Ganjam Flood Damage / ବନ୍ୟା ଛାଡ଼ିଗଲା, ହେଲେ ଚାଷୀଙ୍କ ଦୁର୍ଦ୍ଦଶା ଛାଡ଼ିଲାନି… ଉଜୁଡ଼ିଗଲା ବର୍ଷକର ରୋଜଗାର
·36 mins ago·2 min read

Key Points
ବନ୍ୟା ଛାଡ଼ିଗଲା, ହେଲେ ଚାଷୀଙ୍କ ଦୁର୍ଦ୍ଦଶା ଛାଡ଼ିନି
କେଉଁଠି ମାଟିରେ ମିଶିଯାଇଛି ପାନ ବରଜ, ତ ଆଉ କେଉଁଠି ଝଡ଼ି ପଡ଼ିଛି ଗୁଆ ଓ ଲେମ୍ବୁ

ବନ୍ୟା ଛାଡ଼ିଗଲା, ହେଲେ ଚାଷୀଙ୍କ ଦୁର୍ଦ୍ଦଶା ଛାଡ଼ିନି। କେଉଁଠି ମାଟିରେ ମିଶିଯାଇଛି ପାନ ବରଜ, ତ ଆଉ କେଉଁଠି ଝଡ଼ି ପଡ଼ିଛି ଗୁଆ ଓ ଲେମ୍ବୁ। କେବଳ ପାନ, ଗୁଆ ଓ ଲେମ୍ବୁ ନୁହେଁ, କାକୁଡ଼ି ଭଳି ପରିବା ଚାଷ ମଧ୍ୟ ବନ୍ୟାରେ ନଷ୍ଟ ହୋଇଛି। ଲକ୍ଷ ଲକ୍ଷ ଟଙ୍କା ପୁଞ୍ଜି ଲଗାଇଥିବା ଚାଷୀଙ୍କ ଆଖି ଆଗରେ ଉଜୁଡ଼ିଯାଇଛି ବର୍ଷକର ରୋଜଗାର।
କାନ୍ଦୁଛି ଗଞ୍ଜାମ। ଆମେ କହୁଛୁ ହିଞ୍ଜିଳିକାଟୁ ବ୍ଲକ୍ର ଫୁଟିଆ ପଦର ଗାଁର କଥା। ଦିନେ ଯେଉଁଠି ସବୁଜ ପାନ ବରଜ ଲହଡ଼ି ଭାଙ୍ଗୁଥିଲା, ଆଜି ସେଠି ମାଟିରେ ଲୋଟୁଛି ପାନ ଚାଷ। ଗଛରୁ ଝଡ଼ି ପଡ଼ିଛି ଗୁଆ, ନଷ୍ଟ ହୋଇଛି ଲେମ୍ବୁ। ବନ୍ୟା ପାଣି ଧୋଇ ନେଇଛି ଚାଷୀଙ୍କ ମାସ ମାସର ପରିଶ୍ରମ।ଏହି ଅଞ୍ଚଳର ଅନେକ ଚାଷୀଙ୍କ ପରିବାର ଗୁଆ, ଲେମ୍ବୁ ଓ ପାନ ଚାଷ ଉପରେ ନିର୍ଭରଶୀଳ। ଚାଷରେ ପୁଞ୍ଜି ଖଟାଇ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। ହେଲେ ଏବେ ସବୁକିଛି ବନ୍ୟା ପାଣିରେ ନଷ୍ଟ।
ଏଥି ସହ ପଢନ୍ତୁ: ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମରେ ବନ୍ୟା ବିଭୀଷିକା… ପଚିଗଲା ଏକର ଏକର ପରିବା ଫସଲ, କାନ୍ଦୁଛି ଚାଷୀ
କେବଳ ଫୁଟିଆ ପଦର ନୁହେଁ, ନନ୍ଦୀକ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି। ପାନ ଚାଷକୁ ଭରସା କରି ପରିବାର ଚଳାଉଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ବନ୍ୟା। ଗୋଟିଏ ନୁହେଁ, ଚାରିଟି ସ୍ଥାନରେ ପାନ ଚାଷ ପାଇଁ ପୁଞ୍ଜି ଲଗାଇଥିଲେ ଚାଷୀ। ପ୍ରତି ବିଲ୍ ପିଛା ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ବନ୍ୟା ପାଣି ସବୁ ବରଜକୁ ଭାଙ୍ଗି ଦେଇଛି। ଏବେ ପୁଞ୍ଜି ଉଠାଇବା ତ ଦୂରର କଥା, ଆଗକୁ ଚାଷ କେମିତି କରିବେ, ସେହି ଚିନ୍ତାରେ ଚାଷୀ। ବନ୍ୟାର କୋପ କେବଳ ପାନ ବରଜରେ ସୀମିତ ନାହିଁ। ପରିବା ଚାଷୀଙ୍କୁ ମଧ୍ୟ ଦେଇଛି ବଡ଼ ଝଟକା। କାକୁଡ଼ି ଚାଷ କରି ଭଲ ରୋଜଗାରର ଆଶା ରଖିଥିଲେ ରୋହିତ୍ ଭୋଳ। ହେଲେ ବନ୍ୟା ପାଣିରେ ନଷ୍ଟ ହୋଇଗଲା ତାଙ୍କ ଫସଲ। ସେହିଭଳି ପାନ ଚାଷୀ ସହଦେବ ସେଠୀ, ଏକର ପିଛା ୨ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ ହେଉଥିଲା। ହେଲେ ବନ୍ୟା ଯୋଗୁଁ ଏବେ ସେହି ରୋଜଗାରର ରାସ୍ତା ବନ୍ଦ। ଚାଷରେ ଖର୍ଚ୍ଚ କରିଥିବା ଟଙ୍କା କେମିତି ଭରଣା ହେବ, ତାହାକୁ ନେଇ ଚିନ୍ତା ବଢ଼ିଛି।
ବନ୍ୟା ଆସିଲା, ଚାଷ ଉଜାଡ଼ିଲା। ହେଲେ ଏହି ଚାଷୀଙ୍କ କ୍ଷତି କେବଳ ଫସଲରେ ସୀମିତ ନୁହେଁ। ଏହା ସହ ଜଡ଼ିତ ରହିଛି ସେମାନଙ୍କ ପରିବାରର ଜୀବିକା, ପିଲାଙ୍କ ପାଠପଢ଼ା ଓ ଆଗାମୀ ଦିନର ସ୍ୱପ୍ନ। ଏବେ ଉଜୁଡ଼ିଥିବା ଚାଷକୁ ପୁଣି ଠିଆ କରିବା ପାଇଁ ସରକାରୀ ସହାୟତା ଓ ଉପଯୁକ୍ତ କ୍ଷତିପୂରଣ ଦାବି କରୁଛନ୍ତି ଚାଷୀ। ବନ୍ୟା ପାଣି ଫେରିଯାଇଛି, ହେଲେ ଚାଷୀଙ୍କ ଜୀବନରୁ ଦୁର୍ଦ୍ଦଶା ହଟିନି। ଉଜୁଡ଼ିଥିବା ଚାଷ କେବେ ପୁଣି ସବୁଜ ହେବ, ତାହାର ଉତ୍ତର ଖୋଜୁଛନ୍ତି ଚାଷୀ। ଏବେ ଅପେକ୍ଷା ସରକାରୀ ସହାୟତାକୁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories