଭର୍ତ୍ତି କରି ବୋତଲରେ ପେଟ୍ରୋଲ ଆଣିଥିଲେ । ପ୍ରଥମେ ସ୍ଥାନୀୟ ଲୋକଙ୍କ ସହ ସେ କଥା ହୋଇଥିଲେ । ପରେ ଏକା ଥିବାରୁ ସୁଶାନ୍ତ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଫଳରେ ସେ ପୋଡ଼ିଯାଇ ଯନ୍ତ୍ରଣାରେ ଛଟପଟ ହେବା ସହ ଚିତ୍କାର କରିଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ନିଆଁ ଲିଭାଇଥିଲେ । ଖବରପାଇ ପୋଲିସ ପହଞ୍ଚି ସୁଶାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।

ଶୁସାନ୍ତଙ୍କ ମା'ଙ୍କ କହିବା ଅନୁଯାୟୀ ସୁଶାନ୍ତ ବହୁଦିନ ହେବ ପାରିବାରିକ କଳହରେ ଘାଣ୍ଟି ହେଉଥିଲେ । ସେ ଦ୍ୱିତୀୟ ବିବାହ କରିଛନ୍ତି । ମାତ୍ର ଦ୍ୱିତୀୟ ପତ୍ନୀଙ୍କ ସହ ବିବାଦ ଲାଗି ରହୁଥିଲା । ତେଣୁ ଦ୍ୱିତୀୟ ପତ୍ନୀ ତାଙ୍କୁ ଛାଡି ଚାଲି ଯାଇଥିଲେ । ବହୁ ଅନୁରୋଧ ପରେ ମଧ୍ୟ ସେ ଘରକୁ ଫେରୁ ନଥିଲେ । ଏହି ଦୁଃଖରେ ସୁଶାନ୍ତ ଭାଙ୍ଗି ପଡ଼ିଥିଲେ । ବହୁଦିନ ହେବ ନିଶାଶକ୍ତ ଅବସ୍ଥାରେ ରାଜଧାନୀରେ ଘୁରି ବୁଲୁଥିଲେ । ଏପରିକି ପ୍ରାୟ ୧୦ ଦିନ ହେବ ସୁଶାନ୍ତ ଘରକୁ ଫେରୁ ନଥିଲେ । ଶେଷରେ ନିଜ ଦେହରେ ନିଜେ ନିଆଁ ଲଗାଇଦେବାକୁ ଚରମ ନିଷ୍ପତ୍ତି ନେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Young Woman Injured | Young Woman Injured in Kerosene Burn Accident | Argus News