|
logo
Live

Argus News - ନଅଙ୍କ ଦୁର୍ଭିକ୍ଷ ବେଳେ ଲୋକଙ୍କ ଜୀବନ ବଞ୍ଚିବାର ରାହା ଥିଲା ପଦ୍ମନାଡ଼

Odisha

ନଅଙ୍କ ଦୁର୍ଭିକ୍ଷ ବେଳେ ଲୋକଙ୍କ ଜୀବନ ବଞ୍ଚିବାର ରାହା ଥିଲା ପଦ୍ମନାଡ଼

Smruti Parija
Browse all articles by Smruti Parija
·2 years ago·1 min read
ନଅଙ୍କ ଦୁର୍ଭିକ୍ଷ ବେଳେ ଲୋକଙ୍କ  ଜୀବନ ବଞ୍ଚିବାର ରାହା ଥିଲା ପଦ୍ମନାଡ଼

ବ୍ରହ୍ମପୁର: ନଅଙ୍କ ଦୁର୍ଭିକ୍ଷ ବେଳେ ଲୋକଙ୍କ  ଜୀବନ ବଞ୍ଚିବାର ରାହା ଥିଲା ପଦ୍ମନାଡ଼ ବା ମହୁନାଡ଼ । ଏହି ମହୁନାଡ଼କୁ ଏବେବି ଲୋକେ ଖାଦ୍ୟରେ ବ୍ୟବହାର କରନ୍ତି । ଯେମିତି ଗଞ୍ଜାମ ଜିଲ୍ଲାର ଜାହାଡା ହଜରୁ ମହୁନାଡ ସଂଗ୍ରହ କରି ପରିବାର ପତିପୋଷଣ କରୁଛନ୍ତି ମଶାଣିଭାଗ ଲୋକେ ଏବଂ ଆଖପାଖ ଅଞ୍ଚଳର ପାଞ୍ଚ ଖଣ୍ଡ ଗ୍ରାମବାସୀ l 

ଜାହାଡା ହଜକୁ ସକାଳ ହେଲେ ଗଭୀର ପାଣି ଭିତରେ ପଶି ମହୁନାଡକୁ ସଂଗ୍ରହ କରୁଛନ୍ତି ଏ ଅଞ୍ଚଳର ଲୋକମାନେ l ପାଣି ଓ ପଙ୍କ ଭିତରୁ ମହୁନାଡ଼କୁ ବାହାର କରି ସଫା କରି ଗାଁ ଗାଁ ବୁଲି ବିକ୍ରି କରନ୍ତି । ସେଥିରୁ ଯାହା ରୋଜଗାର ହୁଏ ପରିବାର ପ୍ରତିପୋଷଣ ହୁଏ । 

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଜାହାଡା ପଞ୍ଚାୟତର ଅନ୍ତ ହଜ l ଆଉ ଏହି ହଜ ସେଠିକା ଲୋକଙ୍କ ପାଇଁ ରୋଜଗାର ଖୁରାକ ଯୋଗାଇଛି । ଜନ୍ତୁ ଯୁନ୍ତା ଭୟ ଏବଂ ଶୀତ କାକରରେ ଘଣ୍ଟା ଘଣ୍ଟା ଧରି ପାଣି ଓ ପଙ୍କରୁ ବାହାର କରନ୍ତି ମହୁନାଡ । ଆଉ ଏହି ମହୁନାଡକୁ ପରିବାର କୁଟୁମ୍ବ ମିଶି ସଫା କରି ଗାଁ କୁ ଗାଁ ବୁଲି ମହୁନାଡ ବିକ୍ରି କରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ମହୁ ନାଡରୁ ଯାହା ରୋଜଗାର ହୁଏ ସେଥିରୁ ପରିବାର ଦୁଃଖ କଷ୍ଟରେ ଚଳି ଆସୁଛନ୍ତି । ବହୁ ସମୟ ଧରି ପାଣି ଭିତରେ ନିଜ ଜୀବନକୁ କଷ୍ଟ ହେଲେ ମଧ୍ୟ ମହୁନାଡ ସଂଗ୍ରହ କରୁଛନ୍ତି ପାଖାପାଖି 50 ପରିବାର ।


 

Sponsored
ନଅଙ୍କ ଦୁର୍ଭିକ୍ଷ ବେଳେ ଲୋକଙ୍କ ଜୀବନ ବଞ୍ଚିବାର ରାହା ଥିଲା ପଦ୍ମନାଡ଼ | Argus News