Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ganjam News / ଶ୍ମଶାନ ପାଚେରୀ କଡ଼ କୁଡ଼ିଆରେ ୧୦ ପ୍ରାଣୀ; କେବେ ପଡ଼ିବ ପ୍ରଶାସନର ନଜର ?

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଶ୍ମଶାନ ପାଚେରୀ କଡ଼ କୁଡ଼ିଆରେ ୧୦ ପ୍ରାଣୀ; କେବେ ପଡ଼ିବ ପ୍ରଶାସନର ନଜର ?
10 Lives Beside Crematorium

Key Points

ଅଣ୍ଟା ଭାଙ୍ଗି ମୁଣ୍ଡ ନୁଆଁଇଲେ ବି କୁଡ଼ିଆରେ ମୁଣ୍ଡ ବାଜୁଛି । ଜରିପାଲ ଛିଡ଼ି ଗଲାଣି, ଦଲକାଏ ପବନ ହେଲେ ମୁଣ୍ଡ ଉପରୁ ଛାତ ଉଡ଼ି ଯାଉଛି । ଏଭଳି ଦୟନୀୟ ସ୍ଥିତିରେ ୩ ପରିବାରର ୧୦ ଜଣ ଜୀବନ ବିତାଉଛନ୍ତି ।
କବିସୂର୍ଯ୍ୟନଗର (ଗଞ୍ଜାମ): ରାସ୍ତା କଡ଼, ଶ୍ମଶାନ ପାଚେରୀକୁ ଲାଗି ରହିଛି କୁଡ଼ିଆ । ଅଣ୍ଟା ଭାଙ୍ଗି ମୁଣ୍ଡ ନୁଆଁଇଲେ ବି କୁଡ଼ିଆରେ ମୁଣ୍ଡ ବାଜୁଛି । ଜରିପାଲ ଛିଡ଼ି ଗଲାଣି, ଦଲକାଏ ପବନ ହେଲେ ମୁଣ୍ଡ ଉପରୁ ଛାତ ଉଡ଼ି ଯାଉଛି । ଏଭଳି ଦୟନୀୟ ସ୍ଥିତିରେ ୩ ପରିବାରର ୧୦ ଜଣ ଜୀବନ ବିତାଉଛନ୍ତି ।

ଗରିବ, ଅସହାୟଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା ଭିତରେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏଭଳି ହୃଦୟ ବିଦାରକ ଚିତ୍ର । ପକ୍କା ଘରଟିଏ ପାଇଁ ଏବେ ବି ସଂଘର୍ଷ କରୁଛନ୍ତି ଗରିବ ଗୁରୁବା । ଶ୍ମଶାନ ନିକଟ ପାଚେରୀକୁ ସାହାରା କରି କୁଡ଼ିଆରେ କାଳ ଅତି ବାହିତ କରୁଛନ୍ତି କବିସୂର୍ଯ୍ୟନଗର ପୌରାଞ୍ଚଳ ୧୩ ନମ୍ବର ୱାର୍ଡର ୩ ପରିବାର ।

ଏଥିସହ ପଢ଼ନ୍ତୁ: ତାରେଣୀଗଡ଼ା ହତ୍ୟା ଉପରୁ ପରଦା ଉଠାଇଲା ପୋଲିସ; ପୁରୁଷ ବନ୍ଧୁ ସହ ଝାଡ଼ଖଣ୍ଡର ଯୁବକ ଗିରଫ

ଶ୍ମଶାନ କାନ୍ଥକୁ ଲାଗି ରହିଥିବା କୁଡ଼ିଆ ଘରେ ରହୁଛନ୍ତି ୩ ପରିବାର । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ୧୦ ବର୍ଷ ହେଲା ଏଭଳି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଏମାନେ । ମାଗି ନାହାକଙ୍କ ଅନ୍ୟ ୨ ପରିବାର କେବଳ ଜରି ପାଲ ଓ କେଇ ଖଣ୍ଡ ଭଙ୍ଗା ଟିଣ ଚାଦର ତଳେ ପଡ଼ି ରହିଛନ୍ତି ।

ଶ୍ମଶାନରେ ଶବଦାହ ବେଳେ ଭୟ ଲାଗୁଥିଲେ ବି ଜୀବନ ଜିଇଁବା ପାଇଁ ଦୁଃଖ କଷ୍ଟରେ ଛୋଟ ଛୋଟ ପିଲାଙ୍କୁ ଧରି ପଡ଼ି ରହିଛନ୍ତି ଦଶ ପ୍ରାଣୀ । ୧୦ ବର୍ଷ ତଳେ ମାଗି ନାହାକଙ୍କ ନିଜସ୍ଵ ଗୋଟିଏ ବଖରା ଘର ଥିଲା । ତେବେ ଧୀରେ ଧୀରେ ସେହି ଘର ଭାଙ୍ଗିବା ସହ ୧୦ ପ୍ରାଣୀ ଚଳିବାକୁ ଅସୁବିଧା ହେଲା । ସେବେଠାରୁ ଏହି ଶ୍ମଶାନ କଡ଼ରେ ମାଗିଙ୍କ ପରିବାର ରହୁଥିବା ବେଳେ ଆଜି ପର୍ଯ୍ୟନ୍ତ କାହାରି ନଜର ପଡ଼ିନି ।

ଏଥିସହ ପଢ଼ନ୍ତୁ: ପାରାଦୀପ ବନ୍ଦରରେ ହେବ ସ୍ୱତନ୍ତ୍ର ଜେଟି, ୭୯୭ କୋଟି ଟଙ୍କା ମଞ୍ଜୁର

ବିଜ୍ଞାପିତ ଅଞ୍ଚଳରେ ରହୁଥିଲେ ବି ମାଗି ନାହାକଙ୍କ ପରିବାରର ଭାଗ୍ୟ ବଦଳିନି । ଆଗକୁ କବିସୂର୍ଯ୍ୟନଗର ଏନଏସିରୁ ମ୍ୟୁନିସିପାଲଟି ନିର୍ବାଚନ ଦେଖିବାକୁ ଯାଉଥିବା ବେଳେ ମାଗିଙ୍କ ପରିବାର ଭବିଷ୍ୟତ କୁଡ଼ିଆ ମଧ୍ଯରେ ସୀମିତ ହୋଇ ରହିଛି ।

ସରକାରଙ୍କ ଅନେକ ଯୋଜନା ଭିତରେ ମାଗିଙ୍କ ଉପରେ କେବେ ପଡ଼ିବ ପ୍ରଶାସନର ନଜର । ତୁରନ୍ତ ମାଗିଙ୍କ ପରିବାରକୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 Members of 3 Families Living Beside Crematorium in Ganjam | Argus News | Argus News