କାର ସହ ଗଞ୍ଜେଇ ଜବତ: ୪ ଜଣ ଗଞ୍ଜେଇ ବେପାରୀ ଗିରଫ
·1 year ago·1 min read

ଅର୍ଗସ ବ୍ୟୁରୋ: କାର ସହ ୨୨ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ ଓ ୪ ଜଣ ଗଞ୍ଜେଇ ବେପାରୀ ଗିରଫ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ପକ୍ଷରୁ ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ଥାନା ପୋଲିସ ୪୧ନଂ ମନମୁଣ୍ଡା-ସିନ୍ଧୁଗୋରା ରାଜ୍ୟ ରାଜପଥର କୁରୁକୁପା ଛକ ନିକଟ ସିଜି ୦୪ଏଲଭି ୮୮୯୮ କୁ ଅଟକାଇ ଯାଞ୍ଚ ବେଳେ କାରର ବନଟରୁ ବିପୁଳ ପରିମାଣର ଗଞ୍ଜାଇ ଭର୍ତ୍ତି ବସ୍ତା ବାହାରିଥିଲା।
ଗଞ୍ଜେଇରୁ ପରିମାଣ ୨୨କେଜି ୭୦୦ଗ୍ରାମ ହୋଇଥିବା ବେଳେ କାର ରେ ଥିବା ୪ଜଣଙ୍କୁ ଗିରଫ କରଛି ଘଣ୍ଟାପଡା ପୋଲିସ ତେଵେ ଉକ୍ତ ଚାରିଜଣ ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନାର ଜିତୁ ମାଝୀ(୨୨), ଜୟଲାଲ ଲୁହାଜବ୍ୟାଲ (୨୪), ଚନ୍ଦ୍ର ବେହେରା(୨୧) ଓ କନ୍ଦର୍ପ ଘିବେଲା। ଉକ୍ତ ଘଟଣାରେ ଘଣ୍ଟାପଡ଼ା ଥାନାରେ ଏନେଇ ଏକ ମାମଲା (ନଂ.୧୩୭/୨୪) ରୁଜୁ କରି ଆଜି ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଘଣ୍ଟାପଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: