Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଅଭିନବ ଉପାୟରେ ଚାଲିଛି ଗଞ୍ଜେଇ ଚୋରା ଚାଲାଣ

Odisha

ଅଭିନବ ଉପାୟରେ ଚାଲିଛି ଗଞ୍ଜେଇ ଚୋରା ଚାଲାଣ

Ritu Das
Browse all articles by Ritu Das
·2 years ago·1 min read
ଅଭିନବ ଉପାୟରେ ଚାଲିଛି ଗଞ୍ଜେଇ ଚୋରା ଚାଲାଣ

ଅର୍ଗସ ବ୍ୟୁରୋ: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ଚାଲିଛି। କୋରାପୁଟ ଜ଼ିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଲାଣ ବଢ଼ିବାରେ ଲାଗିଛି। କେତେବେଳେ ପଣସ ଗାଡି ତ ଆଉ କେତେବେଳେ ନଡ଼ିଆ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନଜରକୁ ଆସିଛି। କିନ୍ତୁ ଏଥର ଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ପାଡୁଆ ପୋଲିସ। 

ସୂଚନା ଅନୁସାରେ ପଶ୍ଚିମବଙ୍ଗର ଯୁବକ ଦୁଲହନ ଖାନ ଦେହରେ 7 କେଜି ଗଞ୍ଜେଇ ସେଲୋ ଟେପ ମାଧ୍ୟ୍ୟମରେ ଗୁଡ଼ାଇ ତା ସହିତ ବ୍ୟାଗ ରେ 21  କେଜି ଗଞ୍ଜେଇ ନେଇ ଆରୁକୁ ଭ୍ୟାଲି ହୋଇ ପଶ୍ଚିମ ବଙ୍ଗ ଯିବାକୁ ବଡ ଦେବତା ଛକ ନିକଟରେ ବସକୁ ଅପେକ୍ଷା କରିଥିଲା। ଏତିକିବେଳେ ହଠାତ ମାଡି ବସିଲା ପାଡୁଆ ପୋଲିସ l ଏହି ଭଳି ଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା l ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
ganza seized | Argus News