Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ନାଚ; ଜୋରସୋରରେ ପ୍ରସ୍ତୁତି

Odisha

ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ନାଚ; ଜୋରସୋରରେ ପ୍ରସ୍ତୁତି

Smruti Parija
Browse all articles by Smruti Parija
·2 years ago·2 min read
ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ନାଚ; ଜୋରସୋରରେ ପ୍ରସ୍ତୁତି

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନାଚ ଲାଗି ଚାଲିଛି ଜୋରସୋରରେ ପ୍ରସ୍ତୁତି l  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ରହିଥିବା ତିନି ପୁଞ୍ଜାର ଦଣ୍ଡ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଦର୍ଶକଙ୍କ ମନୋରଞ୍ଜନ ଲାଗି ପରିବେଷଣ ହେବାକୁ ଥିବା ସାମାଜିକ ନାଟକର ଜୋରସୋରରେ ଚାଲୁଛି ରିହଲସଲ । ଆଖଡ଼ା ସ୍ଥଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କଳାକାର କରୁଛନ୍ତି ରିହଲସଲ । 
ଆସନ୍ତା 25 ତାରିଖରୁ ଆରମ୍ଭ ହେବ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା ।

ଦିନ ରାତି ଏକ କରି ଆଖଡ଼ା ସ୍ଥାନରେ ରିଅଲସଲ କରୁଛନ୍ତି କଳାକାର । ବିଶେଷ କରି ଗଞ୍ଜାମ ଜିଲ୍ଲାର କଳା ଓ କଳାକାରର ମାଟି କୁହାଯାଉଥିବା କବିସୂର୍ଯ୍ୟନଗର ଦଣ୍ଡ ଯାତ୍ରା ଲାଗି ବେଶ ପ୍ରସିଦ୍ଧ । ସହରରେ ଥିବା ତିନି ଦଣ୍ଡ ଯାତ୍ରା ପାର୍ଟିରେ ପ୍ରତିବର୍ଷ ଏହି ଅବସରରେ ଦର୍ଶକଙ୍କ ଲାଗି ସାମାଜିକ ନାଟକ ପରିବେଷଣ କରାଯାଉଥିବା ବେଳେ, ସ୍ଥାନୀୟ କଳାକାର ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ବଛା ବଛା କଳାକାରଙ୍କୁ ନେଇ ନାଟକ ପ୍ରସ୍ତୁତ କରାଯିବା ସହିତ କଳାକାରମାନେ ନାଟକ ରିହଲସଲରେ ଲାଗି ପଡିଛନ୍ତି l

ନାଟକ ମଞ୍ଚସ୍ତ ହେବା ପୂର୍ବରୁ କଳାକାରଙ୍କ ଅଭିନୟ ଖୁବ ନିକଟରୁ ଦେଖିବାର ସୁଯୋଗ ଦର୍ଶକ ପାଉଥିବାରୁ ପ୍ରତ୍ୟେକ ଆଖଡ଼ା ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭିଡ଼ ଜମୁଛି । ଦିନକୁ ଦିନ ଅଞ୍ଚଳର କଳାକାରମାନେ ଆଉ ନାଚରେ ଅଭିନୟ କରିବା ଲାଗି ମନ ବଳାଉ ନଥିବା କାରଣରୁ ବାଧ୍ୟ ହୋଇ ବାହାର କଳାକାର ଉପରେ ନିର୍ଭର କରୁଥିବା କହିଛନ୍ତି ନାଚ ପରିଚାଳକ । 
ସ୍ଥାନୀୟ କଳାକାରମାନଙ୍କ ଅଭିନୟ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ଲାଗି ଏହା ଉପଯୁକ୍ତ ମାଧ୍ୟମ ହୋଇଥିବାବେଳେ ଅଞ୍ଚଳର କଳାକାର ଏଥିରେ ଭାଗ ନେବାକୁ ଅନୁରୋଧ କରିଛନ୍ତି କମିଟି ସଦସ୍ୟ l ତେବେ ଆସନ୍ତା 25 ତାରିଖ ରୁ ଦୀର୍ଘ 21 ଦିନ ଧାରି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା ଜାରି ରହିବ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ganjam-famous-danda-jatra | Argus News