Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାହାଘରରୁ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ୫ ଜଣଙ୍କ ମୃତ୍ୟୁ

Accident

5 Killed in Accident / ବାହାଘରରୁ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ୫ ଜଣଙ୍କ ମୃତ୍ୟୁ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ବାହାଘରରୁ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା; ୫ ଜଣଙ୍କ ମୃତ୍ୟୁ
Wedding Return Turns Fatal

Key Points

ସକାଳୁ ସକାଳୁ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟିଛି । ହାଇୱା-ବୋଲେରୋ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।
ଧର୍ମଶାଳା (ଯାଜପୁର): ଭୟଙ୍କର ଦୁର୍ଘଟଣା, ଚାଲିଗଲା ୫ ଜଣଙ୍କ ଜୀବନ । ସକାଳୁ ସକାଳୁ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟିଛି । ହାଇୱା-ବୋଲେରୋ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

ଜାତୀୟ ରାଜପଥ ୫୩ରେ ଏହି ଦୁର୍ଘଟଣା ହୋଇଛି । ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ବେହେରା ପେଟ୍ରୋଲ୍ ଟାଙ୍କି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱାକୁ ବୋଲେରୋ ଧକ୍କା ଦେଇଛି ।

ଏଥିସହ ପଢ଼ନ୍ତୁ: ଦୋଳିରେ ଏକା ଝୁଲୁଥିଲା ନାବାଳକ; ହଠାତ୍ ଛନ୍ଦି ହୋଇଗଲା ବେକ 

ଦୁର୍ଘଟଣା ପରେ ରାସ୍ତାରେ ଏଣେତେଣ ପଡ଼ି ରହିଛି ମୃତଦେହ । ହାଇୱାକୁ ପଛରୁ ପିଟିଥିବା ବୋଲେରୋ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ବୋଲେରୋ ଗାଡ଼ି ନମ୍ବର OD02AE0429 ବୋଲି ଜଣାପଡ଼ିଛି ।

ବାହାଘରରୁ ଫେରୁଥିଲେ

ସୂଚନା ଅନୁସାରେ, ବଡ଼ଚଣା ବ୍ଲକ ଜେମାଦେଇପୁର ଗାଁର ୧୧ ଜଣ ରବିବାର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ବୋଲେରୋ ଯୋଗେ ଯାଇଥିଲେ । ବିବାହ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଘରକୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଡୁବୁରୀ-ପାରାଦୀପ ରାସ୍ତା ଜାତୀୟ ରାଜପଥ-୫୩ର ବରଡ଼ା ଛକ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱାକୁ ପଛରୁ ପିଟିଥିଲା ବୋଲେରୋ । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ବଡ଼ଚଣା ଓ ଧର୍ମଶାଳା ମେଡିକାଲ୍‌ରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି ।

ଏଥିସହ ପଢ଼ନ୍ତୁ: ସତ୍‌ସଙ୍ଗ ବିହାର ଛକରେ ବାଇକ୍‌ ଉପରେ ଚଢ଼ିଗଲା 'ଆମ ବସ୍', ଆରୋହୀ ମୃତ 

ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ସହ ୩ ପୁରୁଷଙ୍କ ମୃତ୍ୟୁ ହୋଇଛି । ବୋଲେରୋ ଡ୍ରାଇଭରଙ୍କ ସହ ଗାଡ଼ିରେ ଥିବା ଛୁଆମାନେ ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାତିରୁ ବାହାଘରରୁ ଫେରୁଥିବାରୁ ବୋଲେରୋ ଚାଳକଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5 Killed in Jajpur Road Accident While Returning from Wedding | Argus News | Argus News