Ganjam Flood Situation / ବୁଡ଼ିଛି ଘରଦ୍ୱାରକୁ ସଞ୍ଚିତ ଖାଦ୍ୟ; ବେସାହାରା ଅନେକ ପରିବାର
·53 mins ago·3 min read

Key Points
ଗଞ୍ଜାମରେ ଏବେ ବି ବନ୍ୟା ପାଣିରେ ବୁଡ଼ିଛି ଘରଦ୍ୱାର
ଭୁଶୁଡ଼ିବା ଆଶଙ୍କାରେ ଟଳମଳ ଅନେକ ଘର
୫୬ ହଜାର ୫୧ ଜଣଙ୍କୁ ସ୍ଥାନାନ୍ତର
ସେପଟେ ଚାଷଜମି ହୋଇଛି ବାଲିଚର
ଭୁଶୁଡ଼ିବା ଆଶଙ୍କାରେ ଟଳମଳ ଅନେକ ଘର
୫୬ ହଜାର ୫୧ ଜଣଙ୍କୁ ସ୍ଥାନାନ୍ତର
ସେପଟେ ଚାଷଜମି ହୋଇଛି ବାଲିଚର
ଗଞ୍ଜାମ: ବନ୍ୟା ପାଣିରେ ବୁଡ଼ିଛି ଘରଦ୍ୱାର, ସଞ୍ଚିତ ଖାଦ୍ୟ । ଚୂଡ଼ା-ବିସ୍କୁଟ୍ ଖାଇ ବିତୁଛି ବନ୍ୟା ପ୍ରଭାବିତଙ୍କ ଦିନ । ଗଞ୍ଜାମରେ ବନ୍ୟା ସ୍ଥିତି ଏବେ ବି ଗମ୍ଭୀର ରହିଛି । ଗିଡ଼ିପାବାଲିରେ ଉଦ୍ଧାରକାର୍ଯ୍ୟ ଜାରି ଥିବାବେଳେ ନିଖୋଜ ୧୨ ଜଣଙ୍କ ସନ୍ଧାନ ପାଇଁ କନ୍ଧମାଳ ପଟୁ ଉଦ୍ଧାରକାରୀ ଦଳ ପହଞ୍ଚୁଛନ୍ତି । ନଦୀଗୁଡ଼ିକରେ ଜଳସ୍ତର କମୁଥିଲେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପ୍ରଭାବିତ ୭୩ଟି ଗାଁ ମଧ୍ୟରୁ ଏବେ ୩ଟି ଗାଁରେ ପାଣି ରହିଛି । ୫୬ ହଜାର ୫୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ୩୭୦ଟି ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଉଛି। ବନ୍ୟା ପାଣିରେ ଛାରଖାର ହୋଇଛି ବ୍ୟବସାୟ । ଗାମୁଣ୍ଡି ନୂଆସାହିରେ ଘର ତଳୁ ମାଟି ବୋହି ନେଇଛି ପ୍ରଖର ବନ୍ୟା ସ୍ରୋତ। ଭୁଶୁଡ଼ିବା ଆଶଙ୍କାରେ ଟଳମଳ ହେଉଛି ଅନେକ କୋଠା ଘର ।
- ସର୍ବସ୍ଵ ହରାଇଛନ୍ତି ବନ୍ୟା ପ୍ରଭାବିତ
- ମୁଣ୍ଡରେ ହାତ ଦେଇ ବସିଛି ଚାଷୀ
- ସଞ୍ଚିତ ୧୪ ଚାଉଳ ବସ୍ତା ନଷ୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଅଧା ଦାମରେ ମିଳୁଛି ଚପଲ-କପଡ଼ା
- ୧୯ଟି ପରିବାର ବେସାହାରା
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍
ଗଞ୍ଜାମରେ ବନ୍ୟାର ବିଭୀଷିକା ପରେ ଅସରନ୍ତି ଲୋକଙ୍କ ଦୁଃଖ । ପ୍ରଳୟଙ୍କରୀ ବନ୍ୟା ଜଳରେ ବୁଡ଼ିଯାଇଛି ଘରଦ୍ୱାର, ଛାରଖାର ହୋଇଯାଇଛି ବହୁ ପରିବାରର ସ୍ୱପ୍ନ। ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ବ୍ୟବସାୟୀଙ୍କ ଦୁଃଖ କହିଲେ ନ ସରେ।
Related Topics
Explore more stories