Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Tragic Accident / ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ, ୬ ଗୁରୁତର

Bikash Mohanty
Browse all articles by Bikash Mohanty
·1 month ago·2 min read
ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ, ୬ ଗୁରୁତର
Accident

Key Points

ଗଞ୍ଜାମ କବିସୂର୍ଯ୍ୟନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ, ୬ ଗୁରୁତର
ଗୁରୁତର ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି

କବିସୂର୍ଯ୍ୟନଗର ୨୨/୦୫ :ଗଞ୍ଜାମର କବିସୂର୍ଯ୍ୟନଗର ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୁରୁଷୋତ୍ତମପୁର ଥାନା ଲଡ଼କାପଲ୍ଲୀ ଛକରେ ଅଟୋ-ବସ୍ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। 

ଆଜି ଗୋଟିଏ ଯାତ୍ରୀବାହୀ ଅଟୋ ସୋରଳ ରୋଡ୍ ଏରେଣ୍ଡ୍ରାରୁ ସିଂହାସନୀ ପୀଠକୁ ଭୋଜିରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ପୁରୁଷୋତ୍ତମପୁର ଥାନା ସିକୁଳା ନିକଟସ୍ଥ ଲଡକାପଲୀ ଠାରେ 'ଡାଇମଣ୍ଡ' ନାମକ ଏକ ଯାତ୍ରୀବାହୀ ବସ୍‌ଟି ଅଟୋଟି ଧକ୍କା ଦେଇଥିଲା । ଅଟୋକୁ ଧକ୍କା ଦେଇ ବସ୍‌ଟି ଘୋଷାଡ଼ି ନେଇଥିଲା ।
ଦୁର୍ଘଟଣା ଅତି ଭୟଙ୍କର ରହିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ୨ ନାବାଳିକା ରହିଥିବା ସୂଚନା ମିଳିଛି । ନାବାଳିକା ୨ ଜଣଙ୍କ ବୟସ ୧୦ରୁ ୧୨ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ହେଲେ ୧୦ ବର୍ଷର କିରଣ ବେହେରା, ୧୨ ବର୍ଷର ସନି ବେହେରା, ୫୦ ବର୍ଷର ନୀଳା ବେହେରା, ୪୩ ବର୍ଷର ନାରସୁ ବେହେରା, ୪୦ ବର୍ଷର ରତନୀ ବେହେରା, ୭୫ ବର୍ଷର ମଲ୍ଲି ବେହେରା। ଗୁରୁତର ମାନେ ହେଲେ ୧୭ ବର୍ଷର ଅଳକା ବେହେରା, ୬୦ ବର୍ଷର କନକ ବେହେରା, ୫୫ ବର୍ଷର ଭାଗ୍ୟ ବେହେରା, ୪୦ ବର୍ଷର ଝିଲି ବେହେରା । ଅଟୋ ଡ୍ରାଇଭର ବାବୁ ପ୍ରଧାନ ଆହତ ହୋଇଥିବା ଜଣାପଡିଛି ।

ପଢନ୍ତୁ ଏହି ଖବର: ବାହାଘରରୁ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ୫ ଜଣଙ୍କ ମୃତ୍ୟୁ

ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି । କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁରୁଷୋତ୍ତମପୁର ଏସଡିଓ ସୁଜିତ୍ କୁମାର ନାୟକଙ୍କ ସମେତ କୋଦଳା ପୋଲିସ କର୍ମଚାରୀ ମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tragic Accident | Ganjam Road Accident: 6 Dead, 6 Critical in Fatal Crash in Odisha | Argus News