Odisha Panchayat Election / ପଞ୍ଚାୟତ ପରେ ପରେ ବାଜିବ ପୌର ବିଗୁଲ୍; ସଜବାଜ ହେଲେଣି ୩ ପ୍ରମୁଖ ଦଳ
·15 mins ago·2 min read

Key Points
ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ପଞ୍ଚାୟତ, ପୌର ପାଇଁ ସ୍ୱତନ୍ତ୍ର ରଣନୀତି
ବିଜେପି କହିଲା ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ୍
କମିଟିର ନବକଳେବର କରି ନେତାଙ୍କୁ ସକ୍ରିୟ କରୁଛି କଂଗ୍ରେସ
ନବୀନଙ୍କ ଜିଲ୍ଲା ବୁଲା ସସପେନ୍ସ ଜାରି

ଭୁବନେଶ୍ଵର: ଆଉ ୬ ମାସ ପରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ । ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପହିଲାରେ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏଥିପାଇଁ ସରକାରୀ ସ୍ତରରେ ଆରମ୍ଭ ହେଲାଣି ପ୍ରସ୍ତୁତି ।
ଏହାରି ଭିତରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ସଜବାଜ ହେଲେଣି ରାଜ୍ୟ ରାଜନୀତିର ୩ ପ୍ରମୁଖ ଦଳ । ସବୁଠୁ ଆଗରେ ଶାସକ ଦଳ ବିଜେପି ରହିଥିବା ବେଳେ ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରୋଡ୍ ମ୍ୟାପ୍ ।
ଏଥିସହ ପଢ଼ନ୍ତୁ: ୧୮ ପ୍ରତିଶତ ଭୋଟ୍ ପାଇଁ ଏତେ ଭୟଭୀତ କାହିଁକି? ଅଖିଳେଶଙ୍କୁ ରାଜଭରଙ୍କ କଟାକ୍ଷ
ଏନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଛୋଟ ହେଉ କି ବଡ଼ ହେଉ ପ୍ରତିଟି ନିର୍ବାଚନ ଆମ ପାଇଁ ଗୋଟିଏ ଗୋଟିଏ ଆହ୍ଵାନ । ୨୦୨୪ରେ ନିର୍ବାଚନ ସରୁ ସରୁ ଉପନିର୍ବାଚନ ଥିଲା, ତାହା ମଧ୍ୟ ଆହ୍ଵାନ ଥିଲା । ଲୋକଙ୍କ ସମର୍ଥନରେ ୮୫ ହଜାରରୁ ଅଧିକ ଭୋଟ୍ରେ ଜିତିଲୁ । ଏବେ ପଞ୍ଚାୟତ ଓ ପୌର ନିର୍ବାଚନ ସାରା ରାଜ୍ୟରେ ହେବ । ଆହ୍ଵାନକୁ ସାମ୍ନା କରିବାକୁ ଆଗୁଆ ଯୋଜନା ହେଉଛି । ସେଇ ମନ୍ତ୍ର ଆମକୁ ଦିଆଯାଇଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ତୃଣମୂଳ ସ୍ତରରୁ ନେତାଙ୍କୁ ସକ୍ରିୟ କରିବାକୁ କଂଗ୍ରେସ ବି ସବୁ କମିଟିର କରିଛି ନବକଳେବର । ନୂଆ ରାଜନୈତିକ ବ୍ୟାପାର କମିଟି ସହ ପରାମର୍ଶଦାତା, ସାଧାରଣ ସମ୍ପାଦକ ଓ ସମ୍ପାଦକଙ୍କୁ ନେଇ ଗଠିତ ଜୁମ୍ବୋ କମିଟିରେ ସମସ୍ତଙ୍କୁ ଥଇଥାନ କରି ଅସନ୍ତୋଷ ଦୂର ପାଇଁ ଚେଷ୍ଟା କରାଯାଇଛି ।
ଖୁବଶୀଘ୍ର ନୂଆ କମିଟିର ବୈଠକ ବସି ଦଳ ପଞ୍ଚାୟତ ଓ ପୌର ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ କରିବ କହିଛନ୍ତି ଦଳର ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜା । ତେବେ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବୀନଙ୍କ ଜିଲ୍ଲା ବୁଲାକୁ ନେଇ ବିଜେଡିରେ ଏବେ ବି ସସପେନ୍ସ ଜାରି ରହିଥିବା ବେଳେ ଦଳ ସବୁ ବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।
ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଖୋଲିବ 1,000 ନୂତନ ସ୍କୁଲ, ବିଦ୍ୟା ଭାରତୀ ସ୍କୁଲଗୁଡ଼ିକର ବିଶେଷତ୍ୱ କ’ଣ ?
ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବ । ଯେଉଁଥିରେ ସମ୍ବଲପୁର, ପୁରୀ ଓ ରାଉରକେଲା ମହାନଗର ବି ଏଥର ସାମିଲ ହେବ । ତିନି ଦଳ ଭିତରେ ନିର୍ବାଚନ ରେ କିଭଳି ଫାଇଟ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Related Topics
Explore more stories