Videos
|
Odisha

Ganjam Flood / ବନ୍ୟାକୁ ୧୦ ଦିନ ବିତିଥିଲେ ବି ସୁଧୁରୁନି ସ୍ଥିତି; ୪୯୮ଟି ସ୍କୁଲ ଏବେ ଅସୁରକ୍ଷିତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବନ୍ୟାକୁ ୧୦ ଦିନ ବିତିଥିଲେ ବି ସୁଧୁରୁନି ସ୍ଥିତି; ୪୯୮ଟି ସ୍କୁଲ ଏବେ ଅସୁରକ୍ଷିତ
Schools and Colleges in Ganjam in Ruins

Key Points

କେଉଁଠି ସ୍କୁଲ ଘର କାଦୁଅରେ ଭର୍ତ୍ତି ହୋଇ ରହିଛି ତ ଆଉ କେଉଁଠି ସ୍କୁଲ କାନ୍ଥ ଫାଟି ଆଁ କରିଛି । ରେକର୍ଡପତ୍ର, ବହିଖାତାଠାରୁ ଆରମ୍ଭ କରି ଟେବୁଲ-ଚେୟାର ସବୁ ନଷ୍ଟ ହୋଇଯାଇଛି ।
ଭୁବନେଶ୍ଵର: ବନ୍ୟା ବିଭୀଷିକା ଭିତରେ ଗଞ୍ଜାମ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ଥିତି ଅତି ସାଂଘାତିକ ହୋଇପଡ଼ିଛି । ବନ୍ୟା ଆସିବାର ପାଖାପାଖି ୧୦ ଦିନ ବିତିଯାଇଥିଲେ ବି ଏବେ ବି ବିଦ୍ୟାଳୟଗୁଡ଼ିକର ଅବସ୍ଥା ଅତି ଦୟନୀୟ । କେଉଁଠି ସ୍କୁଲ ଘର କାଦୁଅରେ ଭର୍ତ୍ତି ହୋଇ ରହିଛି ତ ଆଉ କେଉଁଠି ସ୍କୁଲ କାନ୍ଥ ଫାଟି ଆଁ କରିଛି । ରେକର୍ଡପତ୍ର, ବହିଖାତାଠାରୁ ଆରମ୍ଭ କରି ଟେବୁଲ-ଚେୟାର ସବୁ ନଷ୍ଟ ହୋଇଯାଇଛି । ଗୋଟିଏ କି ଦୁଇଟି ନୁହେଁ, ଜିଲ୍ଲାର ପ୍ରାୟ ୪୯୮ଟି ସ୍କୁଲ ଏବେ ଅସୁରକ୍ଷିତ ଓ ଦୟନୀୟ ଅବସ୍ଥାରେ ରହିଛି ।

ଗଞ୍ଜାମରେ ବନ୍ୟା ପ୍ରଳୟ ଭିତରେ ଭାଙ୍ଗି ପଡ଼ିଛି ଶିକ୍ଷା ବ୍ୟବସ୍ଥା । ଜିଲ୍ଲାର ମୋଟ ୪୯୮ଟି ବିଦ୍ୟାଳୟର ସ୍ଥିତି ଅତି ସାଂଘାତିକ । ପ୍ରାଥମିକ ଆକଳନ ଅନୁଯାୟୀ, ୧୦୩୨ଟି ଶ୍ରେଣୀଗୃହ ଏବଂ ୨୧୫ଟି ବିଦ୍ୟାଳୟର ପାଚେରି କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଛାଡ଼ିବାର ୧୦ ଦିନ ପରେ ବି ସ୍କୁଲଗୁଡ଼ିକ କାଦୁଅ ପଚପଚ ।

କେଉଁଠି ଫାଟିଯାଇଛି ଶ୍ରେଣୀଗୃହର କାନ୍ଥ ତ ଆଉ କେଉଁଠି ପାଣିରେ ଭାସି ଯାଇଛି ମୂଲ୍ୟବାନ ରେକର୍ଡ, ବହିଖାତା ଓ ଆସବାବପତ୍ର । ଆସିକାରୁ ସୋରଡ଼ା, ଶେରଗଡ଼ରୁ ପୁରୁଷୋତ୍ତମପୁର ସବୁଠି ସମାନ କରୁଣ ଚିତ୍ର । ବର୍ତ୍ତମାନ ସ୍ଥିତିକୁ ସୁଧାରିବା ପାଇଁ ଶିକ୍ଷକମାନେ ନିଜେ ସ୍କୁଲ ପରିସର ସଫା କରିବାରେ ଲାଗିପଡ଼ିଛନ୍ତି ।

ଏଥିସହ ପଢ଼ନ୍ତୁ: ବନ୍ୟା ବିଭୀଷିକାରେ ବେହାଲ୍ ଶିକ୍ଷା ବ୍ୟବସ୍ଥା; ସୁଧୁରୁନି ସ୍କୁଲ୍‌-କଲେଜ୍ ସ୍ଥିତି 

କଲେଜରେ ସମାନ ସ୍ଥିତି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ ସ୍କୁଲ ନୁହେଁ, ଜିଲ୍ଲାର କିଛି କଲେଜ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ହେଉ ଅବା ସୋରଡ଼ାର ବିଭିନ୍ନ କଲେଜ, ସବୁଠି ବନ୍ୟା ପାଣି ତାଣ୍ଡବ ରଚିଛି । ଏସବୁ ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦୀପାବଳି ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ତେବେ, ଅସୁରକ୍ଷିତ ହୋଇପଡ଼ିଥିବା କୋଠା ଓ ସଫେଇ କାର୍ଯ୍ୟ ପାଇଁ ପ୍ରଶାସନ ଆଗକୁ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ଗାଁ ଗାଁରେ ପାଣି ପଶିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ବହିଖାତା ନଷ୍ଟ ହୋଇଯାଇଥିବାରୁ ପିଲାଙ୍କୁ ତୁରନ୍ତ ବହି ଯୋଗାଇ ଦେବା ସହ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

କୋମଳମତି ଶିକ୍ଷାର୍ଥୀଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ଏହି ସ୍କୁଲଗୁଡ଼ିକର ମରାମତି ଏବଂ ସଫେଇ କାର୍ଯ୍ୟ ଶେଷ କରି ପୁଣି ଥରେ କାର୍ଯ୍ୟକ୍ଷମ କରିବା ଏବେ ପ୍ରଶାସନ ପାଇଁ ସବୁଠାରୁ ବଡ଼ ଆହ୍ୱାନ ।