Videos
|
Odisha

Ganjam Flood Devastation / ଗଞ୍ଜାମ ବନ୍ୟାରେ ଚାରିଆଡ଼େ ଧ୍ୱଂସର ଚିତ୍ର, ୫/୬ ଫୁଟ୍ ପାଣିରେ ବୁଡ଼ିଲା ଗାଁ

Santosh Kumar Sahoo
Browse all articles by Santosh Kumar Sahoo
·41 mins ago·2 min read
ଗଞ୍ଜାମ ବନ୍ୟାରେ ଚାରିଆଡ଼େ ଧ୍ୱଂସର ଚିତ୍ର, ୫/୬ ଫୁଟ୍ ପାଣିରେ ବୁଡ଼ିଲା ଗାଁ
Ganjam Flood Devastation

Key Points

ଗଞ୍ଜାମରେ ମହାବିପତ୍ତି
୪ଟି ହେଲିକପ୍ଟରରେ ଚାଲିଛି ଏୟାରଲିଫ୍ଟ
ହେଲିକପ୍ଟରରେ ଉଦ୍ଧାର ହେଉଛନ୍ତି ଲୋକ
ଭୟଙ୍କର ବନ୍ୟା ବିପତ୍ତି ଗଞ୍ଜାମ ଜିଲ୍ଲାରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ବଦଳିଗଲା ଗଞ୍ଜାମର ଭୂଗୋଳ । ବର୍ଷା ଛାଡ଼ିବା ପରେ ତଟରକ୍ଷୀ ବାହିନୀ ଓ ନୌସେନା ସହାୟତାରେ ୪ଟି ହେଲିକପ୍ଟର ଯୋଗେ ଧରାକୋଟ ଓ ଆସିକା ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ଏୟାରଲିଫ୍ଟ କରାଯାଇ ବୋଟ୍‌ ଯୋଗେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଅଣାଯାଇଛି । ଏଯାବତ ୬୩୦ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୩୬୬ ଜଣଙ୍କର ସୁରକ୍ଷିତ ପ୍ରସବ କରାଯାଇଛି ।

ଏବେ ବି ଜଳବନ୍ଦୀ ଅଞ୍ଚଳରୁ ଏୟାରଲିଫ୍ଟିଂ ଓ ରିଲିଫ୍‌ ଯୋଗାଣ ଜାରି ରହିଛି । ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧାଖାଦ୍ୟ, ପାନୀୟ ଜଳ ପହଞ୍ଚାଯାଉଛି । ସରକାରୀ ଭାବେ ଗଞ୍ଜାମ ବନ୍ୟାରେ ୪୨,୫୬୪ ଜଣ ପ୍ରଭାବିତ ହୋଇଛନ୍ତି । ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଗଞ୍ଜାମ, ଛତ୍ରପୁର, ଆସିକା, ଶେରଗଡ଼, ହିଞ୍ଜିଳିକାଟୁ, ଧରାକୋଟ, ବେଲଗୁଣ୍ଠା, ସୋରଡ଼ା, ଭଞ୍ଜନଗର, କୁକୁଡ଼ାଖଣ୍ଡି, ରଙ୍ଗେଇଲୁଣ୍ଡା, ଚିକିଟି, ପାତ୍ରପୁର, ଦିଗପହଣ୍ଡି, ସାନଖେମୁଣ୍ଡି ଓ ବ୍ରହ୍ମପୁର ବନ୍ୟା ପ୍ରଭାବିତ ହୋଇଛି ।

ଏବେ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ୪୫ଟି ଓଡ୍ରାଫ୍‌, ୫୨ଟି ଅଗ୍ନିଶମ ଟିମ୍‌ ସହ ୪ଟି ଏନ୍‌ଡିଆରଏଫ୍‌ ଟିମ୍‌ ନିୟୋଜିତ ଅଛନ୍ତି । ଗଞ୍ଜାମକୁ ରାଜ୍ୟ ସରକାର ରିଲିଫ୍‌ ଓ ଉଦ୍ଧାର ଲାଗି ଅତିରିକ୍ତ ୨୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ସେପଟେ ଜାତୀୟ ଓ ରାଜ୍ୟ ରାଜପଥ‌ ଉପରେ ଚାଲୁଥିବା ପାଣି ଧୀରେ ଧୀରେ ଖସିଛି । କିନ୍ତୁ ରାସ୍ତା ଧୋଇ ଯାଇଥିବାରୁ ଯାତାୟାତ ସମ୍ଭବ ହୋଇ ପାରିନାହିଁ । ଏବେ ବି ଅନେକ ଗାଁ ୫/୬ ଫୁଟରେ ବନ୍ୟାପାଣି ଘେରରେ ରହିଛି । ଆସିକା, ଶେରଗଡ଼, ଧରାକୋଟ, ବେଲଗୁଣ୍ଠା ଓ ଭଞ୍ଜନଗର ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି । ହଜାର ହଜାର ହେକ୍ଟର ଧାନଜମି ପାଣିରେ ବୁଡ଼ିରହିଛି। ରାସ୍ତା, ବ୍ରିଜ୍ ଓ ଘରଦ୍ବାର ନଷ୍ଟ ହୋଇଯାଇଛି । ନୌସେନା ଓ ତଟରକ୍ଷୀବାହିନୀ ହେଲିକପ୍ଟରରୁ ରିଲିଫ୍‌ ସାମଗ୍ରୀ ଚିହ୍ନିତ ୨୧ ସ୍ଥାନରେ ଏୟାରଡ୍ରପ୍‌ ହେଉଥିଲା ବେଳେ ସେଠାରୁ ଅଧିକାରୀମାନେ ତାହାକୁ ସଂଗ୍ରହ କରି ବଣ୍ଟନ କରୁଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: